ଓଡିଶା

odisha

ETV Bharat / bharat

କୋରୋନାରେ ପ୍ରାଣ ହରାଇଲେ ସିଆରପିଏଫ ଯବାନ, ମୃତ୍ୟୁ ସଂଖ୍ୟା ଛୁଇଁଲା 9

କୋରୋନାରେ ପ୍ରାଣ ହରାଇଲେ ସିଆରପିଏଫ ଯବାନ। ମୋଟ 1057 କୋରୋନା ମାମଲା ରହିଥିବା ବେଳେ 540 ରହିଛି ସକ୍ରିୟ ମାମଲା । ମୃତ୍ୟୁ ସଂଖ୍ୟା ଛୁଇଁଲା 9 । ଅଧିକ ପଢନ୍ତୁ....

By

Published : Jun 29, 2020, 7:09 AM IST

one crpf jawan died in corona in new delhi
କୋରୋନାରେ ପ୍ରାଣ ହରାଇଲେ ସିଆରପିଏଫ ଯବାନ,ମୃତ୍ୟୁ ସଂଖ୍ୟା ଛୁଇଁଲା 9

ନୂଆଦିଲ୍ଲୀ : ଦେଶରେ କାୟା ବିସ୍ତାର କରିଛି କୋରୋନା । ଭାରତରେ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ପ୍ରତିଦିନ ଶହ ଶହ ମୁଣ୍ତ ନେଉଛି ଏହି କିଲର ଭାଇରସ । ଏହି ମହାମାରୀକୁ ରୋକିବାକୁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଏପରିକି ଲକ ଡାଉନ, ସଟଡାଉନକୁ ମଧ୍ୟ ଦେଶରେ ଲାଗୁ କରିଥିଲେ ସରକାର । ହେଲେ ରୋକ ଲାଗିପାରୁନି ଏହି ସଂକ୍ରମଣ ଉପରେ ।

କୋରୋନାରେ ପ୍ରାଣ ହରାଇଲେ ସିଆରପିଏଫ ଯବାନ । ନୂଆଦିଲ୍ଲୀର ଜଣେ ସିଆରପିଏଫ ଯବାନ କୋରୋନାରେ ସଂକ୍ରମିତ ହୋଇଥିଲେ । ପରେ ପ୍ଲାଜମା ଥେରାପି ମଧ୍ୟ କରାଯାଇଥିଲା । ହେଲେ ଚିକିତ୍ସାଧିନ ଅବସ୍ଥାରେ ସେ ପ୍ରାଣ ହରାଇଛନ୍ତି । ତେବେ ସିଆରପିଏଫର ମୋଟ 1057 କୋରୋନା ମାମଲା ରହିଥିବାବେଳେ 540 ସକ୍ରିୟ ମାମଲା ରହିଛି । ସେଥିମଧ୍ୟରୁ 508 ଜଣ ସୁସ୍ଥ ହୋଇଥିବା ବେଳେ 9 ଜଣ ପ୍ରାଣ ହରାଇଥିବା ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ ପକ୍ଷରୁ ସୂଚନା ମିଳିଛି । ତେବେ ଦିନକୁ ଦିନ କୋରୋନା ସଂକ୍ରମଣ ଭାରତରେ ବୃଦ୍ଧି ପାଇବାରେ ଲାଗିଛି । ଭାରତରେ କୋରୋନା ପଜେଟିଭଙ୍କ ସଂଖ୍ୟା 528859 ରହିଥିବା ବେଳେ ମୃତ୍ୟୁ ସଂଖ୍ୟା 16095ରେ ପହଞ୍ଚିଛି ।

ସୌଜନ୍ୟ @ ANI

ABOUT THE AUTHOR

...view details