ବେଙ୍ଗାଲୁରୁ: ମାରାତ୍ମକ କୋରୋନାକୁ ହରାଇଲା ଏକ ବର୍ଷର ଶିଶୁ । କର୍ଣ୍ଣାଟକ ଚିକ୍କାବଲାପୁରାରେ 1 ବର୍ଷୀୟ ଶିଶୁପୁତ୍ର କୋରୋନାକୁ ହରାଇ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛି ।
ସୂଚନା ଅନୁଯାୟୀ, ମହାରାଷ୍ଟ୍ରରୁ ଆସିଥିବା ଏକ ପରିବାରରେ ଏକ ବର୍ଷର ଶିଶୁ ପୁତ୍ର କୋରୋନା ଆକ୍ରାନ୍ତ ଥିବା ଗତ ମେ 25ରେ ଜଣାପଡିଥିଲା । ଏହାପରେ ଶିଶୁଟିକୁ ଆଇସୋଲେସନ ୱାର୍ଡରେ ରଖି ଡାକ୍ତର ଚିକିତ୍ସା କରିଥିଲେ ।