ନୁଆଦିଲ୍ଲୀ: ବିଜୟାଦଶମୀ ଅବସରରେ ନାଗରିକତା ସଂଶୋଧନ ଆଇନକୁ ନେଇ ମତ ରଖିଛନ୍ତି ରାଷ୍ଟ୍ରୀୟ ସ୍ବୟଂସେବକ ସଙ୍ଘ ମୁଖ୍ୟ ମୋହନ ଭାଗବତ । ଏହି ଅବସରରେ ନାଗରିକତା ସଂଶୋଧନ ଆଇନ ସଂସଦରେ ସମସ୍ତ ପ୍ରକ୍ରିୟା ପୂରଣ କରାଯାଇ ପାରିତ କରାଯାଇଥିବା ସେ କହିଛନ୍ତି । ଆଇନକୁ ଗୃହରେ ବିରୋଧ କରୁଥିବା ସଦସ୍ୟ ମାନେ ମଧ୍ୟ ଉପସ୍ଥିତ ଥିଲେ । ତେବେ ସବୁ ବିରୋଧ ସତ୍ବେ ସବୁ ସାମ୍ବିଧାନିକ ପ୍ରକ୍ରିୟା ଅନୁସରଣ କରାଯାଇ ବିଲକୁ ଆଇନରେ ପାରିତ କରାଯାଇଥିବା ନେଇ ସେ ମତ ରଖିଛନ୍ତି ।
ଏହା ସହ ଏହି ଆଇନ ମୁସଲିମ ସମ୍ପ୍ରଦାୟ ବିରୋଧରେ ନୁହେଁ କିନ୍ତୁ ମୁସଲିମ ଭାଇ ଭଉଣୀ ମାନଙ୍କୁ ଏହା ବାବଦରେ ମିଛ କଥା କହି ଭ୍ରମିତ କରି ଦଙ୍ଗା, ଧାରଣା ଓ ପ୍ରତିବାଦ କରାଗଲା ବୋଲି ସେ କହିଛନ୍ତି । କିନ୍ତୁ ବାସ୍ତବରେ ଏହି ଆଇନ କୌଣସି ଧର୍ମ ପ୍ରତି ପକ୍ଷପାତିତା କରେ ନାହିଁ ବୋଲି ମତ ରଖିଛନ୍ତି ଭାଗବତ ।