ଓଡିଶା

odisha

By

Published : Apr 20, 2019, 3:03 PM IST

ETV Bharat / bharat

2019 ନିର୍ବାଚନୀ ମହାଭାରତ: ଦ୍ରୌପଦୀ, ଦୁର୍ଯ୍ୟୋଧନ ଦେବେ ଭୋଟ

ଉତ୍ତରପ୍ରଦେଶ ନିର୍ବାଚନ ମହାଭାରତର କୁରୁକ୍ଷେତ୍ର ହୋଇନଥିଲେ ମଧ୍ୟ ମହାଭାରତର ସବୁ ଚରିତ୍ର ଏହି ନିର୍ବାଚନୀମଣ୍ଡଳରେ । ସାଧାରଣ ନିର୍ବାଚନରେ ଭୋଟ ଦେବା ପାଇଁ ଭୀମ, କର୍ଣ୍ଣ, ଅର୍ଜୁନ, ଦୁର୍ଯ‌୍ୟୋଧନ, ଦୌପଦୀ ତୟାର । କାରଣ ପ୍ରତ୍ୟେକ ଚରିତ୍ର ଏଠି ଜଣେ ଜଣେ ଭୋଟର ।

ଫାଇଲ ଫଟୋ

ଲକ୍ଷ୍ନୌ: ୟୁପିରେ ଭୋଟ ଦେବେ ମହାଭାରତର ସମସ୍ତ ଚରିତ୍ର । ସାଧାରଣ ନିର୍ବାଚନରେ ଭୋଟ ଦେବା ପାଇଁ ଭୀମ, କର୍ଣ୍ଣ, ଅର୍ଜୁନ, ଦୁର୍ଯ‌୍ୟୋଧନ, ଦୌପଦୀ ପ୍ରସ୍ତୁତ । କାରଣ ପ୍ରତ୍ୟେକ ଚରିତ୍ର ଏଠି ଜଣେ ଜଣେ ଭୋଟର । ଏହି ଚରିତ୍ରଙ୍କ ସଂଖ୍ୟା ଗୋଟିଏ ଦୁଇଟାରେ ସୀମିତ ନରହି ଲକ୍ଷ ଓ ହଜାର ହଜାରରେ ପହଞ୍ଚିଛି । ତେବେ ବର୍ତ୍ତମାନ ଉତ୍ତରପ୍ରଦେଶ ନିର୍ବାଚନ ମହାଭାରତର କୁରୁକ୍ଷେତ୍ର ହୋଇନଥିଲେ ମଧ୍ୟ ମହାଭାରତର ସବୁ ଚରିତ୍ର ଏହି ନିର୍ବାଚନୀମଣ୍ଡଳରେ ।

ନିର୍ବାଚନ ଅଧିକାରୀଙ୍କ କହିବା ଅନୁସାରେ, ରାଜ୍ୟରେ ପାଖାପାଖି କ୍ରିଷ୍ଣା ନାମରେ ସାଢେ 6 ଲକ୍ଷ ଭୋଟର, ସଞ୍ଜୟ ନାମରେ 30 ଲକ୍ଷ ଭୋଟର , ଅର୍ଜୁନ ନାମରେ 9.2 ଲକ୍ଷ ଭୋଟର, ଭୀମ ନାମରେ 2.09 ଭୋଟର ରହିଛନ୍ତି । ତେବେ ଯେଉଁ ଦ୍ରୌପଦୀ ପାଇଁ ମହାଭାରତ ଯୁଦ୍ଧ ହୋଇଥିଲା ସେହି ନାମ ଥିବା ମହିଳା ଭୋଟରଙ୍କ ମତଦାତା ତାଲିକାରେ 95966 ଜଣ ରହିଛନ୍ତି । ସେହିପରି 1422 ଯୁଧିଷ୍ଠିର ଓ 1422 ଦ୍ରୋଣାଚାର୍ଯ୍ୟ ରହିଛନ୍ତି ।

ଅନ୍ୟପଟେ ଭୀଷ୍ମ ନାମଧାରୀ ଭୋଟର 23,253 ଜଣ, 62311 ଦୁର୍ଯ୍ୟୋଧନ ରହିଛନ୍ତି । ମାତ୍ରାଧିକ ନଥିଲେ ମଧ୍ୟ ନକୁଳ, ସହଦେବ ଓ ଅଭିମନ୍ୟୁଙ୍କ ନାମ ଏହି ଭୋଟର ତାଲିକାରେ ପ୍ରକାଶ ପାଇଛି । ତେବେ ମଥୁରାରେ ରାଧାଙ୍କ ନାମରେ 9 ହଜାର ଭୋଟର ରହିଛନ୍ତି ।

ସମାଜବିଜ୍ଞାନୀ ରତୀ ଖୋସାଲଙ୍କ କହିବା ଅନୁସାରେ, ଗ୍ରାମାଞ୍ଚଳରେ ଜନ୍ମଗ୍ରହଣ କରୁଥିବା ନବଜାତ ଶିଶୁଙ୍କ ନାମ ମୁଖ୍ୟତଃ ପୌରାଣିକ ଓ ଦେବାଦେବୀଙ୍କ ନାମରେ ନାମିତ କରଯାଏ । ତେବେ 2 ଦଶନ୍ଧି ପୂର୍ବରୁ ନବଜାତ ଶିଶୁଙ୍କ ନାମ ଶିବା, ଗୌରୀ ଓ ମୀରା ନମକରଣ କରାଯାଉଥିଲା । କିନ୍ତୁ ବର୍ତ୍ତମାନର ଆଧୁନିକ ଜମାନାରେ ଚାଲିଛି ବଲିଉଡ୍ ନାଁର ଫିବର ନବଜାତ ଶିଶୁମାନଙ୍କ ନାମ ନେହା, ରାହୁଲ ଓ ପୂଜା ରଖାଯାଉଛି ।

ABOUT THE AUTHOR

...view details