ଓଡିଶା

odisha

ETV Bharat / bharat

ଆନ୍ତର୍ଜାତିକ ବିମାନ ଚଳାଚଳ ନେଇ ୟୁଜର୍ସଙ୍କୁ ଏମିତି କହିଲେ ହରଦୀପ ସିଂ ପୁରୀ

ଆନ୍ତର୍ଜାତିକ ବିମାନ ଚଳାଚଳ ଆରମ୍ଭ କରିବା ନେଇ ସୋସିଆଲ ମିଡିଆ ମାଧ୍ୟମରେ ଲୋକମାନେ ବାରମ୍ବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଘେରିବାକୁ ଉଦ୍ୟମ କରୁଛନ୍ତି ।

one user on twitter suggest civil aviation minister hardeep singh puri not to start flight
ଆନ୍ତର୍ଜାତୀୟ ବିମାନ ଚଳାଚଳ ନେଇ ୟୁଜର୍ସଙ୍କୁ ଏମିତି କହିଲେ ହରଦୀପ ସିଂ ପୁରୀ

By

Published : Jun 16, 2020, 4:51 PM IST

ନୂଆଦିଲ୍ଲୀ: କୋରୋନା ସଙ୍କଟ ମଧ୍ୟରେ ଭାରତରେ ବର୍ତ୍ତମାନ ଆନ୍ତର୍ଜାତିକ ବିମାନ ଚଳାଚଳ ବନ୍ଦ ରହିଛି । ମହାମାରୀର ପ୍ରାରମ୍ଭିକ ପର୍ଯ୍ୟାୟରେ ଦେଶରେ ଘରୋଇ ବିମାନ ଚଳାଚଳ ମଧ୍ୟ ବନ୍ଦ ରହିଥିଲା । ହେଲେ ଗତ 22 ତାରିଖରୁ ଏହା ପୁନର୍ବାର ଆରମ୍ଭ ହୋଇଛି । ଇତିମଧ୍ୟରେ ଲୋକମାନେ ଆନ୍ତର୍ଜାତିକ ବିମାନ ଚଳାଚଳ ଆରମ୍ଭ କରିବା ନେଇ ସୋସିଆଲ ମିଡିଆ ମାଧ୍ୟମରେ ବାରମ୍ବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଘେରିବାକୁ ଉଦ୍ୟମ କରୁଛନ୍ତି ।

ଆନ୍ତର୍ଜାତୀୟ ବିମାନ ଚଳାଚଳ ନେଇ ୟୁଜର୍ସଙ୍କୁ ଏମିତି କହିଲେ ହରଦୀପ ସିଂ ପୁରୀ

ଅପରପକ୍ଷେ ଟ୍ବିଟରରେ ଜଣେ ୟୁଜର୍ସ ଅଗଷ୍ଟ ପୂର୍ବରୁ ଆନ୍ତର୍ଜାତିକ ବିମାନ ଚଳାଚଳ ସେବା ଆରମ୍ଭ ନକରିବାକୁ ଲେଖିଛନ୍ତି । ବିଦେଶକୁ ବିମାନ ଚଳାଚଳ ଆରମ୍ଭ ହେବା ଦ୍ବାରା କୋରୋନା ସଂକ୍ରମଣର ବିପଦ ବଢିବାର ସମ୍ଭାବନା ରହିଛି ବୋଲି କହିଛନ୍ତି ।

ୟୁଜର୍ସଙ୍କ ଏହି ଟ୍ବିଟର ଜବାବ ଦେଇ ହରଦୀପ ସିଂ ପୁରୀ କହିଛନ୍ତି ଯେ, ଏହି କଥା ଆପଣଙ୍କୁ ଟ୍ରୋଲର୍ସଙ୍କୁ କହିବାକୁ ପଡିବ ଯେଉଁମାନେ ମୋତେ ପ୍ରତିଦିନ ବିଦେଶକୁ ବିମାନ ସେବା ଆରମ୍ଭ କରିବା ପାଇଁ ଦାବି କରୁଛନ୍ତି । ତେବେ ତାଙ୍କର ଏହି ଟ୍ବିଟରେ ଅନେକ ୟୁଜର୍ସ କମେଣ୍ଟ ମଧ୍ୟ କରୁଛନ୍ତି ।

ପ୍ରକାଶ ଥାଉ କି, ବନ୍ଦେ ଭାରତ ମିଶନ ଅଧୀନରେ ବିଦେଶରେ ଫସି ରହିଥିବା ଭାରତୀୟ ନାଗରିମାନଙ୍କୁ ସ୍ବଦେଶ ଫେରାଇ ଆଣିବା କାର୍ଯ୍ୟ ଜାରି ରହିଛି । ହରଦୀପ ସିଂ ପୁରୀ କହିଛନ୍ତି ଯେ, ବର୍ତ୍ତମାନ ଅନେକ ଦେଶରେ ପ୍ରବେଶ ନିଷେଧ ରହିଛି । ସବୁ ଦିଗକୁ ଦୃଷ୍ଟିରେ ରଖି ବିମାନ ସେବା ପୁଣି ଆରମ୍ଭ ହେବ । ସେ ଆହୁରି ମଧ୍ୟ କହିଛନ୍ତି କି, ଯେତେବେଳେ ବିଭିନ୍ନ ଦେଶ ବିଦେଶୀ ଯାତ୍ରୀଙ୍କୁ ନିଜ ଦେଶରେ ପ୍ରବେଶ ଉପରେ ଲଗାଇଥିବା ପ୍ରତିବନ୍ଧକ ହଟାଇବ ସେତେବେଳେ ନିୟମିତ ଆନ୍ତର୍ଜାତୀୟ ବିମାନ ଉଡ଼ାଣ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯିବ ।

ABOUT THE AUTHOR

...view details