ଓଡିଶା

odisha

ETV Bharat / bharat

କୃଷ୍ଣ ନଗରୀକୁ ସ୍ବଚ୍ଛ କରିବାକୁ ତତ୍ପର ପ୍ରଶାସନ - garbeg

ବୃନ୍ଦାବନ ଓ ମଥୁରାକୁ ସ୍ବଚ୍ଛ ରଖିବାକୁ ନଗର ନିଗମର ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ସପା କାର୍ଯ୍ୟ ।

ପ୍ରତିକାତ୍ମକ ଫଟୋ

By

Published : May 21, 2019, 10:34 PM IST

ମଥୁରା: ଆକ୍ସନ ମୁଡରେ ଉତ୍ତର ପ୍ରଦେଶ ପ୍ରଶାସନ । ଭଗବାନ କୃଷ୍ଣଙ୍କ ସହରରେ ଅଳିଆ ଫୋପାଡିଲେ ଦେବାକୁ ପଡିବ ଜରିମାନା । ଏନେଇ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ନିକଟରେ ବୃନ୍ଦାବନରେ ମଥୁରାସ୍ଥିତ ଅରକ୍ଷିତ ବନ ଭୂମି ଅହଲ୍ୟାଗଞ୍ଜ ଉଦ୍ୟାନ କୁଢକୁଢ ଆବର୍ଜନାରେ ଜାମ ହୋଇଯାଇଥିଲା । ଯାହାଦ୍ବାରା ଉଦ୍ୟାନର ଶୋଭା ନଷ୍ଟ ହେବାସହ ଦୁର୍ଗନ୍ଧରେ ଫାଟିପଡୁଛି ଆଖପାଖ ଅଞ୍ଚଳ ।

ସୂଚନାନୂଯାୟୀ, ଅହଲ୍ୟାବନ ଉଦ୍ୟାନ ନିକଟରେ ଥିବା ଏକ ମିଠା ଦୋକାନର ସମସ୍ତ ଅଳିଆ ଉକ୍ତ ଉଦ୍ୟାନରେ ପକାଯିବା ସମୟରେ ଉଦ୍ୟାନର କର୍ମକର୍ତ୍ତା ଓ ସୁରକ୍ଷାକର୍ମୀ ସେମାନଙ୍କୁ ଧରି ପକାଇଥିଲେ । ଯେଉଁଥିପାଁଇ ମିଠା ଦୋକାନୀକୁ ମହଙ୍ଗା ପଡିଥିଲା । ଘଟଣାରେ ଦୋକାନୀର ଅଳିଆ ଗାଡି ଜବତ କରିବା ସହ ଏକ ଲକ୍ଷ ଟଙ୍କାର ଜରିମାନା ଦେବାକୁ କୁହାଯାଇଛି । ଏହାପୂର୍ବରୁ ମଧ୍ୟ ମିଠାଦୋକାନୀ କର୍ମଚାରୀମାନେ ଆବର୍ଜନା ଫୋପାଡୁଥିବା ବେଳେ ଧରାପଡିଥିଲେ ।

ତେବେ ନଗର ନିଗମ ଅଳିଆ ଆବର୍ଜନାରେ ନିଆଁ ଲଗାଉଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଏତଲା ରୁଜୁ କରିବାକୁ ନିଷ୍ପତ୍ତି ନେଇଛି । ମଥୁରା-ବୃନ୍ଦାବନ ନଗର ନିଗମର ଉଚ୍ଚାୟୁକ୍ତ ସନୈନ୍ଦ୍ର କୁମାର ତିଓ୍ବାରୀ ସ୍ବାସ୍ଥ୍ୟ ନିରୀକ୍ଷକଙ୍କୁ ଏହି ମାମଲାରେ ଏତଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଆବର୍ଜନାରେ ନିଆଁ ଲଗାଇବା ଦ୍ବାରା ସେଥିରୁ ନିର୍ଗତ ହେଉଥିବା ଧୂଆଁ ବାୟୁ ପ୍ରଦୂଷଣ କରିବା ସହିତ ଲୋକଙ୍କୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଯାହାକୁ ରୋକିବା ପାଇଁ ନଗର ନିଗମ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।

ABOUT THE AUTHOR

...view details