ହାଇଦ୍ରାବାଦ: ବର୍ତ୍ତମାନ ସମୟରେ ମେଦବହୁଳତା ବା ମୋଟାପଣ ଏକ ବଡ ସମସ୍ୟା ହୋଇ ମୁଣ୍ଡ ଟେକିଛି । ଆଉ ଏହାର ସମାଧାନ ନେଇ ଅନେକ ବ୍ୟକ୍ତି ବିଭିନ୍ନ ଉପାୟ ମାନ ଆପଣାଉଛନ୍ତି। କେହି କେହି ଡାଏଟିଂ କରୁଛନ୍ତି ତ ଆଉ କିଏ ଜିମ ଯାଉଛନ୍ତି। ଏଭଳି ଅନେକ ଉପାୟ ଆପଣାଉଛନ୍ତି। ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି ଯେ, ଆବଶ୍ୟକତା ନଥାଇ ଅତ୍ୟଧିକ ଖାଇବା ହେଉଛି ମୋଟାପଣର ମୁଖ୍ୟ କାରଣ। ଏହାସହ ଜଙ୍କ ଫୁଡ ସେବନ ଦ୍ବାରା ମଦବହୁଳତା ବଢିଥାଏ।
ଏହି କାରଣରୁ ବୃଦ୍ଧି ପାଇଥାଏ ମୋଟାପଣ
ଆମେରିକାରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି ଯେ, ଶାରୀରିକ ପରିଶ୍ରମ ନକରିବା କାରଣରୁ ମେଦ ବହୁଳତାରେ ବୃଦ୍ଧି ଘଟିଥାଏ। ଯାହା ଫଳରେ ମୋଟାପଣ ବୃଦ୍ଧି ପାଇଥାଏ। ଅଧିକ ପଢନ୍ତୁ...
ଆମେରିକାର ବେଲର ବିଶ୍ବବିଦ୍ୟାଳୟରେ ଏହି ସମସ୍ୟାକୁ ନେଇ ଏକ ଗବେଷଣା କରାଯାଇଥିଲା। ବିଶେଷଜ୍ଞ 5ରୁ 12 ବର୍ଷ ବୟସର 44 ଜଣ ପିଲାଙ୍କର ଡେଲି ଏନର୍ଜି ଏକ୍ସପେଣ୍ଡିଚ୍ୟୋର ଡାଟାକୁ ନେଇ ରିସର୍ଚ୍ଚ କରିଥିଲେ। ଯେଉଁଥିରେ ପିଲାଙ୍କର ଖାଦ୍ୟପେୟ ଓ ସେମାନଙ୍କ ଜୀବନଶୈଳୀ ଉପରେ ଧ୍ୟାନ ଦିଆଯାଇଥିଲା । ଯେଉଁଥିରୁ ଜଣାପଡିଥିଲା ଯେ, ଶାରୀରିକ ଭାବେ ସ୍ଥିର ଓ ରୋଗମୁକ୍ତ ଜୀବନ ଶୈଳୀ କାରଣରୁ ଦୈନିକ କ୍ୟାଲୋରୀ କମ ଖର୍ଚ୍ଚ ହୋଇଥାଏ। ଯାହା ମୋଟାପଣ ବୃଦ୍ଧି କରାଇବାର ପ୍ରଥମ କାରଣ।
ଆମେରିକାର କିଛି ପିଲାଙ୍କୁ ନେଇ ହୋଇଥିବା ଗବେଷଣା ଅନୁସାରେ, ଶାରୀରିକ ଭାବେ ଦୁର୍ବଳ ଓ ରୋଗ , ଶିଶୁଙ୍କ ମୋଟା ହେବାର କାରଣ। ଅଧିକ କସରତ କରୁଥିବା ପିଲା, ଶାରୀରିକ ପରିଶ୍ରମ କରୁଥିବା ପିଲାଙ୍କ ଠାରୁ କମ କ୍ୟାଲୋରୀ ଖର୍ଚ୍ଚ କରିଥାନ୍ତି। ବିଶେଷଜ୍ଞଙ୍କ କହିବା ଅନୁସାରେ, ପ୍ରତ୍ୟେକ ଦିନ ପିଲା ମିଠା ଖାଇବା ଦ୍ବାରା କ୍ୟାଲୋରୀ ସଂଖ୍ୟାରେ ବୃଦ୍ଧି ଘଟିଥାଏ। ଅତ୍ୟଧିକ ଖାଦ୍ୟ ଖାଇବା, ଶାରୀରିକ ପରିଶ୍ରମ ନକରିବା ଓ ପୋଷଣ ସଂକ୍ରମଣ ଯୋଗୁଁ ମୋଟାପଣ ବୃଦ୍ଧି ପାଇଥାଏ। ଆଉ ଏହା ପିଲା ଦିନରୁ ହିଁ ଆରମ୍ଭ ହୋଇଥାଏ।
TAGGED:
poor physical activity