ଓଡିଶା

odisha

ETV Bharat / bharat

ଦେଶରେ 1000 ଛୁଇଁଲା କୋଭିଡ-19 ଲ୍ୟାବ୍ ସଂଖ୍ୟା - କୋଭିଡ 19 ଲ୍ୟାବ୍ ସଂଖ୍ୟା

ବର୍ତ୍ତମାନ ସରକାରୀ ଭାବେ 730ଟି ଏବଂ 270ଟି ଘରୋଇ ଲ୍ୟାବ୍ ରହିଛି । ପୂର୍ବରୁ ଜାନୁୟାରୀ 23ରେ ଗୋଟିଏ ଲ୍ୟାବ୍ ଥିଲା । ଅଧିକ ପଢନ୍ତୁ...

ଦେଶରେ 1000 ଛୁଇଁଲା କୋଭିଡ 19 ଲ୍ୟାବ୍ ସଂଖ୍ୟା
ଦେଶରେ 1000 ଛୁଇଁଲା କୋଭିଡ 19 ଲ୍ୟାବ୍ ସଂଖ୍ୟା

By

Published : Jun 24, 2020, 4:08 AM IST

ନୂଆଦିଲ୍ଲୀ: ଦେଶରେ କୋରୋନା ମୁକାବିଲା କ୍ଷେତ୍ରରେ ଚିକିତ୍ସା ବିଭାଗ ଆଉ ପାଦେ ଆଗେଇଛି । ଏବେ କୋରୋନା ସାମ୍ପଲ ପରୀକ୍ଷା ପାଇଁ ଭାରତରେ 1000ଟି ଲ୍ୟାବ ପ୍ରସ୍ତୁତ ରହିଛି । ମଙ୍ଗଳବାର ଏହା ସମ୍ପର୍କରେ ଭାରତୀୟ ମେଡିକାଲ ରିସର୍ଚ୍ଚ ପରିଷଦ ସୂଚନା ଦେଇଛି ।

ଟେଷ୍ଟିଂ କ୍ଷେତ୍ରରେ ଏହା ଏକ ମାଇଲଖୁଣ୍ଟ ବୋଲି ପରିଷଦ କହିଛି । ବର୍ତ୍ତମାନ ସରକାରୀ ଭାବେ 730ଟି ଏବଂ 270ଟି ଘରୋଇ ଲ୍ୟାବ୍ ରହିଛି । ପୂର୍ବରୁ ଜାନୁୟାରୀ 23 ସୁଦ୍ଧା ଦେଶରେ ଗୋଟିଏ ଲ୍ୟାବ୍ ଥିଲା । ଏହାପରେ ମାର୍ଚ୍ଚ 23ରେ 160ଟି ଲ୍ୟାବ୍ ଏବଂ ଏବେ ସୁଦ୍ଧା 1000 ଲ୍ୟାବ୍ ପ୍ରସ୍ତୁତ ରହିଛି । ଏହା ଦେଶ ପାଇଁ ଏକ ସଫଳତା ବୋଲି ଆଇସିଏମଆର କହିଛି ।

କୋଭିଡ ପରୀକ୍ଷା ପାଇଁ ସମସ୍ତ ସରକାରୀ, ବେସରକାରୀ, ଘରୋଇ ହସ୍ପିଟାଲ ଏବଂ ସଂସ୍ଥାକୁ ଉପଯୁକ୍ତ ପଦକ୍ଷେପ ନେବାକୁ ଏହା ପରାମର୍ଶ ଦେଇଛି । ବର୍ତ୍ତମାନ ଯଥେଷ୍ଟ ପରିମାଣରେ ଲ୍ୟାବ୍ ଥିବାରୁ କୌଣସି ପ୍ରକାର ସମସ୍ୟା ହେବ ନାହିଁ ବୋଲି ପରିଷଦ ଆଶା କରିଛି । ରାପିଡ୍ ଆଣ୍ଟି ଜେନ୍ ଟେଷ୍ଟ, ଆଣ୍ଟିବଡି ଟେଷ୍ଟ, ରିଅଲ ଟାଇମ ଆରଟି ପିସିଆର ଭଳି ସବୁପ୍ରକାର ଟେଷ୍ଟ କରିବାକୁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଟେଷ୍ଟ, ଟ୍ରାକ୍ ଏବଂ ଟ୍ରିଟ୍ ଦ୍ବାରା ହିଁ କେବଳ କୋରୋନା ସଂକ୍ରମଣଙ୍କୁ ଚିହ୍ନଟ କରିହେବ । ସେଥିପାଇଁ ବର୍ତ୍ତମାନ ଟେଷ୍ଟକୁ ତ୍ବରାନିତ କରିବାକୁ ଏହା ପରାମର୍ଶ ଦେଇଛି । ଗତ 24 ଘଣ୍ଟାରେ ଦେଶରେ 1 ଲକ୍ଷ 87 ହଜାର 223ଟି ଟେଷ୍ଟ ହୋଇଛି । ଏବେ ସୁଦ୍ଧା ମୋଟ୍ 71 ଲକ୍ଷ 37 ହଜାର 716 ସାମ୍ପଲ ପରୀକ୍ଷା ହୋଇଥିବା ଆଇସିଏମଆର ସୂଚନା ଦେଇଛି ।

ABOUT THE AUTHOR

...view details