ଓଡିଶା

odisha

ETV Bharat / bharat

ଅର୍ଡର କରିଥିଲେ ପାୱାର ବ୍ୟାଙ୍କ, ମିଳିଲା ମୋବାଇଲ - amazon

ସଚ୍ଚୋଟପଣିଆ ଯୋଗୁଁ ବହୁ ଲୋକେ ବହୁ ସମ୍ମାନ ପାଇଛନ୍ତି । ଏପରି ଏକ ସଚ୍ଚୋଟପଣିଆର ଏକ ଉଦାହରଣ ଦେଖିବାକୁ ମିଳିଛି କେରଳରେ । ଏଠାରେ ନବିଲ ନାମକ ଜଣେ ଯୁବକ ଅନଲାଇନରୁ 1400 ଟଙ୍କାର ପାୱାର ବ୍ୟାଙ୍କ ଅର୍ଡର କରିଥିଲେ । ହେଲେ ଭୁଲରେ ତାଙ୍କ ପାଖକୁ 8 ହଜାର ଟଙ୍କାର ମୋବାଇଲ ଫୋନ୍ ଆସି ପହଞ୍ଚିଥିଲା । ସେ ଫୋନକୁ ନରଖି ଫେରାଇବାକୁ ଚାହିଁଥିଲେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଅର୍ଡର କରିଥିଲେ ପାୱାର ବ୍ୟାଙ୍କ, ମିଳିଲା ମୋବାଇଲ
ଅର୍ଡର କରିଥିଲେ ପାୱାର ବ୍ୟାଙ୍କ, ମିଳିଲା ମୋବାଇଲ

By

Published : Aug 21, 2020, 6:39 AM IST

ଥିରୁଅନନ୍ତପୁରମ: କଥାରେ ଅଛି ଯିଏ ସଚ୍ଚୋଟପଣିଆ ଦେଖାଏ ସେ ତା ଜୀବନରେ ବହୁତ ଆଗକୁ ବଢିଥାଏ । ବେଳେ ବେଳେ ଏହି ସଚ୍ଚୋଟପଣିଆ ଯୋଗୁଁ ବହୁ ଲୋକେ ବହୁ ସମ୍ମାନ ପାଇଛନ୍ତି । ଏପରି ଏକ ସଚ୍ଚୋଟପଣିଆର ଏକ ଉଦାହରଣ ଦେଖିବାକୁ ମିଳିଛି କେରଳର ମାଲାପୁରମ୍ ଜିଲ୍ଲାର କୋଟାକ୍କାଲସ୍ଥିତ ଇଡାରିକ୍କୋଡ ଅଞ୍ଚଳରେ । ଏଠାରେ ନବିଲ ନାମକ ଜଣେ ଯୁବକ ଅନଲାଇନରୁ 1400 ଟଙ୍କାର ପାୱାର ବ୍ୟାଙ୍କ ଅର୍ଡର କରିଥିଲେ । ହେଲେ ଭୁଲରେ ତାଙ୍କ ପାଖକୁ 8 ହଜାର ଟଙ୍କାର ମୋବାଇଲ ଫୋନ୍ ଆସି ପହଞ୍ଚିଥିଲା । ସେ ଫୋନକୁ ନ ରଖି ଫେରାଇବାକୁ ଚାହିଁଥିଲେ ।

ନବିଲ ଅଗଷ୍ଟ 10 ରେ ଆମାଜନ ଅନ୍ଲାଇନ୍ ସପିଂ ସାଇଟ୍ କୁ ଯାଇ 1400 ଟଙ୍କା ମୂଲ୍ୟର ଏକ ପାୱାର ବ୍ୟାଙ୍କ ଅର୍ଡର ଦେଇଥିଲେ । ପାୱାର ବ୍ୟାଙ୍କଟି ଫୋନ୍ ପାଇଁ କିଣାଯାଇଥିଲା । ନବିଲଙ୍କଙ୍କ ଭଉଣୀ ତାଙ୍କ ଅନଲାଇନ୍ କ୍ଲାସ୍ ପାଇଁ ଏହାକୁ ବ୍ୟବହାର କରିବେ ବୋଲି । ଅର୍ଡର ଦେବାର ଏକ ସପ୍ତାହ ମଧ୍ୟରେ ଆମାଜନର ପାର୍ସଲ୍ ନବିଲଙ୍କ ଘରେ ପହଞ୍ଚିଲା । ଏହାକୁ ଖୋଲିବା ପରେ ସେ ଜାଣିବାକୁ ପାଇଲେ ଯେ ଏହା 8000 ଟଙ୍କା ମୂଲ୍ୟର ଏକ ଆଣ୍ଡ୍ରଏଡ୍ ଫୋନ୍ ଅଟେ ।

ଏହା ଦେଖି ସେ ବିଳମ୍ବ ନକରି ତୁରନ୍ତ ଟ୍ୱିଟ୍ ମାଧ୍ୟମରେ ପାୱାର୍ ବ୍ୟାଙ୍କ ଡିଭାଇସ୍ ପରିବର୍ତ୍ତେ ମୋବାଇଲ୍ ଫୋନ୍ ଭୁଲରେ ବିତରଣ କରାଯାଇଛି ବୋଲି ଆମାଜନର କଷ୍ଟମର କେୟାରକୁ ଟ୍ବିଟ କରିଥିଲେ । ଏବଂ ଆସିଥିବା ଫୋନକୁ ଫେରସ୍ତ ନେବାକୁ କହିଥିଲେ । ତେବେ ନବିଲଙ୍କ ଟ୍ବିଟ ର ରିପ୍ଲାଏରେ ଆମାଜନ ପକ୍ଷରୁ କ୍ଷମା ମଗାଯାଇଥିଲା ।

ସେମାନଙ୍କର ତ୍ରୁଟି ହୃଦୟଙ୍ଗମ କରି ଅନଲାଇନ୍ ସପିଂ ଜିଆଣ୍ଟ ନବିଲଙ୍କୁ ତାଙ୍କର ସଚ୍ଚୋଟତା ପାଇଁ ପ୍ରଶଂସା କରିଥିଲେ । ଆମାଜନ କର୍ତ୍ତୃପକ୍ଷ ତାଙ୍କୁ ସୂଚନା ଦେଇଥିଲେ ଯେ ଫୋନ୍ ଆଉ ଫେରସ୍ତ କରାଯିବାର ଆବଶ୍ୟକତା ନାହିଁ ଏବଂ ସେ ଏହାକୁ ବ୍ୟବହାର କରିପାରିବେ ।

1400 ଟଙ୍କା ମୂଲ୍ୟର ଜିଆଓମି 20000 MAH ପାୱାର ବ୍ୟାଙ୍କ ବଦଳରେ 8000 ଟଙ୍କା ମୂଲ୍ୟର ରେଡମି 8 ଏ ଡୁଆଲ ଫୋନ ନବିଲକୁ ପଠାଯାଇଥିଲା । ଇ-କମର୍ସ ଜିଆଣ୍ଟର ଏପରି ପ୍ରଶଂସା ଏବଂ ଏପରି ଉପହାର ସ୍ବରୂପ ଗ୍ରହଣ ନବିଲ ଖୁସି ଆଛନ୍ତି ।

ABOUT THE AUTHOR

...view details