ଓଡିଶା

odisha

ETV Bharat / bharat

ମିଳିଲାନି ଜାମିନ, ଜେଲରେ ଚିକିତ୍ସିତ ହେବେ ଚିଦାମ୍ବରମ - ଚିଦାମ୍ବରମଙ୍କ ଜାମିନ ଆବେଦନ ଖାରଜ

ଆଇଏନଏକ୍ସ ମିଡିଆ ମାମଲାରେ  ଚିଦାମ୍ବରମଙ୍କ ଜାମିନ ଆବେଦନକୁ ପୁଣି ଥରେ ଖାରଜ କରିଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ସ୍ବାସ୍ଥ୍ୟଗତ କାରଣ ଯୋଗୁଁ ୩ ଦିନର ଜାମିନ ଆବେଦନ କରିଥିଲେ ଚିଦାମ୍ବରମ ।

ଫାଇଲ ଫଟୋ

By

Published : Nov 1, 2019, 7:04 PM IST

ନୂଆଦିଲ୍ଲୀ: ପୁଣି ନିରାଶ ହେଲେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ । ଆଇଏନଏକ୍ସ ମିଡିଆ ମାମଲାରେ ଚିଦାମ୍ବରମଙ୍କ ଜାମିନ ଆବେଦନକୁ ପୁଣି ଥରେ ଖାରଜ କରିଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ ।

ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ତିହାର ଜେଲରେ ଥିବା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମଙ୍କ ସ୍ବାସ୍ଥ୍ୟାବସ୍ଥା ଗତ କିଛିଦିନରୁ ବିଗିଡ଼ିବାରେ ଲାଗିଥିଲା । ଏହାକୁ ଦୃଷ୍ଟିରେ ରଖି ସେ ଦିଲ୍ଲୀ ହାଇକୋର୍ଟ ୩ ଦିନର ଜାମିନ ଆବେଦନ କରିଥିଲେ । ତେବେ ହାଇକୋର୍ଟ ଚିଦାମ୍ବରମଙ୍କ ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା ନିରୀକ୍ଷା କରି ରିପୋର୍ଟ ଦେବାକୁ ଏମସ ନିର୍ଦ୍ଦେଶକଙ୍କୁ ଏକ ବୋର୍ଡ ଗଠନ କରିବାକୁ କହିଥିଲେ ।

ତେବେ ଏହି ବୋର୍ଡ ଆଜି ଚିଦାମ୍ବରଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କିତ ରିପୋର୍ଟ କୋର୍ଟରେ ଦାଖଲ କରିଥିଲେ । ଚିଦାମ୍ବରମଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାର ଆବଶ୍ୟକତା ନାହିଁ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଥିଲା । ତେବେ ଏହି ରିପୋର୍ଟ ଆଧାରରେ କୋର୍ଟ ଚିଦାମ୍ବରମଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି । ଏହା ସହିତ କୋର୍ଟ ଜେଲରେ ହିଁ ଚିଦାମ୍ବରଙ୍କ ନିୟମିତ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ABOUT THE AUTHOR

...view details