ଓଡିଶା

odisha

ETV Bharat / bharat

'ଆତଙ୍କବାଦୀମାନେ ସ୍ବାଧୀନତା ସଂଗ୍ରାମୀ' - newdelhi

ସାରାଦେଶ ପୁଲୱାମା ଘଟଣାରେ ଗୁମୁରି ଗୁମୁରି କାନ୍ଦୁଥିବାବେଳେ ସୁଧୁରିବାରେ ତିଳେ ମାତ୍ର ପ୍ରୟାସ କରୁନି ପାକିସ୍ତାନ। ନିଜର ଏଭଳି ଏକ ବର୍ବରୋଚିତ କାମ ଯୋଗୁଁ ବିଶ୍ବ ସମୁଦାୟ ସାମ୍ନାରେ ପାକକୁ ନିନ୍ଦା କରାଯାଇଥିଲେ ମଧ୍ୟ କିଛି ଫରକ ପଡିନି ପାକିସ୍ତାନକୁ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

By

Published : Feb 16, 2019, 11:57 PM IST

ନୂଆଦିଲ୍ଲୀ: ସାରାଦେଶ ପୁଲୱାମା ଘଟଣାରେ ଗୁମୁରି ଗୁମୁରି କାନ୍ଦୁଥିବାବେଳେ ସୁଧୁରିବାରେ ତିଳେ ମାତ୍ର ପ୍ରୟାସ କରୁନି ପାକିସ୍ତାନ। ନିଜର ଏଭଳି ଏକ ବର୍ବରୋଚିତ କାମ ଯୋଗୁଁ ବିଶ୍ବ ସମୁଦାୟ ସାମ୍ନାରେ ପାକକୁ ନିନ୍ଦା କରାଯାଇଥିଲେ ମଧ୍ୟ କିଛି ଫରକ ପଡିନି ପାକିସ୍ତାନକୁ। ଏହାରି ମଧ୍ୟରେ ପାକ୍ ମିଡିଆର ଏମିତି ଏକ ବୟାନ ସାରା ଦେଶକୁ ଆହୁରି କ୍ରୋଧାନ୍ବିତ କରିଛି।

ପୁଲୱାମା ଆକ୍ରମଣକାରୀକୁ ପାକ ଗଣମାଧ୍ୟମ 'ସ୍ବାଧୀନତା ସଂଗ୍ରାମୀ' ବୋଲି କହିଛି। କେବଳ ସେତିକି ନୁହେଁ ଏହି ଘଟଣାରେ ସମ୍ପୃକ୍ତି ଥିବା ଜୈସ-ଏ-ମହମ୍ମଦକୁ ଦୋଷମୁକ୍ତ କହିବାକୁ ମଧ୍ୟ ପଛାଇନାହିଁ। ଯାହାକୁ ନେଇ ଏବେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କାରଣ ଏହି ଆକ୍ରମଣ ଘଟଣା ପରେ ଖୋଦ ଆତଙ୍କୀ ସଂଗଠନ ଜୈସ-ଏ-ମହମ୍ମଦ ନିଜକୁ ଦାୟୀ କରିଥିଲା।

ହେଲେ ପାକର ଏକ ଗଣମାଧ୍ୟମ ଏହି ଘଟଣାକୁ ଘୋଡାଇବା ସହ ଏମିତି ତଥ୍ୟ ଦେଇ ପୁଣିଥରେ ନିନ୍ଦିତ ହୋଇଛି। ସୂଚନା ଅନୁସାରେ, ଗୁରୁବାର ହୋଇଥିବା ପୁଲୱାମା ଆତଙ୍କୀ ହମଲାରେ 46 ଭାରତୀୟ ଯବାନ ଶହୀଦ ହୋଇଥିବାବେଳେ ଅନେକ ଯବାନ ଗୁରୁତର ଭାବେ ଚିକିତ୍ସାଧୀନ ଅଛନ୍ତି।

ଅନ୍ୟପଟେ ପୁରା ଦେଶ ଶହୀଦ ଯବାନଙ୍କ ପରିବାର ପଛରେ ରହିଥିବାବେଳେ ପ୍ରତିଶୋଧ ପାଇଁ ଦାବି କରୁଛି ଦେଶ। ଘନଘନ ବୈଠକ ବସିବା ସହ କିଭଳି ଆକ୍ରମଣକାରୀଙ୍କୁ ଦୃଢ ଜବାବ ଦିଆଯିବ, ସେ ନେଇ ଅଣ୍ଟା ଭିଡିଛନ୍ତି କେନ୍ଦ୍ର ସରକାର।

ABOUT THE AUTHOR

...view details