ଓଡିଶା

odisha

ETV Bharat / bharat

ଗୋଟିଏ ଦେଶ, ଗୋଟିଏ ନିର୍ବାଚନ

ଭାରତ ଭଳି ଗଣତନ୍ତ୍ର ରାଷ୍ଟ୍ରର ପରିଚାଳନା କରିବା ସହଜ କାମ ନୁହେଁ । ଦେଶରେ ବାରମ୍ବାର ନିର୍ବାଚନ ଦେଶର ସୁରକ୍ଷା, ଉନ୍ନତି ଉପରେ ପ୍ରଶ୍ନ ଉଠାଉଛି । ଯଦି ସରକାର କେବଳ ନିର୍ବାଚନରେ ବ୍ୟସ୍ତ ରହିବ ତେବେ ଦେଶ ଗଠନରେ ଭାଗିଦାରୀ କିପରି ହେବ । ସେଥିପାଇଁ ପରିବର୍ତ୍ତନର ଆବଶ୍ୟକତା ରହିଛି ।

ଡିଜାଇନ ଫଟୋ

By

Published : Jul 4, 2019, 11:20 PM IST

ହାଇଦ୍ରାବାଦ: ଭାରତ ବିଶ୍ବର ସବୁଠାରୁ ବଡ ଗଣତନ୍ତ୍ର ରାଷ୍ଟ୍ର ଆଉ କୌଣସି ଗଣତନ୍ତ୍ର ରାଷ୍ଟ୍ରକୁ ଚଲେଇବା ଏକ ବଡ ଚ୍ୟାଲେଞ୍ଜ । କୌଣସି ଗୋଟିଏ ଦଳ ଶାସନବାଦୀ ଦେଶ ବା କମ୍ୟୁନିଷ୍ଟ ଦେଶ ଅପେକ୍ଷା ଗଣତନ୍ତ୍ର ଦେଶର ଦାୟିତ୍ବ ବହନ କରିବା ମୁସକିଲ ହେବା ସହ କାଫି ଖର୍ଚ୍ଚ ମଧ୍ୟ ହୋଇଥାଏ । କାରଣ ଗୋଟିଏ ବର୍ଷରେ ଅନେକଥର କୌଣସି ନା କୌଣସି ରାଜ୍ୟରେ କିମ୍ବା ଅଞ୍ଚଳରେ କିମ୍ବା କେନ୍ଦ୍ରରେ ନିର୍ବାଚନ ଜାରି ରହିଥାଏ । ଏଥିପାଇଁ ସରକାରଙ୍କୁ ବାରମ୍ବାର ରାଲି କରିବାକୁ ପଡେ । ଟଙ୍କା ଖର୍ଚ୍ଚ କରିବାକୁ ପଡେ

କାରଣ କେନ୍ଦ୍ରରେ ଯେଉଁ ଦଳ ସରକାର ଗଠନ କରିଥାନ୍ତି ସେ କେବଳ ରାଜ୍ୟ ମାନଙ୍କରେ ନିର୍ବାଚନ ଜିତିବା ଉପରେ ଫୋକସ କରିବ ମାତ୍ର ଦେଶ ଗଠନରେ ନିଜକୁ ଅତି କମ୍ ନିୟୋଜିତ କରିବ ।

ନିର୍ବାଚନ କମିଶନର ଆକଳନରେ ଗତ 2014 ନିର୍ବାଚନରେ ପ୍ରାୟ 3,870କୋଟି ଟଙ୍କା ଖର୍ଚ୍ଚ ହୋଇଛି । ତେବେ ଏହା କେବଳ ନିର୍ବାଚନ କମିଶନରଙ୍କ ଖର୍ଚ୍ଚ । ଏହା ବ୍ୟତିତ ଗୃହ ବିଭାଗ ବହନ କରୁଥିବା ସିକ୍ୟୁରିଟି ଖର୍ଚ୍ଚ, ସିଆରପିଏଫ ଯବାନଙ୍କ ସହ ରେଲୱେ ମଧ୍ୟ ଏଥିରେ ସାମିଲ ହୋଇଥାଏ । ତେବେ ଯଦି ଏସବୁକୁ ମିଶାଇ ଆକଳନ କରାଯାଏ ତେବେ ପାଖାପାଖି 10,000କୋଟି ଟଙ୍କାର ଖର୍ଚ୍ଚ ହୋଇଥାଏ । ତେବେ 2019ର ଡାଟା ଏଯାଏଁ ଘୋଷଣା କରାଯାଇନାହିଁ ।

