ଲାହୋର: ପାକିସ୍ତାନ ଟିଭି ଚ୍ୟାନେଲରେ ପ୍ରସାରଣ ହେବନି ଭାରତୀୟ ସିନେମା ଓ ଧାରାବାହିକ । ଏହା ଉପରେ ରୋକ୍ ଲଗାଇବାକୁ ପାକିସ୍ତାନ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଜି(ବୁଧବାର) ଠାରୁ ଭାରତୀୟ ସିନେମା ଓ ଧାରାବାହିକକୁ ପୁନର୍ବାର ବ୍ୟାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ପାକିସ୍ତାନରେ ଭାରତୀୟ ସିନେମା ଓ ଧାରାବାହିକ ବ୍ୟାନ
ପାକିସ୍ତାନ ଟିଭି ଚ୍ୟାନେଲରେ ପ୍ରସାରଣ ହେବନି ଭାରତୀୟ ସିନେମା ଓ ଧାରାବାହିକ । ଏହା ଉପରେ ରୋକ୍ ଲଗାଇବାକୁ ପାକିସ୍ତାନ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ
ନ୍ୟାୟମୂର୍ତ୍ତୀ ଗୁଲଜର ଅହମ୍ମଦ ଅଧ୍ୟକ୍ଷତାରେ 3 ସଦସ୍ୟ ବିଶିଷ୍ଠ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ । ପାକିସ୍ତାନ ଟିଭିରେ ଭାରତୀୟ ଧାରାବାହିକ ଓ ସିନେମା ପ୍ରଦର୍ଶିତ ନ କରିବାକୁ ଆଦେଶ ଦିଆଯାଇଛି । ତେବେ ପାକିସ୍ତାନ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟରେ କରାଯାଇଥିବା ଆବେଦନ ଉପରେ ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ଖଣ୍ଡପୀଠ ।
ଏୟାର ଷ୍ଟାଇକ ପରେ ପ୍ରତିଶୋଧ ପରାୟଣ ହୋଇଉଠିଛି ପାକ୍ । କୌଣସି ନା କୌଣସି ଉପାୟରେ ଭାରତକୁ ହଇରାଣରେ ପକାଇବାକୁ ଯୋଜନା ପ୍ରସ୍ତୁତ କରୁଛି ।