ଓଡିଶା

odisha

ETV Bharat / bharat

କଂଗ୍ରେସ ବିଧାୟକଙ୍କ ଘର ନିକଟରେ ବିସ୍ଫୋରଣ, ଜଣେ ମୃତ

ବେଙ୍ଗାଲୁରୁରେ କଂଗ୍ରେସ ବିଧାୟକ ମୁନିରତ୍ନମଙ୍କ ଘର ନିକଟରେ ବିସ୍ଫୋରଣ । ମୃତ ବ୍ୟକ୍ତି ଜଣକଙ୍କ ନାମ ଭେଙ୍କଟେଶ ବୋଲି ଜଣା ପଡିଛି ।

By

Published : May 19, 2019, 3:15 PM IST

ଫଟୋ ସୌଜନ୍ୟ: ଏନଆଇ

ବେଙ୍ଗାଲୁରୁ: ରବିବାର ବେଙ୍ଗାଲୁରୁରେ କଂଗ୍ରେସ ବିଧାୟକ ମୁନିରତ୍ନମଙ୍କ ଘର ନିକଟରେ ବିସ୍ଫୋରଣ । ତେବେ ଏହି ବିସ୍ଫୋରଣରେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି । ବିସ୍ଫୋରଣର କାରଣ ଜଣା ପଡିନାହିଁ । ମୃତ ବ୍ୟକ୍ତିଙ୍କ ନାମ ଭେଙ୍କଟେଶ ବୋଲି ଜଣା ପଡିଛି ।


ସୂଚନା ଅନୁସାରେ ଭେଙ୍କଟେଶ ଚାଲି ଚାଲି ଯାଉଥିବା ବେଳେ ଅଚାନକ ବିସ୍ଫୋରଣ ହୋଇଥିଲା । ଫଳରେ ଘଟଣା ସ୍ଥଳରେ ସେ ପ୍ରାଣ ହରାଇଛନ୍ତି । ଭେଙ୍କଟେଶ ସଫେଇ କର୍ମୀ ଭାବରେ କାମ କରୁଥିବାବେଳେ ଉକ୍ତ ବିଧାୟକଙ୍କ ଘର ପାଖରେ ତାଙ୍କ ଘର ରହିଥିବା ସୂଚନା ମିଳିଛି ।

ରାଜରାଜେଶ୍ବରୀ ନଗର ନିକଟରେ ଥିବା ବିଧାୟକଙ୍କ ଘର ପାଖରେ ସକାଳ ପ୍ରାୟ ୯: ୧୫ରେ ବିସ୍ଫୋରଣ ହୋଇଥିବା ସୂଚନା ଦେଇଛନ୍ତି ବେଙ୍ଗାଲୁରୁ ସିଟି ପୋଲିସ କମିଶନର ଟି.ସୁନୀଲ ।


ଘଟଣାସ୍ଥଳରେ ଫୋରନସିକ୍‌ ଟିମ ପହଞ୍ଚି ତଦନ୍ତ କରିଛନ୍ତି । ବିସ୍ଫୋରଣ ଖବର ନିଜ ପରିବାର ଠାରୁ ଜାଣି ଥିବା କହିଛନ୍ତି ବିଧାୟକ । ଏହାସହ ତଦନ୍ତ ପ୍ରକ୍ରିୟାରେ ସମସ୍ତ ପ୍ରକାର ସହାୟତା ପାଇଁ କହିଛନ୍ତି ମୁନିରତ୍ନମ । ମୃତ ଭେଙ୍କଟେଶଙ୍କୁ ପୂର୍ବରୁ ଜାଣିଥିବା କହିଛନ୍ତି କଂଗ୍ରେସ ବିଧାୟକ ମୁନିରତ୍ନମ ।

For All Latest Updates

ABOUT THE AUTHOR

...view details