ଓଡିଶା

odisha

ETV Bharat / bharat

ଅମରନାଥ ଯାତ୍ରା ପାଇଁ ଅନଲାଇନ ପଞ୍ଜିକରଣ ଆରମ୍ଭ

ଅମରନାଥ ଯାତ୍ରା ଜୁଲାଇ 1ରୁ ଆରମ୍ଭ ହେବାକୁ ଯାଉଥିବାବେଳେ ଜାମ୍ମୁ ଓ କାଶ୍ମୀରର ରାଜ୍ୟପାଳ ସତ୍ୟପାଲ ମଲିକ ବୁଧବାର ଚଳିତ ବର୍ଷ ଯାତ୍ରାକୁ ନେଇ ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ଅନଲାଇନ ପଞ୍ଜୀକରଣ ବ୍ୟବସ୍ଥା ଆରମ୍ଭ କରିଛିନ୍ତି ।

By

Published : May 29, 2019, 6:21 PM IST

ଫାଇଲ ଫଟୋ

ଶ୍ରୀନଗର: ଆସ୍ଥା ଓ ବିଶ୍ବାସ ସହ ଜଡିତ ବାବା ଅମରନାଥଙ୍କ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଲାଇଲରେ ଛିଡା ହୋଇ ପଞ୍ଜିକରଣ କରୁଥିବା ବେଳେ ଚଳିତ ଥର ଅନଲାଇନ ପଞ୍ଜିକରଣ ସୁବିଧା ଭକ୍ତଙ୍କୁ ଆସ୍ବସ୍ଥି କରିଛି ।

ଅମରନାଥ ଯାତ୍ରା ଜୁଲାଇ 1ରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ଜାମ୍ମୁ ଓ କାଶ୍ମୀରର ରାଜ୍ୟପାଳ ସତ୍ୟପାଲ ମଲିକ ବୁଧବାର ଚଳିତ ବର୍ଷ ଯାତ୍ରାକୁ ନେଇ ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ଅନଲାଇନ ପଞ୍ଜୀକରଣ ବ୍ୟବସ୍ଥା ଆରମ୍ଭ କରିଛନ୍ତି ।

ରାଜ୍ୟପାଳ ପୟଲଟ ଆଧାରରେ ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ଅନଲାଇନ ପଞ୍ଜୀକରଣ ବ୍ୟବସ୍ଥା ଆରମ୍ଭ କରିଥିବା ଅମରନାଥ ଶ୍ରାଇନ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଅନଲାଇନ ପଞ୍ଜିକରଣ ସୁବିଧା 500 ଇଚ୍ଛୁକ ଶ୍ରଦ୍ଧାଳୁଙ୍କ ପାଇଁ ହେବାକୁ ଥିବାବେଳେ ପହଲଗାମରୁ 250 ଯାତ୍ରୀ ଓ ବାଲତାଲରୁ 250 ଯାତ୍ରୀଙ୍କ ପାଇଁ ଉପଲବ୍ଧ ରହିବ ବୋଲି ଶ୍ରାଇନ ବୋର୍ଡ କହିଛି ।

ABOUT THE AUTHOR

...view details