ଓଡିଶା

odisha

ETV Bharat / bharat

ଲକ ଡାଉନରେ 20 ଲକ୍ଷ ପର୍ଯ୍ୟଟନ କ୍ଷେତ୍ରର ଲୋକେ ପ୍ରଭାବିତ - touirism

ଲକ ଡାଉନରେ 20 ଲକ୍ଷ ପର୍ଯ୍ୟଟନ କ୍ଷେତ୍ରର ଲୋକେ ପ୍ରଭାବିତ । ଉତ୍ତରାଖଣ୍ଡରେ ମଧ୍ୟ ଦେଖିବାକୁ ମିଳିଛି ଏହାର ପ୍ରଭାବ। ଅଧିକ ପଢନ୍ତୁ...

Over 20 Lakh Involved In Uttarakhand Tourism Affected Due To Lockdown
ଡିଜାଇନ ଫଟୋ

By

Published : May 2, 2020, 10:04 PM IST

ଡେରାଡୁନ: ଦେଶବ୍ୟାପୀ ଲକ ଡାଉନ ଯୋଗୁଁ ପ୍ରଭାବିତ ହୋଇଛି ଅନେକ କ୍ଷେତ୍ର । ଉତ୍ତରାଖଣ୍ଡ ପର୍ଯ୍ୟଟନ କ୍ଷେତ୍ର ସହିତ ଜଡିତ ମୋଟ 20 ରୁ 25 ଲକ୍ଷ ଲୋକ ମଧ୍ୟ ଲକ ଡାଉନ ନେଇ ପ୍ରଭାବିତ ହୋଇଛନ୍ତି । ପର୍ଯ୍ୟଟନ କ୍ଷେତ୍ର ପାଇଁ ପ୍ରାୟ 2.5 ଲକ୍ଷ ଯାନ ନିୟୋଜିତ ଥିଲା । ଯଦି ଗୋଟିଏ ଗାଡି 5ଟି ପରିବାରକୁ ସେବା ଯୋଗାଉଥାଏ । ତେବେ ଲକ ଡାଉନ ଯୋଗୁଁ 10 ରୁ 15 ଲକ୍ଷ ଲୋକ ସିଧାସଳଖ ଏଥିରେ ପ୍ରଭାବିତ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ପର୍ଯ୍ୟଟନ ଉପାଧ୍ୟକ୍ଷ ବିଜୟ ।

ସେ କହିଛନ୍ତି ଯେ, ଡିଜେଲକୁ ଜିଏସଟି ନିୟମ ଅନୁଯାୟୀ କମ କରିବାକୁ ସରକାରଙ୍କୁ ଅନୁରୋଧ କରିଛି ପର୍ଯ୍ୟଟନ ବିଭାଗ । ଯାହା ବର୍ତ୍ତମାନ 28 ପ୍ରତିଶତରେ ରହିଛି, ତାହାକୁ 10% ଚାର୍ଜ କରିବାକୁ ଅନୁରୋଧ କରିଛି ବିଭାଗ ।

ଜିଏସଟି ନିୟମ ଅନୁଯାୟୀ ଯାନବାହାନର ଅତିରିକ୍ତ ଅଂଶ ଏବଂ ଅନ୍ୟାନ୍ୟ ଜିନିଷ କିଣିବା ପାଇଁ ଜିଏସଟି ହ୍ରାସ କରିବାକୁ ଆମେ ସରକାରଙ୍କୁ ପରାମର୍ଶ ଦେଇଛୁ ବୋଲି ବିଜୟ କହିଛନ୍ତି । ଏପରି କରିବା ଦ୍ବାରା ପର୍ଯ୍ୟଟନ କ୍ଷେତ୍ରର ବିକାଶ ହୋଇ ପାରିବ ।

For All Latest Updates

ABOUT THE AUTHOR

...view details