ହାଇଦ୍ରାବାଦ: ଦେଶରେ କୋରୋନା ବିପର୍ଯ୍ୟୟ ଜାରି ରହିଛି । ଏହି ସମୟ ମଧ୍ୟରେ ସ୍କୁଲ ଯାଉଥିବା ପିଲାଙ୍କ ପାଇଁ ଅନଲାଇନ୍ ଶିକ୍ଷା ଏକମାତ୍ର ବିକଳ୍ପ ହୋଇପାରିଛି, ଯାହାଦ୍ବାରା ଏହି ମହାମାରୀ ସମୟରେ ଛାତ୍ରମାନେ ଅଧ୍ୟୟନ ଜାରି ରଖିବେ । ଅନଲାଇନ୍ ଶିକ୍ଷା ପାଇଁ ଉଭୟ ସୁବିଧା ଓ ଅସୁବିଧା ରହିଛି । ସାଇବର ଅପରାଧୀମାନେ ଅନଲାଇନ୍ କ୍ଲାସରେ ହ୍ୟାକ୍ କରି ଅନଲାଇନ୍ କ୍ଲାସରେ ବାଧା ସୃଷ୍ଟି କରନ୍ତି ।
ଛାତ୍ରଙ୍କୁ ଅନଲାଇନ୍ ଶିକ୍ଷା ଦେବା ପାଇଁ ଇଣ୍ଟରନେଟ୍ ପ୍ରୟୋଗ ଗୁଡିକ ବ୍ୟବହୃତ ହୁଏ । ଯେଉଁ ଛାତ୍ରମାନଙ୍କର ସ୍ମାର୍ଟଫୋନ୍, ଲାପଟପ୍ ଓ ଟାବଲେଟ୍ ରହିଛି । ସେମାନେ କେବଳ ଏହି କ୍ଲାସରେ ଯୋଗ ଦିଅନ୍ତି । ଏହି ସମୟରେ ସାଇବର ଅପରାଧ କାରଣରୁ ଛାତ୍ରମାନେ ସାଇବର ନିର୍ଯାତନା ଓ ଧମକର ସମ୍ମୁଖୀନ ହେଉଛନ୍ତି । ଅନଲାଇନ୍ କ୍ଲାସ୍ ସମୟରେ ଅନେକ ଥର ହ୍ୟାକର୍ସମାନେ ଆପ୍ଲିକେସନର ଲାଇଭ୍ ଫିଡ୍ ଟ୍ୟାପ୍ କରନ୍ତି । ଏହାଦ୍ବାରା ଛାତ୍ରମାନେ ଅଶ୍ଳୀଳ ଭିଡିଓ, ଭୟଙ୍କର ଚଳଚ୍ଚିତ୍ର ଓ ଅବାଞ୍ଛିତ ଗ୍ରାଫିକ୍ସ ଦେଖନ୍ତି । ଏ ସମ୍ପର୍କରେ ଅନେକ ଅଭିଯୋଗ ଦେଶର ପ୍ରମୁଖ ସହରର ପୋଲିସ ଷ୍ଟେସନରେ ଦାଖଲ କରାଯାଇଛି । କେତେକ ହ୍ୟାକର ମଧ୍ୟ ସ୍କୁଲ ସର୍ଭର ଗୁଡିକୁ ହ୍ୟାକ୍ କରି ତଥ୍ୟ ଚୋରି କରୁଛନ୍ତି ।