ଓଡିଶା

odisha

By

Published : Jun 15, 2019, 10:00 PM IST

Updated : Jun 18, 2019, 10:55 AM IST

ETV Bharat / bharat

ଫେସବୁକରେ ପାକିସ୍ତାନର ବିରାଡି ମନ୍ତ୍ରୀ !

ପାକିସ୍ତାନର ଜଣେ ମନ୍ତ୍ରୀ ଫେସ୍‌ବୁକ୍‌ରେ ଲାଇଭ୍‌ କନ୍‌ଫରେନ୍ସ କରୁଥିବା ସମୟରେ ଭୁଲରେ କ୍ୟାଟ୍‌ ଫିଲଟର ଆକ୍ଟିଭ ହୋଇଯାଇଥିଲା । ଏହା ପରେ ତାଙ୍କ ଚେହେରା ବିଲେଇ ଭଳି ଦେଖାଯାଇଥିଲା ।

ଫଟୋ ସୌଜନ୍ୟ: ଟ୍ବିଟର@nailainayat

ଇସଲାମାବାଦ: ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲାଇଭ ଯିବା ପୂର୍ବରୁ ୟୁଜର୍ସଙ୍କୁ ଅନେକ ଦିଗ ପ୍ରତି ଧ୍ୟାନ ରଖିବାକୁ ପଡିଥାଏ । କାରଣ ଗୋଟିଏ ଭୁଲ ହୋଇଗଲେ ଟ୍ରୋଲ ହେବାକୁ ପଡେ । ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସ୍‌ବୁକ୍‌ରେ ଏଭଳି କିଛି ଭୁଲ ପାଇଁ ଟ୍ରୋଲର ଶିକାର ହୋଇଛନ୍ତି ପାକିସ୍ତାନର ଜଣେ ମନ୍ତ୍ରୀ । ସେ ଲାଇଭ୍‌ କନ୍‌ଫରେନ୍ସ କରୁଥିବା ସମୟରେ ଭୁଲରେ କ୍ୟାଟ୍‌ ଫିଲଟର ଆକ୍ଟିଭ ହୋଇଯାଇଥିଲା । ଯାହା ପରେ ତାଙ୍କ ଚେହେରା ବିଲେଇ ଭଳି ଦେଖାଯାଇଥିଲା ।

ସୂଚନା ମୁତାବକ, ପାକିସ୍ତାନର ଖୈବର ପଖ୍‌ତୁନଖ୍‌ୱା ପ୍ରାନ୍ତର ସୂଚନା ମନ୍ତ୍ରୀ ଶୈକତ ୟୁସୁଫଜଇ ନିଜ ମନ୍ତ୍ରୀଙ୍କ ସହ ବିଧାନସଭା ସମ୍ବନ୍ଧୀୟ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ । ଏହି ସମୟରେ ତାଙ୍କ ସୋସିଆଲ ମିଡିଆ ଟିମ୍‌ ଫେସବୁକରେ ଲାଇଭ ଯାଇଥିଲେ । ହେଲେ ଭୁଲରେ କ୍ୟାଟ ଫିଲଟର ଅନ୍‌ କରି ଦେଇଥିଲେ।

ତେବେ ଏନେଇ ଅବଗତ ହେବା ପରେ କ୍ୟାଟ ଫିଲଟର ଇନ୍‌-ଆକ୍ଟିଭ କରାଯାଇଥିଲା । କିନ୍ତୁ ସେତିକିବେଳକୁ ସୋସିଆଲ ମିଡିଆ ୟୁଜର୍ସ ଏହାର ସ୍କ୍ରିନ୍‌ସଟ୍‌ ନେଇ ସୋସିଆଲ ମିଡିଆରେ ଅପଲୋଡ କରି ଦେଇଥିଲେ । ଏହା ପରେ ତାଙ୍କର ଏହି ଫୋଟଟି ଖୁବ୍‌ ଭାଇରାଲ ହେବା ସହ ତାଙ୍କୁ ଟ୍ରୋଲ କରାଯାଉଛି ।

Last Updated : Jun 18, 2019, 10:55 AM IST

For All Latest Updates

ABOUT THE AUTHOR

...view details