ଓଡିଶା

odisha

ETV Bharat / bharat

ଲକଡାଉନରେ ଏବେ ସୁଦ୍ଧା ଗଡିଲାଣି 3500 ସ୍ବତନ୍ତ୍ର ଟ୍ରେନ: ରେଳବାଇ - ସ୍ବତନ୍ତ୍ର ଟ୍ରେନ

ବର୍ତ୍ତମାନ ସୁଦ୍ଧା ଭାରତୀୟ ରେଳବାଇ 48 ଲକ୍ଷରୁ ଅଧିକ ଯାତ୍ରୀଙ୍କୁ ବିଭିନ୍ନ ଗନ୍ତବ୍ୟ ସ୍ଥାନକୁ ନେଇ ଆସୁଥିବା ବେଳେ 3500 ରୁ ଅଧିକ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ଆରମ୍ଭ ହୋଇଛି ବୋଲି ରେଳ ମନ୍ତ୍ରଣାଳୟ ବୁଧବାର ସୂଚନା ଦେଇଛି ।

ଲକଡାଉନରେ ଏବେ ସୁଦ୍ଧା ଗଡିଲାଣି 3500 ସ୍ବତନ୍ତ୍ର ଟ୍ରେନ: ରେଳବାଇ
ଲକଡାଉନରେ ଏବେ ସୁଦ୍ଧା ଗଡିଲାଣି 3500 ସ୍ବତନ୍ତ୍ର ଟ୍ରେନ: ରେଳବାଇ

By

Published : May 28, 2020, 10:03 AM IST

ନୂଆଦିଲ୍ଲୀ: ଲକଡାଉନରେ ଅଧିକ ପ୍ରଭାବତ ହୋଇଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ତାଲାବନ୍ଦରେ ଆରମ୍ଭ ହୋଇଥିଲା ଟ୍ରେନ ସେବା । ତେବେ ବର୍ତ୍ତମାନ ସୁଦ୍ଧା ଭାରତୀୟ ରେଳବାଇ 48 ଲକ୍ଷରୁ ଅଧିକ ଯାତ୍ରୀଙ୍କୁ ବିଭିନ୍ନ ଗନ୍ତବ୍ୟ ସ୍ଥାନକୁ ନେଇ ଆସୁଥିବା ବେଳେ 3500 ରୁ ଅଧିକ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ଆରମ୍ଭ ହୋଇଛି ବୋଲି ରେଳ ମନ୍ତ୍ରଣାଳୟ ବୁଧବାର ସୂଚନା ଦେଇଛି ।

ସମୁଦାୟ ଶ୍ରମିକ ଟ୍ରେନର ପ୍ରାୟ 80 ପ୍ରତିଶତ ଉତ୍ତରପ୍ରଦେଶ ଏବଂ ବିହାର ଅଭିମୁଖେ ଯାଇଛି । ଉତ୍ତରପ୍ରଦେଶର ଲକ୍ଷ୍ନୌ, ଗୋରଖପୁର ଏବଂ ବିହାରର ପାଟନାକୁ ଅଧିକାଂଶ ଟ୍ରେନ ଯାଇଛି ।

ତାଲାବନ୍ଦ ମଧ୍ୟରେ ମେ 1 ରୁ ପ୍ରବାସୀ ଶ୍ରମିକଙ୍କ ପାଇଁ ଶ୍ରମିକ ସୂତନ୍ତ୍ର ଟ୍ରେନ ଆରମ୍ଭ ହୋଇଛି । ତେବେ ମେ 12 ରୁ ଦେଶର ବିଭିନ୍ନ ସହରର ସାଧାରଣ ଯାତ୍ରୀଙ୍କ ପାଇଁ 15 ଯୋଡି ସ୍ବତନ୍ତ୍ର ଟ୍ରେନ ଚଳାଚଳ କରୁଛି । ଜୁନ୍ 1 ରୁ 100 ଯୋଡି ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ରେଳବାଇ ଯୋଜନା କରୁଥିବା ଜଣାପଡିଛି ।

ABOUT THE AUTHOR

...view details