ତେବେ ନୂଆଦିଲ୍ଲୀର ସେଣ୍ଟର ଫର୍ ମିଡିଆ ଷ୍ଟଡିର ଆକଳନ ଅନୁସାରେ, 2019 ନିର୍ବାଚନରେ ବିଭିନ୍ନ ରାଜ୍ୟରେ ଥିବା ଆଞ୍ଚଳିକ ଦଳ ଶିବସେନା, ତୃଣମୂଳ କଂଗ୍ରସ, ବିଜେଡି ଭଳି ଦଳ ଏହ ସହ ଜାତୀୟ ଦଳ କଂଗ୍ରେସ ଓ ବିଜେପି ପାର୍ଟି ନିର୍ବାଚନ ଜିତିବା ପାଇଁ ପ୍ରାୟ 50,000କୋଟିର ଅର୍ଥ ବ୍ୟୟ କରିଛନ୍ତି । ଯେତିକ ଟଙ୍କା ଆମର ପ୍ରତି ନିର୍ବାଚନରେ ଖର୍ଚ୍ଚ ହେଉଛି ଯଦି ଦେଶର ସୁରକ୍ଷା ବ୍ୟବସ୍ଥାରେ ସେତିକି ଖର୍ଚ୍ଚ କରାଯାଇ ପାରନ୍ତା ତେବେ ଏସ୍-400 ଭଳି ଯୁଦ୍ଧ ମିସାଇଲ କିଣାଯାଇପାରିବ । ଦେଶର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଧ୍ୟ କଡାକଡି କରାଯାଇପାରିବ ।

ତେବେ ଏତେମାତ୍ରାରେ ଟଙ୍କା ଆସେ କେଉଁଠୁ ? ଦେଶରେ ବିଭିନ୍ନ କର୍ପୋରେଟ ସେକ୍ଟର ଅଛି ଯେଉଁମାନେ ନିର୍ବାଚନରେ ନିଜ ଫାଇଦା ପାଇଁ ଟଙ୍କା ଦାନ କରନ୍ତି । ପ୍ରତି ପାଞ୍ଚବର୍ଷରେ ଏତେ ମାତ୍ରାରେ ଟଙ୍କା କେବଳ ଲୋକସଭା ନିର୍ବାଚନରେ ଖର୍ଚ୍ଚ କରାଯାଏ ।


ଲୋକସଭା ନିର୍ବାଚନ ଛଡା ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ ମଧ୍ୟ ଅଛି । ବିଭିନ୍ନ ରାଜ୍ୟରେ ଅଲଗା ଅଲଗା ସମୟରେ ନିର୍ବାଚନ କରାଯାଏ । ନିକଟରେ 2019 ନିର୍ବାଚନ ହେଲା ଆଉ କିଛି ଦିନ ପରେ ଉତ୍ତର ପ୍ରଦେଶର ନିର୍ବାଚନ ହେବ । ନିର୍ବାଚନରେ ଜିତିବା ପାଇଁ ସରକାର ବ୍ୟସ୍ତ ରହିବେ । ପରେ କର୍ଣ୍ଣାଟକର ନିର୍ବାଚନ ହେବ ସେଠି ପୁଣି ସରକାର ବ୍ୟସ୍ତ ରହିବେ । ଏପିର ଅନେକ ବଡ ବଡ ରାଜ୍ୟ ଅଛି ଯେଉଁଠି ନିର୍ବାଚନ ହେବା ବାକି ଅଛି । ପ୍ରତି ପାଞ୍ଚ ବର୍ଷରେ ନିର୍ବାଚନ ହେଲେ ମଧ୍ୟ ପ୍ରତି ବର୍ଷ କୌଣସି ନା କୌଣସି ରାଜ୍ୟରେ ନିର୍ବାଚନ ଚାଲୁଛି । ଏଥିରେ ଆମ ଡିଫେନ୍ସ, ସିକ୍ୟୁରିଟି ପୁଣି ବ୍ୟସ୍ତ ରହିଯିବ । ଯଦି ଦେଶରେ କେବଳ ନିର୍ବାଚନ ହିଁ ହେବ ତ' ଦେଶର ଅର୍ଥନୀତି, ସୁରକ୍ଷା, ଉନ୍ନତି ବିଷୟରେ କେବେ ପଦକ୍ଷେପ ନିଆଯିବ । ତେବେ ଏସବୁ ଅସୁବିଧାକୁ ଏଡେଇବା ପାଇଁ ନିକଟରେ ଏକ ବିଷୟ ଆଲୋଚନାକୁ ଆସିଛି । ତାହା ହେଉଛି ‘ୱାନ ନେସନ ୱାନ ଇଲେକ୍ସନ’(ONE NATION ONE ELECTION) ।

