ଓଡିଶା

odisha

ETV Bharat / bharat

ଲକଡାଉନରେ ଏହି 8ଟି ମନ୍ଦିରରେ ବଢିଛି ଅନଲାଇନ ଦର୍ଶନ.... - online darshan in these 8 temples increases

ଲକଡାଉନରେ ବୃଦ୍ଧି ପାଇଛି ଅନଲାଇନ ଦର୍ଶନ । ପଢନ୍ତୁ କେଉଁଠି ।

ଲକଡାଉନରେ ଏହି 8ଟି ମନ୍ଦିରରେ ବଢିଛି ଅନଲାଇନ ଦର୍ଶନ....
ଲକଡାଉନରେ ଏହି 8ଟି ମନ୍ଦିରରେ ବଢିଛି ଅନଲାଇନ ଦର୍ଶନ....

By

Published : Apr 29, 2020, 3:45 PM IST

ନୂଆଦିଲ୍ଲୀ: କୋରୋନା ପାଇଁ ଏବେ ସାଧାରଣ ଜୀବନ ଯାପନରେ ପରିବର୍ତ୍ତନ ଆସିଛି । ଏମିତିକି ଲୋକଙ୍କ ଭକ୍ତି ଭାବନାରେ ମଧ୍ୟ । ସମସ୍ତ ଧାର୍ମିକସ୍ଥଳୀ ବନ୍ଦ ରହିଛି କିନ୍ତୁ ଲୋକେ ଅନଲାଇନ ଭଗବାନଙ୍କ ଦର୍ଶନ କରିପାରୁଛନ୍ତି । ତେବେ ଏକ ରିପୋର୍ଟରୁ ଜଣାପଡିଛି ଯେ, 8ଟି ମନ୍ଦିରରେ 2 ରୁ 100 ଗୁଣ ପର୍ଯ୍ୟନ୍ତ ଅନଲାଇନ ଦର୍ଶନ ବଢିଛି । କିନ୍ତୁ ମନ୍ଦିର ସେବକଙ୍କ କହିବାନୁଯାୟୀ, ଅନଲାଇନ ପୂଜା, ଅଭିଷେକ, ପ୍ରସାଦ ସେବନ ପାଇଁ ବୁକିଂ ହେଉନାହିଁ ଏବଂ ଲୋକମାନେ ଅନଲାଇନ କାନ ମଧ୍ୟ କରୁନାହାନ୍ତି ।

ତେବେ ଥରେ ନଜର ପକାନ୍ତୁ କେଉଁ ମନ୍ଦିର ଗୁଡିକରେ ଅନଲାଇନ ଦର୍ଶନ ବୃଦ୍ଧି ପାଇଛି....

