ନୂଆଦିଲ୍ଲୀ: ଆଜି ସମ୍ବିଧାନ ଦିବସ ଉପଲକ୍ଷେ ସଂସଦରେ ମିଳିତ ଅଧିବେଶନ । ଏହି ଅବସରରେ ଦେଶର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଅଭିଭାଷଣ ରଖିଛନ୍ତି । ସେପଟେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣକୁ ବୟକଟ କରିଥିଲେ ବିରୋଧୀ ଦଳ ।
ସଂସଦର ମିଳିତ ଅଧିବେଶନକୁ କଂଗ୍ରେସର ବୟକଟ
ସଂସଦର ମିଳିତ ଅଧିବେଶନକୁ ବିରୋଧୀ ଦଳର ବୟକେଟ । ସଂସଦ ପରିସରରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ତଳେ ବିକ୍ଷୋଭ ପ୍ରଦର୍ଶନ ।
ସଂସଦର ମିଳିତ ଅଧିବେଶନକୁ କଂଗ୍ରେସର ବୟକଟ
କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ନେତୃତ୍ବରେ ସଂସଦ ପରିସରରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ତଳେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଯେଉଁଠି ସୋନିଆ ଗାନ୍ଧୀ ଭାରତୀୟ ସମ୍ବିଧାନରେ ପ୍ରସ୍ତାବିତ ଥିବା ବ୍ୟବସ୍ଥାକୁ ପଢିଥିଲେ । ଏହି ବିକ୍ଷୋଭ ପ୍ରଦର୍ଶନ ବେଳେ ରାହୁଲ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଓ ଗୁଲାମ ନବି ଆଜାଦ ଆଦି ଉପସ୍ଥିତ ଥିଲେ । ମହାରାଷ୍ଟ୍ରରେ ଗଣତନ୍ତ୍ରର ହତ୍ୟା କରି ବିଜେପି ସରକାର ଗଠନ କରି ସମ୍ବିଧାନର ନିୟମକୁ ଉଲ୍ଲଙ୍ଘନ କରୁଥିବାର ଅଭିଯୋଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।