ଏନେଇ କୌଣସି ପଦକ୍ଷେପ ନିଆଯାଇନାହିଁ କେବଳ ଏକ ପ୍ରସ୍ତାବ ଦିଆଯାଇଛି । ଯଦି ଉଦାହରଣସ୍ବରୂପ ଆମେ ଏକ ମସିହା ନେବା 2024 । ତେବେ ‘ୱାନ ନେସନ ୱାନ ଇଲେକ୍ସନ’ହେଲେ 2024ରେ କେନ୍ଦ୍ର ସହ ସବୁ ରାଜ୍ୟର ନିର୍ବାଚନ ଏକା ସାଙ୍ଗରେ କରାଯିବ ଅର୍ଥ ଜଣେ ଭୋଟର ପୋଲିଂ ବୁଥ ଯିବ । ସେ ଉଭୟ ରାଜ୍ୟ ପାଇଁ ଓ କେନ୍ଦ୍ର ପାଇଁ ଭୋଟ ଦେବ । ଏହାପରେ ଦେଶ ବିକାଶରେ କେବଳ ଧ୍ୟାନ ଦେବ । ବାରମ୍ବାର ନିର୍ବାଚନର ଚିନ୍ତା ନଥିବ, ବାରମ୍ବାର ଫଣ୍ଡ ଉଠାଇବାକୁ ପଡିବ ନାହିଁ, ସିକ୍ୟୁରିଟିରେ ଟଙ୍କା ଖର୍ଚ୍ଚ ହେବାର ନାହିଁ । ଦେଶ ଏକଦମ ଭଲରେ ଚାଲିବ । ଏହାକୁ ନେଇ ଆଇନ କମିଶନ ମଧ୍ୟ ସ୍ବୀକୃତି ଦେଇଥିଲେ । କିନ୍ତୁ ଏହାକୁ ରୂପରେଖ ଦେବା ଏତେ ସହଜ ନୁହେଁ ।

ତେବେ ଏହା ନୁହେଁ କି ‘ୱାନ ନେସନ ୱାନ ଇଲେକ୍ସନ’ପ୍ରଥମ ଥର କରାଯାଉଛି । ଏହାପୂର୍ବରୁ ମଧ୍ୟ 1952-1967 ପର୍ଯ୍ୟନ୍ତ ଦେଶରେ ଏକାସାଙ୍ଗରେ ନିର୍ବାଚନ ହେଉଥିଲା । ସେତେବେଳେ ଆମ ଦେଶରେ ଏତେ ରାଜ୍ୟ ନଥିଲେ । ଧିରେ ଧିରେ ରାଜ୍ୟ ଗଠନ ହେଲା ସେଠାରେ ବିଭିନ୍ନ ଦଳ ସରକାର ଗଠନ କଲେ ଓ ବିଭିନ୍ନ ରାଜ୍ୟର ନିର୍ବାଚନ ଅଲଗା ଅଲଗା ହୋଇଗଲା ଏହାସହ କେନ୍ଦ୍ରରେ ମଧ୍ୟ ବାରମ୍ବାର ସରକାର ଭାଙ୍ଗିବାକୁ ଲାଗିଲା ଫଳରେ ଏକା ସାଙ୍ଗରେ ନିର୍ବାଚନ ହୋଇପାରିଲା ନାହିଁ ।


