ଓଡିଶା

odisha

ETV Bharat / bharat

ପାକିସ୍ତାନ ମ୍ୟୁଜିୟମରେ ୱିଙ୍ଗ କମାଣ୍ଡର ଅଭିନନ୍ଦନ - pak museum

ପାକିସ୍ତାନ କରାଚି ଠାରେ ଥିବା ବାୟୁସେନା ଯୁଦ୍ଧ ସଂଗ୍ରାହାଳୟରେ ଭାରତୀୟ ବାୟୁସେନା ପାଇଲଟ୍‌ ୱିଙ୍ଗ କମାଣ୍ଡର୍‌ ଅଭିନନ୍ଦନ ବର୍ତ୍ତମାନଙ୍କର ମୂର୍ତ୍ତି ପ୍ରଦର୍ଶନ କରିଛି । କାରଣ ଜାଣିବା ପାଇଁ ଅଧିକ ପଢନ୍ତୁ...

ପାକିସ୍ତାନ ମ୍ୟୁଜିମରେ ୱିଂଙ୍ଗ୍ କମାଣ୍ଡର ଅଭିନନ୍ଦନ

By

Published : Nov 10, 2019, 7:34 PM IST

ନୂଆଦିଲ୍ଲୀ: ଭାରତର ପରମ ଶତ୍ରୁ ଯେ ପାକିସ୍ତାନ, ଏ କଥା କାହାକୁ ଅଛପା ନାହିଁ । ଅନେକ ସମୟରେ ପାକ୍ ଭାରତ ବିରୁଦ୍ଧରେ ହୀନ ଚକ୍ରାନ୍ତ କରିବା ସହ ପରମାଣୁର ଧମକ ଦେଇଥାଏ । ହେଲେ ଏତେ ସବୁ କୁତ୍ସିତ କାମ ପରେ ଆଉ ଏକ ଘୃଣ୍ୟ ପ୍ରଚାର କରିବାକୁ ପଛାଇ ନାହିଁ ପାକ୍ । ଏବେ ପାକିସ୍ତାନର କରାଚି ଠାରେ ଥିବା ବାୟୁସେନା ସଂଗ୍ରାହାଳୟରେ ଭାରତୀୟ ବାୟୁସେନା ପାଇଲଟ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କର ମୂର୍ତ୍ତି ପ୍ରଦର୍ଶନ କରିଛି ।

ସୂଚନା ଅନୁସାରେ, ଏହି ପୋଷ୍ଟଟି ବର୍ତ୍ତମାନ ପାକିସ୍ତାନୀ ସାମ୍ବାଦିକ ଏବଂ ରାଜନୈତିକ ସମୀକ୍ଷକ ଅନୱାର ଲୋଧିକ ଦ୍ବାରା ସେୟାର କରାଯାଇଛି । ସେଥିରେ ଅନୱାର ଲେଖିଛନ୍ତି କି ଯାଦୁଘରେ ପ୍ରଦର୍ଶନ ପାଇଁ ଅଭିନନ୍ଦନଙ୍କ ଏହି ମୂର୍ତ୍ତିଟି ରଖାଯାଇଛି । ଯଦି ତାଙ୍କ ହାତରେ ଗୋଟେ ଚା କପ୍ ଧରାଇ ହୁଅନ୍ତା ତାହାଲେ ବହୁତ ବଢିଆ ଦେଖାଯାନ୍ତା । ଅନ୍ୟପଟେ ଅଭିନନ୍ଦନଙ୍କ ବାମପଟେ ଏକ କପ୍ ରଖାଯାଇଥିବା ଏକ ଫଟୋ ଲୋଧି ପୋଷ୍ଟ କରିଛନ୍ତି । ତେବେ ଏ ସମସ୍ତ ଦୃଶ୍ୟ ଏକ କାଚର ଶୋ କେସ ଭିତରେ ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ଅଭିନନ୍ଦନ ବାଲାକୋଟ ଷ୍ଟ୍ରାଇକ ପରେ ପାକିସ୍ତାନର ଏଫ-୧୬ ବିମାନକୁ ମାରି ତଳେ ଖସାଇଥିଲେ । ଏହାପରେ ତାଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ପାକିସ୍ତାନ ସୀମାରେ ପଡି ଯାଇଥିଲା । ଯାହାଫଳରେ ପାକିସ୍ତାନ ତାଙ୍କୁ
ବନ୍ଦୀ କରିଥିଲା । ଏହାସହ ସେଠାରେ ତାଙ୍କର ଏକ ଭିଡିଓ ପ୍ରସ୍ତୁତ କରାଯାଇଥିଲା । ଯେଉଁଥିରେ ତାଙ୍କୁ ଚା ଦିଆଯିବା ସହ ବିଭିନ୍ନ ପ୍ରଶ୍ନ ପଚରାଯାଇଥିଲା । ଏହାସହ ବାଧ୍ୟତାମୂଳକ ପାକର ପ୍ରଶଂସା ପାଇଁ କୁହାଯାଇଥିଲା । ଶେଷରେ ଅଭିନନ୍ଦନ କହିଥିଲେ 'ଚା ଟି ଭଲ ହୋଇଛି, ଥ୍ୟାଙ୍କ୍ ୟୁ' ।

କେବଳ ଥରେ ନୁହେଁ ଏହା ପୂର୍ବରୁ ଆଉଥରେ ମଧ୍ୟ ଅଭିନନ୍ଦନଙ୍କୁ ନେଇ ପାକିସ୍ତାନ ମିମି ସହ ଥଟ୍ଟା ପରିହାସ କରିଥିଲା । ଭାରତ ପାକିସ୍ତାନ ବିଶ୍ବକପ୍ ମ୍ୟାଚ୍ ବେଳେ ପାକିସ୍ତାନ ଗଣମାଧ୍ୟମ ସୋସିଆଲ ମିଡିଆରେ ଏକ ବିଜ୍ଞାପନ ଭିଡିଓ କରି ସମଗ୍ର ବିଶ୍ବରେ ନିଜର ହୀନ ମାନସିକତାର ପରିଚୟ ଦେଇସାରିଛି ।

ABOUT THE AUTHOR

...view details