ଓଡିଶା

odisha

କୋରୋନା ମୁକାବିଲା ପାଇଁ ଭାରତ ସହ ହାତ ମିଶାଇବ ପାକିସ୍ତାନ !

By

Published : Mar 13, 2020, 2:54 PM IST

କୋରୋନା ମୁକାବିଲା ପାଇଁ ସାରା ବିଶ୍ବରେ ଚାଲିଛି ପ୍ରସ୍ତୁତି । ଏନେଇ ସାରା ବିଶ୍ବରେ ବିଭିନ୍ନ ଉପାୟରେ ଲୋକଙ୍କ ସଚେତନ କରାଯାଉଥିବା ବେଳେ ଘଡିସନ୍ଧି ମୁହୂର୍ତ୍ତରେ ନରମିଛି ପାକିସ୍ତାନ । ଆଉ ବିଶ୍ବ ପାଇଁ ମାହାମାରୀ ସାବ୍ୟସ୍ତ ହୋଇଥିବା କୋରୋନାର ମୁକାବିଲା ପାଇଁ ଭାରତ ସହ ହାତ ମିଶାଇବାର ସଙ୍କେତ ଦେଇଛି ।

pak ready to work with india, covid-19, covid-19 in pakistan, କୋଭିଡ-19, ପାକିସ୍ତାନରେ କୋରୋନା, ଭାରତ ସହ ହାତ ମିଶାଇବାକୁ ପ୍ରସ୍ତୁତ ପାକିସ୍ତାନ
କୋରୋନା ମୁକାବିଲା ପାଇଁ ଭାରତ ସହ ହାତ ମିଶାଇବ ପାକିସ୍ତାନ !

ଇସଲାମାବାଦ: କୋରୋନା ମୁକାବିଲା ପାଇଁ ସାରା ବିଶ୍ବରେ ଚାଲିଛି ପ୍ରସ୍ତୁତି । ସଚେତନତା ବାର୍ତ୍ତା, ସଫାସୁତୁରା ରହିବା ଅଭ୍ୟାସ କରିବା, ଅନ୍ୟଙ୍କ ସହ କରମର୍ଦ୍ଦନ ନକରିବା, ଛିଙ୍କିବା ବା କାଶିବା ସମୟରେ ହାତ ବା ରୁମାଲରେ ମୁହଁ ବନ୍ଦ କରିବା ଆଦି । ଏନେଇ ସାରା ବିଶ୍ବରେ ବିଭିନ୍ନ ଉପାୟରେ ଲୋକଙ୍କ ସଚେତନ କରାଯାଉଥିବା ବେଳେ ଘଡିସନ୍ଧି ମୁହୂର୍ତ୍ତରେ ନରମିଛି ପାକିସ୍ତାନ । ଆଉ ବିଶ୍ବ ପାଇଁ ମାହାମାରୀ ସାବ୍ୟସ୍ତ ହୋଇଥିବା କୋରୋନାର ମୁକାବିଲା ପାଇଁ ଭାରତ ସହ ହାତ ମିଶାଇବାର ସଙ୍କେତ ଦେଇଛି ।

ବର୍ତ୍ତମାନ ସୁଦ୍ଧା ଏହି ମାରାତ୍ମକ ରୋଗର କବଳରେ 100 ଦେଶ ଆସିଥିବା ବେଳେ ଭାରତ ଓ ପାକିସ୍ତାନରେ ଆକ୍ରାନ୍ତ ସଂଖ୍ୟା ଯଥାକ୍ରମେ 76 ଓ 20 ରହିଛି । କିନ୍ତୁ ଯଦି ଏହାକୁ ରୋକିବାର ଉପାୟ ଯଥାଶୀଘ୍ର ଖୋଜାନଯାଏ ତେବେ ଏହା ଆହୁରି ମାରାତ୍ମକ ହେବ ବୋଲି ଆଶଙ୍କା ପ୍ରକାଶ କରିଛି ୱାର୍ଲଡ ହେଲ୍‌ଥ ଅର୍ଗାନାଇଜେସନ (WHO) । ଗୁରୁବାର ଭାରତରେ କୋରୋନାରେ ପ୍ରଥମ ମୁଣ୍ଡ ଗଡିଥିବା ବେଳେ ଏନେଇ ପାକିସ୍ତାନକୁ ପଚରାଯିବାରୁ ଆବଶ୍ୟକସ୍ଥଳେ ପାକିସ୍ତାନ ପଡୋଶୀ ରାଷ୍ଟ୍ରଙ୍କ ସହ ହାତ ମିଶାଇବାକୁ ପ୍ରସ୍ତୁତ ଥିବା ପ୍ରକାଶ କରିଛନ୍ତି ଇସଲାମାବାଦ ବୈଦେଶିକ କାର୍ଯ୍ୟାଳୟ ପ୍ରବକ୍ତା ଆଇସା ଫାରୁକି ।

ଏଥିସହ ସମ୍ପୃକ୍ତ ମାମଲାରେ ପ୍ରତିକ୍ରିୟା ଦେଇ ଫାରୁକି କହିଛନ୍ତି କି ପାକିସ୍ତାନରେ କୋରୋନା ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ଆବଶ୍ୟକସ୍ଥଳେ ପାକିସ୍ତାନ ପଡୋଶୀ ରାଷ୍ଟ୍ରଙ୍କୁ ସାହାଯ୍ୟ କରିବା ସହ ନିଜେ ମଧ୍ୟ ସେମାନଙ୍କ ସହ ହାତ ମିଶାଇ ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ଅଛି । ସେପଟେ ଅନ୍ୟ ରାଷ୍ଟ୍ରଙ୍କ ପରି ପାକିସ୍ତାନ ମଧ୍ୟ ନିଜ ନାଗରିକମାନଙ୍କ ସୁରକ୍ଷା ପାଇଁ ଏୟାରପୋର୍ଡ ଓ ସୀମା ଅଞ୍ଚଳରେ ବିଶେଷ ସତର୍କତା ଅବଲମ୍ବନ କରିବା ସହ ଆଶ୍ୟକୀୟ ପଦକ୍ଷେପମାନ ଗ୍ରହଣ କରୁଥିବା ପ୍ରକାଶ କରିଛନ୍ତି ଫାରୁକି ।

ଅନ୍ୟପଟେ ଆଫଗାନିସ୍ତାନର ହେରାତରେ ଥିବା ପାକିସ୍ତାନର ବାଣିଜ୍ୟିକ ଦୂତାବାସ ବନ୍ଦ ହୋଇଥିବା ପ୍ରଚାରିତ ଖବରକୁ ଖଣ୍ଡନ କରିଛନ୍ତି ଫାରୁକି । ସେ କହିଛନ୍ତି କୋରୋନା ସ୍ଥିତି ପାଇଁ ଏହା କେବଳ 15 ଦିନ ପାଇଁ ଏହା ବନ୍ଦ ରହିଛି । ଏଥିସହ କାବୁଲରେ ଥିବା ପାକିସ୍ତାନ ଦୂତାବାସକୁ ମଧ୍ୟ ସମାନ କାରଣରୁ କିଛି ଦିନ ପାଇଁ ବନ୍ଦ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details