ଓଡିଶା

odisha

By

Published : Aug 9, 2020, 4:11 PM IST

ETV Bharat / bharat

ଏଲପିଜି ସିଲିଣ୍ଡର ଫାଟି ଜଣେ ମୃତ, 8 ଗୁରୁତର

ମହାରାଷ୍ଟ୍ର ପୁନେରେ ଏଲପିଜି ସିଲିଣ୍ଡର ଫାଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 8 ଜଣ ଗୁରୁତର ଆହତ ହୋଇଛନ୍ତି ।

LPG cylinder blast
ଏଲପିଜି ସିଲିଣ୍ଡର ଫାଟି ଜଣେ ମୃତ

ମୁମ୍ବାଇ: ଏଲପିଜି ସିଲିଣ୍ଡର ବିସ୍ଫୋରଣ । ମହାରାଷ୍ଟ୍ର ପୁନେରେ ଏଲପିଜି ସିଲିଣ୍ଡର ଫାଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 8 ଜଣ ଗୁରୁତର ଆହତ ହୋଇଛନ୍ତି ।

ଅଗ୍ନିଶମ ବିଭାଗର ସୂଚନା ଅନୁସାରେ, ରବିବାର ସକାଳେ ପୁନେ ଡିଗି ଅଞ୍ଚଳର ମହାଦେବ ନଗର ଏକ ଫ୍ଲାଟରେ ଘରୋଇ ସିଲିଣ୍ଡରରୁ ଗ୍ୟାସ ଲିକ ହୋଇଥିଲା। ସେହି ସମୟରେ ହଠାତ୍ ସିଲିଣ୍ଡରଟି ଫାଟିଯାଇ ବିସ୍ଫୋରଣ ଘଟିଥିଲା। ଯେଉଁଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 12 ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details