ଓଡିଶା

odisha

ETV Bharat / bharat

ଦିଲ୍ଲୀରେ 1207 ସ୍ବାସ୍ଥ୍ୟକର୍ମୀ କୋରୋନା ଆକ୍ରାନ୍ତ - ସ୍ବାସ୍ଥ୍ୟକର୍ମୀ

ଗତ ମାର୍ଚ୍ଚରୁ ଉଭୟ କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କ ଅଧିନରେ ଥିବା ନଅଟି ପ୍ରମୁଖ କୋଭିଡ ଉତ୍ସର୍ଗୀକୃତ ଡାକ୍ତରଖାନାରେ 1,207 ଜଣ ସ୍ୱାସ୍ଥ୍ୟକର୍ମୀ କୋରୋନା ଆକ୍ରାନ୍ତ ହୋଇଛନ୍ତି ।

corona warrior
ଦିଲ୍ଲୀରେ ଏବେସୁଦ୍ଧା 1207 ସ୍ବାସ୍ଥ୍ୟକର୍ମୀ କୋରୋନା ଆକ୍ରାନ୍ତ

By

Published : Jun 20, 2020, 5:46 PM IST

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ କୋରୋନା ମାମଲା ଦ୍ରୁତ ଗତିରେ ବଢିଚାଲିଛି । ଏହା ମଧ୍ୟରେ ଦିଲ୍ଲୀରେ କୋରୋନା ଯୋଦ୍ଧାଙ୍କୁ ମଧ୍ୟ କୋରୋନା ନିଜ କବଳିତ କରିଛି । ଗତ ମାର୍ଚ୍ଚରୁ ଉଭୟ କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କ ଅଧିନରେ ଥିବା ନଅଟି ପ୍ରମୁଖ କୋଭିଡ ଉତ୍ସର୍ଗୀକୃତ ଡାକ୍ତରଖାନାରେ 1,207 ଜଣ ସ୍ୱାସ୍ଥ୍ୟକର୍ମୀ କୋରୋନା ଆକ୍ରାନ୍ତ ହୋଇଛନ୍ତି । ତେବେ ଦିଲ୍ଲୀର ବିଭିନ୍ନ ଡାକ୍ତରଖାନାର ନର୍ସ ୟୁନିଅନର ପ୍ରତିନିଧୀ ଏବଂ 6ଟି ଡାକ୍ତରଖାନାର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି ।

ପ୍ରକାଶ ଥାଉକି, କୋରୋନା ଦୃଷ୍ଟିରୁ ଦିଲ୍ଲୀ ଦେଶରେ ଚତୁର୍ଥ ସ୍ଥାନରେ ରହିଛି । ଦିଲ୍ଲୀରେ ବର୍ତ୍ତମାନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 53116ରେ ପହଞ୍ଚିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଏବେସୁଦ୍ଧା 2035 ଆକ୍ରାନ୍ତଙ୍କ କୋରୋନାରେ ମୃତ୍ୟୁ ଘଟିଛି ।

ABOUT THE AUTHOR

...view details