ନୂଆଦିଲ୍ଲୀ: ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ଏହା ଏକ ହିନ୍ଦୁ ପର୍ବ ଯାହା ଭାରତବାସୀଙ୍କ ଦ୍ବାରା ପାଳନ କରାଯାଏ। ଏହି ପର୍ବ ଭାଇ ଓ ଭଉଣୀର ପବିତ୍ର ସମ୍ପର୍କର ଏକ ମୂକ ସାଖୀ। ଶ୍ରଦ୍ଧାରେ ଭଉଣୀ ଭାଇ ହାତରେ ବାନ୍ଧି ଦେଇଥାଏ ତାର ସୁରକ୍ଷା କବଚର ସୂତା ଖିଅ । ଯାହାକୁ ଭାଇ କାଳ କାଳ ମନେ ରଖି ତାର ଛାଇ ହୋଇ ରହିବା ସହ ବିପଦ ବେଳେ ସାହାଯ୍ୟ କରିବାର ସକଂଳ୍ପ ନେଇଥାଏ। ଏହି ପର୍ବ ଶ୍ରାବଣ ମାସର ପୂର୍ଣ୍ଣମୀ ଦିନ ପାଳନ କରାଯାଇଥାଏ ।
ତେବେ ରାକ୍ଷୀ ପୂର୍ଣ୍ଣମୀର ସମ୍ପର୍କର ଡୋରୀରେ କେବଳ ମଣିଷ ନୁହେଁ ଭଗବାନ ମଧ୍ୟ ବାନ୍ଧି ହୋଇଥାନ୍ତି। ଜଗନ୍ନାଥଙ୍କ ହାତରେ ବଡ ଦେଉଳରେ ଦେବୀ ସୁଭଦ୍ରା ମଧ୍ୟ ରାକ୍ଷୀ ବାନ୍ଧିଥାନ୍ତି। ତେବେ ରାକ୍ଷୀର ଏହି ପବିତ୍ର ଦିନରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ପର୍ବ ପ୍ରେମ ଏବଂ ସ୍ନେହର ଦୃଢ ସମ୍ପର୍କକୁ ପ୍ରମାଣିତ କରେ ଯାହା ଭାଇ ଓ ଭଉଣୀମାନଙ୍କୁ ଏକତ୍ର ବାନ୍ଧିଥାଏ ବୋଲି ଉପରାଷ୍ଟ୍ରପତି କହିଛନ୍ତି।