ଓଡିଶା

odisha

ETV Bharat / bharat

ଚଳିତମାସଠୁ ଦିଲ୍ଲୀରେ ସଙ୍କଟମୋଚନ ନମ୍ବର ଆରମ୍ଭ - ହେଲ୍ପ ଲାଇନ ନମ୍ବର

ଲୋକଙ୍କ ସୁବିଧା ଅସୁବିଧା ସମୟରେ ଅନେକ ହେଲ୍ପ ଲାଇନ ନମ୍ବର ଥିବାବେଳେ ରାଜଧାନୀ ଦିଲ୍ଲୀରେ ଆରମ୍ଭ ହେବାକୁ ଯାଉଛି ଗୋଟିଏ ହେଲ୍ପ ଲାଇନ ନମ୍ବର ।

ପ୍ରତିକାତ୍ମକ ଫଟୋ

By

Published : Aug 11, 2019, 10:54 AM IST

ନୂଆଦିଲ୍ଲୀ: ଲୋକଙ୍କ ସଙ୍କଟ ସମୟରେ ସାହାଯ୍ୟ କରିବାକୁ ପ୍ରଶାସନ ପକ୍ଷରୁ ଜାରି ହୋଇଛି ଅନେକ ହେଲ୍ପ ଲାଇନ ନମ୍ବର । ଯାହାକୁ ଆପଣ ଡାଏଲ କରିବା କ୍ଷଣି ଆପଣଙ୍କ ପାଖରେ ସୁବିଧା ପହଞ୍ଚିଯିବ । ତେବେ ଏଥିପାଇଁ ଭିନ୍ନ ଭିନ୍ନ ହେଲ୍ପଲାଇନ ନମ୍ବର ଥିବାବେଳେ ରାଜଧାନୀ ଦିଲ୍ଲୀରେ ଆରମ୍ଭ ହେବାକୁ ଯାଉଛି ଗୋଟିଏ ହେଲ୍ପ ଲାଇନ ନମ୍ବର ।

ଆସନ୍ତା ଅଗଷ୍ଟ 28 କିମ୍ବା 29ରେ ସବୁ ଜରୁରୀକାଳିନ ନମ୍ବର ପରିବର୍ତ୍ତେ ଦିଲ୍ଲୀରେ ଏକକ ନମ୍ବର ଆରମ୍ଭ କରାଯିବ । ଏହି ହେଲ୍ପ ଲାଇନ ନମ୍ବର ରହିଛି 112 । ଯାହାକୁ ଡାଏଲ କରିବା କ୍ଷଣି ପୋଲିସ କଣ୍ଟ୍ରୋଲ ରୁମ, ଆମ୍ବୁଲାନ୍ସ, ମହିଳା ଓ ବରିଷ୍ଠ ନାଗରିକଙ୍କ ପାଇଁ ସବୁ ଏମରଜେନ୍ସି ସେବା ମିଳିପାରିବ । ମାତ୍ର ଏବେ ଏଥିପାଇଁ ଅଲଗା ଅଲଗା ନମ୍ବର ରହିଛି ।

ପୋଲିସ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଜରୁରୀକାଳିନ ସୁବିଧା ପାଇଁ 112 ନମ୍ବରକୁ ପୋଲିସ କଣ୍ଟ୍ରୋଲ ରୁମ ନମ୍ବର ଭାବେ ଆରମ୍ଭ କରିବାକୁ ଯୋଜନା କରାଯାଉଛି । ଏଥିପାଇଁ ଶାଲିମାର ବାଗରେ ପୋଲିସ କଣ୍ଟ୍ରୋଲ ରୁମ ମଧ୍ୟ ନିର୍ମାଣ କରାଯାଇ ଏହାକୁ ଟ୍ରାଇଲ ବେସିସରେ ଆରମ୍ଭ କରାଯାଇଛି । ତେବେ ଅଗଷ୍ଟ ଶେଷ ବେଳକୁ ଏହାକୁ ପୁର୍ଣ୍ଣରୂପେ ଆରମ୍ଭ କରାଯିବ । ଏହି 112 ହେଲ୍ପ ଲାଇନ ନମ୍ବର ବର୍ତ୍ତମାନ ୟୁପି ସହ ପାଖାପାଖି 20 ଟି ରାଜ୍ୟରେ ଆରମ୍ଭ ହୋଇଗଲାଣି ।

ଯଦି ଏମରଜେନ୍ସି ନମ୍ବର ଡାଏଲ କରିବାକୁ ଆପଣଙ୍କ ପାଖରେ ସମୟ ନାହିଁ । ସାମ୍ନାରେ ଦୁର୍ବୃତ୍ତ ଛିଡା ହୋଇଥିଲେ, ଆପଣ ନମ୍ବର ଡାଏଲ କରିବା ପରିବର୍ତ୍ତେ ମୋବାଇଲରେ ଥିବା ପାୱର ବଟନକୁ ତିନିଥର ପ୍ରେସ କରିବା ଦ୍ବାରା ଏହା ସିଧାସଳଖ ଦିଲ୍ଲୀ ପୋଲିସ କଣ୍ଟ୍ରୋଲ ରୁମକୁ କଲ ଲାଗିଯିବ । ଏହାଦ୍ବାରା ଆପଣ କଥା ନହୋଇ ମଧ୍ୟ ପୋଲିସ ଆପଣଙ୍କ ଲୋକେସନକୁ ଟ୍ରାକ କରି ଆପଣଙ୍କ ପାଖରେ ପହଞ୍ଚିଯିବ । ଚଳିତମାସ ଶେଷ କିମ୍ବା ସେପ୍ଟେମ୍ବର ସୁଦ୍ଧା ଏହି ବ୍ୟବସ୍ଥା ଆରମ୍ଭ କରାଯିବ । ତେବେ ଏହି ପାୱର ବଟନ ସୁବିଧା ପୁରୁଣା ଫୋନରେ ଉପଲବ୍ଧ ନାହିଁ ।

କାହା ପାଇଁ କେଉଁ ନମ୍ବର:

100-ପୋଲିସ କଣ୍ଟ୍ରୋଲ ରୁମ
101- ଫାୟାର ସର୍ଭିସ
102-କ୍ୟାଟ ଆମ୍ବୁଲାନ୍ସ
1090-ଗୁପ୍ତ ତଥ୍ୟ ବାବଦରେ ଜଣାଇବା ପାଇଁ
1091- ମହିଳା ହେଲ୍ପଲାଇନ
1093- ପୂର୍ବଉତ୍ତର ନାଗରିକଙ୍କ ପାଇଁ
1094- ନିଖୋଜ ଲୋକଙ୍କ ବାବଦରେ ସୂଚନା
1095- ଯାତାୟାତ ସମ୍ବନ୍ଧରେ ଅଭିଯୋଗ
1292- ବରିଷ୍ଠ ହେଲ୍ପଲାଇନ

ABOUT THE AUTHOR

...view details