ଓଡିଶା

odisha

ସୁଧୁରୁନି ପାକିସ୍ତାନ, ଭିଟାମାଟି ଛାଡିବାକୁ ବାଧ୍ୟ ହେଉଛନ୍ତି ସୀମାନ୍ତବାସୀ

By

Published : Jun 14, 2020, 3:30 PM IST

ଅନ୍ତର୍ଜାତୀୟ ସୀମାରେ ଲଗାତାର ଅସ୍ତ୍ରବିରତି ଉଲଙ୍ଘନ ଜାରି ରହିଛି । ପାକିସ୍ତାନର ଗୋଳା ବାରୁଦରୁ ରକ୍ଷା ପାଇବା ପାଇଁ ଜମ୍ମୁ-କାଶ୍ମୀରର ଜିରୋ ଲାଇନରେ ରହୁଥିବା ଅଧିକାଂଶ ଲୋକ ଏବେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତିତ ହେଉଛନ୍ତି ।

ସୁଧୁରୁନି ପାକିସ୍ତାନ
ସୁଧୁରୁନି ପାକିସ୍ତାନ

ଶ୍ରୀନଗର: ନିଜ କୁକାର୍ଯ୍ୟରୁ ବାଦ ପଡୁନି ପାକିସ୍ତାନ । ଅନ୍ତର୍ଜାତୀୟ ସୀମାରେ ଲଗାତାର ଅସ୍ତ୍ରବିରତି ଉଲଙ୍ଘନ ଜାରି ରହିଛି । ଯାହା ଜମ୍ମୁ-କାଶ୍ମୀରର ସୀମାବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ଏକ ବହୁତ ବଡ ସମସ୍ୟା ପାଲଟିଛି । ଯାହାଦ୍ବାରା ସେନମାନଙ୍କୁ ଏବେ ନିଜ ଭିଟାମାଟି ଛାଡିବାକୁ ପଡୁଛି । ପାକିସ୍ତାନର ଗୋଳାବାରୁଦରୁ ରକ୍ଷା ପାଇବା ପାଇଁ ଜମ୍ମୁ-କାଶ୍ମୀରର ଜିରୋ ଲାଇନରେ ରହୁଥିବା ଅଧିକାଂଶ ଲୋକ ଏବେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତିତ ହେଉଛନ୍ତି ।

ଉରୀରେ ଗତ କିଛି ଦିନ ମଧ୍ୟରେ ଅସ୍ତ୍ରବିରତି ଉଲଙ୍ଘନର ଅଧିକ ମାମଲା ସାମ୍ନାକୁ ଆସିଛି । ଯେଉଁଥିରେ ପାକିସ୍ତାନୀ ସେନା ଏଲଓସି ନିକଟବର୍ତ୍ତୀ ଅଞ୍ଚଳ ଗୁଡିକୁ ଟାର୍ଗେଟ କରି ଆକ୍ରମଣ କରୁଥିବା ପରିଲକ୍ଷିତ ହେଉଛି । ତେବେ ଉରୀ ସେକ୍ଟର ଏଲଓସି ନିକଟବର୍ତ୍ତୀ ଅଞ୍ଚଳରେ ରହୁଥିବା ଅନେକ ପରିବାର ଏବେ ଏକାସାଙ୍ଗରେ ଭିଟାମାଟି ଛାଡି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ ହୋଇଛନ୍ତି । କୋରୋନାର ଭୟ ଥିବା ସତ୍ବେ ପାକିସ୍ତାନର ହରକତ ସେମାନଙ୍କୁ ଏକତ୍ର ଯିବାକୁ ବାଧ୍ୟ କରିଛି । ଏମାନେ ଏବେ ପାକିସ୍ତାନର ଆକ୍ରମଣରୁ ନିଜକୁ ବଞ୍ଚାଇବାକୁ ବଙ୍କର ଦାବି କରୁଛନ୍ତି ।

ଚରନାରା ଗ୍ରାମର ଜଣେ ନିବାସୀ ଲାଲ ହସନ ଏନେଇ କହିଛନ୍ତି, ଏମିତି ଏକ ଦିନ ନାହିଁ ଯେବେ ପାକିସ୍ତାନ ପଟୁ ଆକ୍ରମଣ ହେଉନାହିଁ । ଏହି ଗୁଳିଗୋଳାରୁ ରକ୍ଷା ପାଇବା ପାଇଁ ଆମେ ବାରମ୍ବାର ସରକାରଙ୍କୁ ବଙ୍କର ଯୋଗାଇବାକୁ ଅନୁରୋଧ କରୁଛୁ । ସେମାନଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ନେବା ଉଚିତ ବୋଲି ସେ କହିଛନ୍ତି ।

ସୌଜନ୍ୟ@ANI

ABOUT THE AUTHOR

...view details