ପ୍ରଶ୍ନ ଉଠେ ଏବେ ଏକାସାଙ୍ଗରେ ନିର୍ବାଚନ ହେବା ଦେଶରେ କିପରି ସମ୍ଭବ ? ଉଦାହରଣ 2024ରେ ନିର୍ବାଚନ ଏକାସାଙ୍ଗରେ କରାଯିବ । କିନ୍ତୁ ରାଜସ୍ଥାନର ନିର୍ବାଚନ 2022ରେ ହେବ । ସେଠାରେ ଯେଉଁ ଦଳ ସରକାର ଗଠନ କରିବ ସେ ମାତ୍ର ଦୁଇବର୍ଷ ପାଇଁ ଶାସନ ଭାର ସମ୍ଭାଳିବ । ସେହିପରି 2025ରେ ତାମିଲନାଡୁ ନିର୍ବାଚନ କରାଯିବ କିନ୍ତୁ 2024ରେ ପୁରା ଦେଶରେ ନିର୍ବାଚନ ହେଲେ ତାମିଲନାଡୁକୁ ବର୍ଷେ ପୂର୍ବରୁ ନିର୍ବାଚନ କରିବାକୁ ପଡିବ । ଏପରି ହେଲେ ଯାଇ ‘ୱାନ ନେସନ ୱାନ ଇଲେକ୍ସନ’ କରିବା ସମ୍ଭବ ହେବ । ତେବେ ଏଠାରେ ପୁଣି 1952 ଭଳି ପରିସ୍ଥିତି ଆସିବ ବୋଲି ଆଶଙ୍କା କରାଯାଇପାରେ । ଯଦି କୌଣସି ରାଜ୍ୟରେ ସରକାର ଭାଙ୍ଗିଲା ତେବେ ପୁଣି ସେଠାରେ ନିର୍ବାଚନ କରିବାକୁ ପଡିବ ।

ତେବେ ଏହି ଅସୁବିଧା ରୋକିବା ପାଇଁ ଆମକୁ ଆମ ସମ୍ବିଧାନରେ ପରିବର୍ତ୍ତନ ଆଣିବାକୁ ପଡିବ । କିଛି ବି ଅସୁବିଧା ହେଉ କିମ୍ବା କେଉଁଠି ବି ସରକାର ଭାଙ୍ଗୁ କିନ୍ତୁ କେବେ ବିଧାନସଭା ଭାଙ୍ଗିବ ନାହିଁ । ପୁଣି ପାଞ୍ଚ ବର୍ଷ ପୁରଣ ହେଲା ପରେ ହିଁ ସରକାର ଗଠନ ହେବ । ତେବେ ଏଥିପାଇଁ ଆମ ସମ୍ବିଧାନରେ ଥିବା ବିଭିନ୍ନ ଧାରାରେ ପରିବର୍ତ୍ତନ ଆଣିବା ଜରୁରୀ । ଆର୍ଟିକିଲ 83( ସଂସଦର ସମୟସୀମା), ଆର୍ଟିକିଲ 85( ରାଷ୍ଟ୍ରପତିଙ୍କ ଦ୍ବାରା ଲୋକସଭା ବିଘଟନ), ଆର୍ଟିକିଲ 172( ବିଧାନସଭା ଅବଧି ସମ୍ପର୍କିତ), ଆର୍ଟିକିଲ 174(ବିଧାନସଭା ବିଘଟନ ସମ୍ପର୍କିତ), ଆର୍ଟିକିଲ 356( ରାଷ୍ଟ୍ରପତିଙ୍କ ଶାସନ ସମ୍ପର୍କିତ) ଆଦିରେ ପରିବର୍ତ୍ତନ ଅଣାଯିବ ।

ସେ ଯାହା ବି ହେଉ କିନ୍ତୁ ଏବେ ଏହାକୁ କାର୍ଯ୍ୟକ୍ଷମ କରିବା ସମ୍ଭବ ନୁହେଁ । କାରଣ ଏପରି ଅନେକ ଆଞ୍ଚଳିକ ରାଜନୈତିକ ଦଳ ଅଛି ଯେଉଁମାନଙ୍କ ମନରେ ଡର ଅଛି କି ଏହା ଚାଲୁ ହେଲେ ସେମାନଙ୍କୁ ଶାସନ ଗାଦି ଛାଡିବାକୁ ପଡିପାରେ । କାରଣ କେନ୍ଦ୍ରରେ ଯେଉଁଦଳ ଅଛି ତାହା ରାଜ୍ୟରେ ମଧ୍ୟ ରହିବ । ସବୁଦଳର ସହମତି ରହିବା ନିହାତି ଜରୁରି । ସେଥିପାଇଁ ବର୍ତ୍ତମାନ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ଆଞ୍ଚଳିକ ଦଳର ନେତାଙ୍କ ସହ ଆଲୋଚନା କରୁଛନ୍ତି । ଯଦି ସମସ୍ତଙ୍କ ସହମତି ରହେ ତେବେ 2021 ବେଳକୁ ଏହା କାର୍ଯ୍ୟକ୍ଷମ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ABOUT THE AUTHOR

...view details