ଓଡିଶା

odisha

ETV Bharat / bharat

ଶହୀଦ 20 ଭାରତୀୟ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ସୁଧୀନ୍ଦ୍ର ଭଦୋରିଆ - 20 ଭାରତୀୟ ଯବାନ

ଲଦାଖର ଗଲଓ୍ବାନ ଘାଟିରେ ଭାରତ-ଚୀନ ମୁହାଁମୁହିଁ ହେବା ଘଟଣାରେ ପ୍ରାଣ ହରାଇଥିବା 20 ଭାରତୀୟ ଯବାନଙ୍କୁ ବହୁଜନ ସମାଜ ପାର୍ଟି (ବିଏସପି) ଜାତୀୟ ମୁଖପାତ୍ର ସୁଧୀନ୍ଦ୍ର ଭଦୋରିଆ ବୁଧବାର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏଥିସହ ସେ କହିଛନ୍ତି, ଯବାନମାନେ ସାହସର ସହ ଲଢି ଦେଶର ସୀମା ରକ୍ଷା କରିବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି।

china india tension
ଶହୀଦ 20 ଭାରତୀୟ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ସୁଧୀନ୍ଦ୍ର ଭଦୋରିଆ

By

Published : Jun 17, 2020, 3:55 PM IST

ନୂଆଦିଲ୍ଲୀ: ଲଦାଖର ଗଲଓ୍ବାନ ଘାଟିରେ ଭାରତ-ଚୀନ ମୁହାଁମୁହିଁ ହେବା ଘଟଣାରେ ପ୍ରାଣ ହରାଇଥିବା 20 ଭାରତୀୟ ଯବାନଙ୍କୁ ବହୁଜନ ସମାଜ ପାର୍ଟି (ବିଏସପି) ଜାତୀୟ ମୁଖପାତ୍ର ସୁଧୀନ୍ଦ୍ର ଭଦୋରିଆ ବୁଧବାର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏଥିସହ ସେ କହିଛନ୍ତି, ଯବାନମାନେ ସାହସର ସହ ଲଢି ଦେଶର ସୀମା ରକ୍ଷା କରିବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅତି ନିକଟରୁ ଦେଖିଲେ ଉଭୟ ପକ୍ଷର ଏହି କ୍ଷତି ଘଟିଛି। ମୋର ବିଶ୍ୱାସ ରହିଛି ଯେ ଆମ ଯବାନମାନେ ଆଗକୁ ଏହିପରି ଦେଶର ସୀମାକୁ ରକ୍ଷା କରିବେ ।

ପ୍ରକାଶ ଥାଉକି, ପୂର୍ବ ଲଦାଖର ଗଲଓ୍ବାନ ଘାଟିରେ ଭାରତ-ଚୀନ ମୁହାଁମୁହିଁ ହେବା ଘଟଣାରେ 20 ଭାରତୀୟ ଯବାନ ଶହୀଦ ହୋଇଥିବା ନେଇ ଜଣାପଡିଛି । ପୂର୍ବରୁ ମଙ୍ଗଳବାର ଦ୍ବିପହରରେ ଭାରତୀୟ ସେନାର ଜଣେ ଅଧିକାରୀଙ୍କ ସମେତ 2 ଜଣ ଯବାନ ଶହୀଦ ହୋଇଥିଲେ । ତେବେ ଶହୀଦଙ୍କ ସଂଖ୍ୟା ବଢିପାରେ ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି ।

ଅନ୍ୟପକ୍ଷେ ଏହି ଘଟଣାରେ ଚୀନ ସେନାର 43 ଜଣ ଯବାନ ନିହତ ହୋଇଥିବା ଜଣାପଡିଛି । ଅନେକ ଯବାନ ଆହତ ମଧ୍ୟ ହୋଇଛନ୍ତି । ସୋମବାର ବିଳମ୍ବିତ ରାତିରେ ଦୁଇ ଦେଶର ଯବାନଙ୍କ ମଧ୍ୟରେ ହିଂସା ଉପୁଜିଥିଲା । ଗଲଓ୍ବାନ ଘାଟିରେ ସୀମା ବିବାଦକୁ ନେଇ ବୈଠକ ପରେ ସ୍ଥିତି ସାମାନ୍ୟ ଥିବାବେଳେ ପୁଣି ଥରେ ହିଂସା ଉପୁଜିଛି ।

ABOUT THE AUTHOR

...view details