ଓଡିଶା

odisha

ETV Bharat / bharat

ପାକିସ୍ତାନର ମୋର୍ଟାର ମାଡରେ ଯୁବକ ଆହତ - ସେନା ଅଧିକାରୀଙ୍କ ସୂଚନା

ଜାମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲା ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନୀ ସେନାର ମୋର୍ଟାର ମାଡରେ ଜଣେ 25 ବର୍ଷୀୟ ଯୁବକ ଆହତ ହୋଇଛନ୍ତି । ଶନିବାର ରାତି ପ୍ରାୟ 11ଟାରୁ ଭୋର 4.50 ପର୍ଯ୍ୟନ୍ତ ମେନ୍ଧର ଓ ବାଲାକୋଟରେ ଗୁଳିବିନିମୟ ଜାରି ରହିଥିବା ନେଇ ସେନା ଅଧିକାରୀ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ପାକିସ୍ତାନର ମୋର୍ଟାର ମାଡରେ ଯୁବକ ଆହତ
ପାକିସ୍ତାନର ମୋର୍ଟାର ମାଡରେ ଯୁବକ ଆହତ

By

Published : May 31, 2020, 2:20 PM IST

ଜାମ୍ମୁ: ଜାମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲା ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନୀ ସେନାର ମୋର୍ଟାର ମାଡରେ ଜଣେ 25 ବର୍ଷୀୟ ଯୁବକ ଆହତ ହୋଇଛନ୍ତି । ଶନିବାର ରାତି ପ୍ରାୟ 11ଟାରୁ ଭୋର 4.50 ପର୍ଯ୍ୟନ୍ତ ମେନ୍ଧର ଓ ବାଲାକୋଟରେ ଗୁଳିବିନିମୟ ଜାରି ରହିଥିବା ନେଇ ସେନା ଅଧିକାରୀ ସୂଚନା ଦେଇଛନ୍ତି ।

ପାକିସ୍ତାନର ମୋର୍ଟାର ମାଡରେ ଯୁବକ ଆହତ

ସେନାର ଜଣେ ଅଧିକାରୀ କହିଛନ୍ତି, ଗୋହଲାଡର ବାସିନ୍ଦା ମହମ୍ମଦ ୟାସିର ରବିବାର ସକାଳେ ଘର ନିକଟରେ ଯାଉଥିବା ବେଳେ ମୋର୍ଟାର ଆକ୍ରମଣରେ ଆହତ ହୋଇଛନ୍ତି । ତେବେ ସେହି ଅଞ୍ଚଳରେ ଗୁଳିଗୋଳା ଓ ମୋର୍ଟାର ଆକ୍ରମଣ କାରଣରୁ ଦୁଇଟି ଘର ଆଶିଂକ କ୍ଷଚି ହୋଇଛି । ନିୟନ୍ତ୍ରଣ ରେଖା ଅଞ୍ଚଳରେ ଆତଙ୍କିତ ଲୋକମାନେ ରାତିସାରା ବଙ୍କର ଓ ସୁରକ୍ଷିତ ସ୍ଥାନରେ ବିତାଇଥିବା ସୂଚନା ମିଳିଛି ।

ପାକିସ୍ତାନର ମୋର୍ଟାର ମାଡରେ ଯୁବକ ଆହତ

ପାକିସ୍ତାନ ପକ୍ଷରୁ ଗୁଳିବିନିମୟ ପରେ ଭାରତୀୟ ସେନା ଏହାର ଦୃଢ ଜବାବ ଦେଇଛି । ତେବେ ପାକିସ୍ତାନ ପକ୍ଷରୁ ମୃତାହତଙ୍କ ସଂପର୍କରେ କୌଣସି ସୂଚନା ମିଳିପାରି ନଥିବା ସେ ପ୍ରକାଶ କରିଛନ୍ତି ।

ପାକିସ୍ତାନୀ ସେନା ମେନ୍ଧର ଓ ବାଲାକୋଟରେ ସେକ୍ଟରରେ ପ୍ରଥମେ ଗୁଳି ଚଳାଇ ଓ ମୋର୍ଟାର ମାଡ କରି ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା କଥା ଜଣେ ସେନା ମୁଖପାତ୍ର କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details