  • ଶିରିଡି ସାଇ ମନ୍ଦିର-ଲକଡାଉନ ସମୟରେ ଏଠାରେ 30 ହଜାର ଲୋକ ଅନଲାଇନ ଦର୍ଶନ କରୁଛନ୍ତି । ଯେତେବେଳେ କି ପୂର୍ବରୁ 16 ହଜାର ଲୋକ ପେଜରେ ଆସୁଥିଲେ । ମୋବାଇଲ ଆପ, ଟାଟାସ୍କାଏ, ଜିଓ ଟିଭିରେ ଦର୍ଶକଙ୍କ ସଂଖ୍ୟା ଲକ୍ଷେ ଉପରେ ରହିଛି । ସେପଟେ ଅନଲାଇନ ଦାନ 95 ପ୍ରତିଶତ କମିଛି । ପୂଜା ସାମଗ୍ରୀର ମଧ୍ୟ ବିକ୍ରି ହେଉନାହିଁ ।
  • ସିଦ୍ଧି ବିନାୟକ-ଲକଡାଉନ ସମୟରେ ଏଠାରେ 3 ଲକ୍ଷ ଲୋକ ଲାଇଭ ଦର୍ଶନ କରୁଛନ୍ତି । ୱେବସାଇଟ ଛଡା ଫେସବୁକ ଓ ୟୁଟ୍ୟୁବରେ ମଧ୍ୟ ଲାଇଭ ଦର୍ଶନ ସୁବିଧା ରହିଛି । ଟେଲିକମ କମ୍ପାନୀ ଅନୁସାରେ ମହାରାଷ୍ଟ୍ର, ମୁମ୍ବାଇ ଓ ଗୋଆରେ ଗତବର୍ଷ 30 ଲକ୍ଷ ଲୋକ ଦର୍ଶନ କରିଥିଲେ ଯେତେବେଳେ କି ଚଳିତବର୍ଷ 1 କୋଟି ଲୋକ ଦର୍ଶନ କରିଛନ୍ତି ।
  • ବୈଷ୍ଣୋ ଦେବୀ-ଏପ୍ରିଲ 2019 ରେ ଏଠାକୁ 7 ଲକ୍ଷ ଲୋକ ଦର୍ଶନ କରିବାକୁ ଆସିଥିଲେ । ଏବେ ମନ୍ଦିର ବନ୍ଦ ଥିବା ହେତୁ କେବଳ ପୂଜାରୀ ହିଁ ମନ୍ଦିରକୁ ଯାଉଛନ୍ତି । ଭକ୍ତମାନେ ଅନଲାଇନ ଦର୍ଶନ କରୁଛନ୍ତି । ପ୍ରତ୍ୟେକଦିନ ପାଖାପାଖି 15 ହଜାର ଲୋକ ଦର୍ଶନ କରୁଥିବା ଜଣାପଡିଛି ।
  • ସୋମନାଥ-ୱେବସାଇଟ, ଫେସବୁକ ପେଜ, ଟ୍ବିଟର, ଜରିଆରେ ଦର୍ଶନ ହେଉଛି । ମନ୍ଦିର ମ୍ୟାନେଜର କହିଛନ୍ତି ଯେ ପୁରା 45ଟି ଦେଶରେ ଅଢେଇ କୋଟି ଲୋକ ଭଗବାନଙ୍କ ଦର୍ଶନ କରୁଛନ୍ତି ।
  • କାଶୀ ବିଶ୍ବନାଥ-ଏଠାରେ ମଧ୍ୟ ଅନଲାଇନ ଦର୍ଶନରେ ବୃଦ୍ଧି ଘଟିଛି । ଲକଡାଉନ ପର ଠାରୁ 15 ରୁ 25 ହଜାର ପର୍ଯ୍ୟନ୍ତ ଲୋକ ଅନଲାଇନ ଦର୍ଶନ କରୁଛନ୍ତି ।
  • ଚିନ୍ତପୂର୍ଣ୍ଣ ମାତା-ବିଶ୍ବ ପ୍ରସିଦ୍ଧ ଏହି ମାଙ୍କ ମନ୍ଦିର ଯେବେଠୁ ବନ୍ଦ ହୋଇଛି ସେବେଠୁ ଅନଲାଇନ ଦର୍ଶନ ଆରମ୍ଭ ହୋଇଛି । ପ୍ରତ୍ୟେକ ଦିନ 10 ହଜାରରୁ ଅଧିକ ଲୋକ ଏଠାରେ ଭଗବାନଙ୍କ ଦର୍ଶନ କରୁଛନ୍ତି । ମନ୍ଦିର ପ୍ରଶାସକ କହିଛନ୍ତି ଯେ 22 ମାର୍ଚ୍ଚରେ ଯେବେ କନତା କର୍ଫ୍ୟୁ ହୋଇଥିଲା ସେବେ ହିଁ ୟୁଟ୍ୟୁବ ଚ୍ୟାନେଲ କରାଯାଇଥିଲା ।
  • ମହାକାଳେଶ୍ବର ମନ୍ଦିର-ସେହିପରି ମହାକାଳେଶ୍ବର ଠାକୁରଙ୍କ ଦର୍ଶନ 10 ଗୁଣ ବଢିଯାଇଛି । ମନ୍ଦିର ପ୍ରଶାସନ ଅନୁଯାୟୀ 22 ମାର୍ଚ୍ଚରୁ 15 ଏପ୍ରିଲ ମଧ୍ୟରେ 68 ହଜାର 512 ଜଣ ଅନଲାଇନ ଦର୍ଶନ କରିଛନ୍ତି ।
  • ବାଙ୍କେ ବିହାରୀ-ଜାନୁଆରୀ -ଫେବୃଆରୀରେ ଏଠାରେ 10 ହଜାର ଲୋକ ଅନଲାଇନ ଦର୍ଶନ କରୁଥିବା ବେଳେ ଏବେ ଲକଡାଉନରେ 50 ହଜାର ଲୋକ ଦର୍ଶନ କରୁଛନ୍ତି ।

For All Latest Updates

ABOUT THE AUTHOR

...view details