ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ ମେଡିକାଲ ଏମ୍ସରେ କୋରୋନା ନିଜ କାୟା ବିସ୍ତାର କରିଛି । ଲଗାତାର ତିନି ଦିନ ଧରି ମେଡିକାଲର ତିନିଜଣ କର୍ମୀଙ୍କ କୋରୋନାରେ ମୃତ୍ୟୁ ଘଟିଛି । ପ୍ରଥମ ମେସ୍ କର୍ମୀ ଖେମଚାନ୍ଦ, ପରଦିନ ଏମ୍ସର ଚିକିତ୍ସା ବିଭାଗର ପୂର୍ବତନ ଚେୟାରମ୍ୟାନ ତଥା ଜଣାଶୁଣା ଡାକ୍ତର ପ୍ରଫେସର ଡ. ଜେ ଏନ୍ ପାଣ୍ଡେ ଏବଂ ବର୍ତ୍ତମାନ ବରିଷ୍ଠ ସାନିଟାଇଜେସନ୍ ସୁପରଭାଇଜର ହିରାଲାଲଙ୍କର କୋରେନାରେ ମୃତ୍ୟୁ ଘଟିଛି । ବର୍ତ୍ତମାନ ତାଙ୍କ ମୃତଦେହକୁ ଟ୍ରମା ସେଣ୍ଟରରେ ରଖାଯାଇଛି।
ତେବେ ହିରାଲାଲ୍ ଏମ୍ସ ଏସଟି/ ଏସସି ୱେଲଫେୟାର ଆସୋସିଏସନର ସ୍ଥାପନାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ସେ ସମ୍ପୂର୍ଣ୍ଣ ମେଡିକାଲରେ ପ୍ରତ୍ୟେକ କ୍ୟାଡରରେ ବେଶ୍ ଲୋକପ୍ରିୟ ଲୋକପ୍ରିୟ ଥିଲେ ।