ଓଡିଶା

odisha

ETV Bharat / bharat

ପୁଣି ଉଠିଲା ଇଭିଏମ ଟ୍ୟାମ୍ପରିଂ ମାମଲା, ସୁପ୍ରିମକୋର୍ଟ ଯିବେ ବିରୋଧୀ

ପ୍ରଥମ ପର୍ଯ୍ୟାୟର ମତଦାନ ପରେ ଇଭିଏମ ଟ୍ୟାମ୍ପରିଂର ଅଭିଯୋଗ ଆଣିଛନ୍ତି କଂଗ୍ରେସ ସମେତ ବହୁ ବିରୋଧୀ ଦଳ । ଇଭିଏମ ସହ ଲାଗିଥିବା ଭିଭିପାଟ ମେସିନରୁ ବାହାରୁ ଥିବା ରିଆକ୍ସନ ଟାଇମ ଓ ଏଥିରୁ ବାହାରୁଥିବା ଚିରକୁଟକୁ ନେଇ ଗମ୍ଭୀର ଅଭିଯୋଗ ଆଣିଛନ୍ତି ବିରୋଧୀ ।

By

Published : Apr 14, 2019, 6:52 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ମଧ୍ୟରେ ପୁଣିଥରେ ଇଭିଏମ ମାମଲାକୁ ନେଇ ବେଶ ସରଗରମ ହୋଇ ଉଠିଛି ଜାତୀୟ ରାଜନୀତି । ପ୍ରଥମ ପର୍ଯ୍ୟାୟର ମତଦାନ ପରେ ଇଭିଏମ ଟ୍ୟାମ୍ପରିଂ ଅଭିଯୋଗ ଆଣିଛନ୍ତି କଂଗ୍ରେସ ସମେତ ବହୁ ବିରୋଧୀ ଦଳ । ଇଭିଏମ ସହ ଲାଗିଥିବା ଭିଭିପାଟ ମେସିନରୁ ବାହାରୁ ଥିବା ରିଆକ୍ସନ ଟାଇମ ଓ ଏଥିରୁ ବାହାରୁଥିବା ଚିରକୁଟକୁ ନେଇ ଗମ୍ଭୀର ଅଭିଯୋଗ ଆଣିଛନ୍ତି ବିରୋଧୀ ।

ବିରୋଧୀ କହିଛନ୍ତି ଯେ ଇଭିଏମ ଟ୍ୟାମ୍ପରିଂ କରାଯାଇଛି । ଯେଉଁଥି ପାଇଁ ଭିଭିପାଟରୁ ଭୁଲ ନାମର ଚିରକୁଟ ବାହାରୁଛି । ବିରୋଧୀ ଦାବି କରୁଛନ୍ତି ଯେ ଅତିକମରେ ୫୦ ପ୍ରତିଶତ ଚିରକୁଟର ପରୀକ୍ଷଣ ଇଭିଏମ ସହ କରିବା ଆବଶ୍ୟକ ଓ ଏହି ଦାବିକୁ ନେଇ ବିରୋଧୀ ସୁପ୍ରିମକୋର୍ଟ ଯିବେ ।

ସେଭ ଡେମୋକ୍ରେସୀ(ଗଣତନ୍ତ୍ର ବଞ୍ଚାଅ) ନାମରେ ରବିବାର କଂଗ୍ରେସ ନେତା ଅଭିଷେକ ମନୁ ସିଂଘବୀ, କପିଲ ସିବଲ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ର କେଜ୍ରିୱାଲ ଓ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ସମେତ ବହୁ ନେତା ଦିଲ୍ଲୀରେ ଏକ ଯୁଗ୍ମ ପ୍ରେସ କନଫରେନ୍ସ କରିଛନ୍ତି ।

ଏହି ଅବସରରେ ସିଂଘବୀ କହିଛନ୍ତି ଯେ ଇଭିଏମରେ ଭୋଟ ଦେବା ପାଇଁ ବଟନ ପ୍ରେସ କରିଲେ ଏହାସହ ଲାଗିଥିବା ଭିଭିପାଟ ମେସିନରୁ ବାହାରୁ ଥିବା ଚିରକୁଟ କେବଳ ୩ ସେକେଣ୍ଡ ପାଇଁ ଦେଖାଯାଉଥିଲା । ଏହା ବହୁତ କମ ସମୟ ହୋଇଥାଏ, ତେଣୁ ଏହି ସମୟ ସୀମା ବୃଦ୍ଧି କରି ୭ ସେକେଣ୍ଡ କରିବା ଆବଶ୍ୟକ ବୋଲି ସେ କହିଛନ୍ତି । ନିର୍ବାଚନ ଆୟୋଗ ଇଭିଏମ ଟ୍ୟାମ୍ପରିଂ ବିଷୟରେ ସେପରି କୌଣସି ପଦକ୍ଷେପ ନେଉ ନାହିଁ ବୋଲି ସିଂଘବୀ ଅଭିଯୋଗ ଆଣିଛନ୍ତି ।

For All Latest Updates

ABOUT THE AUTHOR

...view details