ଓଡିଶା

odisha

ETV Bharat / bharat

ଓସ୍କାର 2019: 'ପିରିଅଡ୍ ଏଣ୍ଡ ଅଫ ସେଣ୍ଟେନ୍ସ'କୁ ମିଳିଲା ଶ୍ରେଷ୍ଠ କ୍ଷୁଦ୍ର ପ୍ରାମାଣିକ ପୁରସ୍କାର

ମହିଳାଙ୍କ ମାସିକ ଧର୍ମ ଉପରେ ନିର୍ମିତ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ‘ପିରିଅଡ ଏଣ୍ଡ ଅଫ ସେଣ୍ଟେନ୍ସ’କୁ ମିଳିଲା ଓସ୍କାର ପୁରସ୍କାର-2019 । । ତେବେ 'ସ୍ମାଇଲ ପିଙ୍କି' ପରେ ଦ୍ବିତୀୟ ଥର ପାଇଁ ଭାରତ 'ପିରିଅଡ୍ ଏଣ୍ଡ ଅଫ ସେଣ୍ଟେନ୍ସ' ପାଇଁ ଓସ୍କାର ପୁରସ୍କାର ପ୍ରାପ୍ତ କରିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@ଟ୍ବିଟର

By

Published : Feb 25, 2019, 3:30 PM IST

ଲସ ଆନଜେଲ୍ସ: ରବିବାର ଆରମ୍ଭ ହୋଇଛି ବିଶ୍ବ ଫିଲ୍ମ ଦୁନିଆର ସବୁଠାରୁ ବଡ ଓସ୍କାର ଆୱାର୍ଡ ସମାରୋହ । ଆୟୋଜିତ ସମାରୋହରେ ଭାରତୀୟ ଫିଲ୍ମ ପ୍ରଯୋଜକ ଗୁନୀତ ମୋଙ୍ଗାଙ୍କ ନିର୍ମିତ ଫିଲ୍ମ ‘ପିରିଅଡ ଏଣ୍ଡ ଅଫ ସେଣ୍ଟେନ୍ସ’କୁ ମିଳିଲା ଶ୍ରେଷ୍ଠ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ଓସ୍କାର ପୁରସ୍କାର-2019 । ମହିଳାଙ୍କ ମାସିକ ଧର୍ମ ଉପରେ ନିର୍ମିତ ଏହି କ୍ଷୁଦ୍ର ଫିଲ୍ମ ଓସ୍କାର ପୁରସ୍କାର ପାଇବା ପରେ ଇତିହାସ ସୃଷ୍ଟି କରିଛି ।

ଉକ୍ତ ଫିଲ୍ମକୁ ରୟାକ୍ତା ଜହତାବଚୀ ଏବଂ ମୌଲିସା ବର୍ଟନ ନିର୍ଦ୍ଦେଶନା ଦେଇଥିଲେ । ଇରାନୀ-ଆମେରିକା ଫିଲ୍ମ ନିର୍ଦ୍ଦେଶକ ରୟାକ୍ତା ଓସ୍କାର ପୁରସ୍କାର ପାଇବା ପରେ କହିଥିଲେ ଯେ, ସେ ବିଶ୍ବାସ କରିପାରୁନାହାନ୍ତି ଯେ ମାସିକ ଧର୍ମ ଉପରେ ବର୍ଣ୍ଣିତ ଏହି ଫିଲ୍ମ ଓସ୍କାର ପୁରସ୍କାର ପ୍ରାପ୍ତ କରିଛି । ପୁରସ୍କାର ପାଇବା ପରେ ଗୁନୀତା ମୋଙ୍ଗା ଟ୍ବିଟର ମାଧ୍ୟମରେ ନିଜ ଖୁସି ଜାହିର କରିଛନ୍ତି । ଏହି ଧରାପୃଷ୍ଠରେ ଜନ୍ମ ନେଇଥିବା ପ୍ରତ୍ୟେକ ଝିଅ ଜଣେ ଦେବୀ । ଏଥିସହ ଫିଲ୍ମ ମାଧ୍ୟମରେ ସେ ଶିକ୍ଷାକୁ ମଧ୍ୟ ଏକ ପରିଚୟ ଦେଇଥିବା କହିଛନ୍ତି ।

ସୂଚନାଯୋଗ୍ୟ ଗୁନୀତ ମୋଙ୍ଗା 'ଲଞ୍ଚ ବକ୍ସ' ଏବଂ 'ମାସାନ' ଭଳି ଗୁରୁତ୍ବପୂର୍ଣ୍ଣ ଫିଲ୍ମର ପ୍ରଯୋଜନା କରିଛନ୍ତି । 'ପିରିଅଡ୍ ଏଣ୍ଡ ଅଫ ସେଣ୍ଟେନ୍ସ' ଓସ୍କାରରେ ଶ୍ରେଷ୍ଠ କ୍ଷୁଦ୍ର ପ୍ରାମାଣିକ ଚଳଚିତ୍ର ଶ୍ରେଣୀରେ ପୁରସ୍କୃତ ପାଇଁ 'ବ୍ଲାକ ସିପ୍', 'ଏଣ୍ଡ ଗେମ', 'ଲାଇଫ ବୋଟ' ଏବଂ 'ଏ ନାଇଟ ଆଟ ଦି ଗାର୍ଡେନ' ଭଳି ଚଳଚ୍ଚିତ୍ର ସହ କଡା ଟକ୍କର ଚାଲିଥିଲା । ତେବେ 'ସ୍ମାଇଲ ପିଙ୍କି' ପରେ ଦ୍ବିତୀୟ ଥର ପାଇଁ ଭାରତ 'ପିରିଅଡ୍ ଏଣ୍ଡ ଅଫ ସେଣ୍ଟେନ୍ସ' ପାଇଁ ଓସ୍କାର ପୁରସ୍କାର ପ୍ରାପ୍ତ କରିଛି । ଚଳିତ ବର୍ଷ ପ୍ରଥମ ଥର ପାଇଁ ଓସ୍କାର ପୁରସ୍କାର ସମାରୋହରେ କେହି ଆଙ୍କର ନଥିଲେ ।

ABOUT THE AUTHOR

...view details