ଓଡିଶା

odisha

ETV Bharat / bharat

ଆସନ୍ତାକାଲି ଯାତ୍ରୀଙ୍କୁ ନେଇ ଗଡିବ 'ବନ୍ଦେ ଭାରତ ଏକ୍ସପ୍ରେସ'

ଭାରତର ପ୍ରଥମ ଇଞ୍ଜିନ ବିହୀନ ଟ୍ରେନ 'ବନ୍ଦେ ଭାରତ ଏକ୍ସପ୍ରେସ' ଶୁକ୍ରବାର ଏହାର ପ୍ରଥମ ଯାତ୍ରାରେ ଘଣ୍ଟା ପ୍ରତି 130 କିମି ପ୍ରତି ଘଣ୍ଟା ଅତିକ୍ରମ କରିଥିବା ସୂଚନା ରହିଛି ।

By

Published : Feb 16, 2019, 11:02 AM IST

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ସମସ୍ତ ଅପେକ୍ଷାର ଅନ୍ତ ଘଟାଇ ଟ୍ରାକକୁ ଓହ୍ଲାଇଛି ଟ୍ରେନ 18 ବା ବନ୍ଦେ ଭାରତ ଏକ୍ସପ୍ରେସ । ଭାରତର ପ୍ରଥମ ଇଞ୍ଜିନ ବିହୀନ ଟ୍ରେନ 'ବନ୍ଦେ ଭାରତ ଏକ୍ସପ୍ରେସ' ଶୁକ୍ରବାର ଏହାର ପ୍ରଥମ ଯାତ୍ରାରେ ଘଣ୍ଟା ପ୍ରତି 130 କିମି ପ୍ରତି ଘଣ୍ଟା ଅତିକ୍ରମ କରିଥିବା ସୂଚନା ରହିଛି ।

ତେବେ ବର୍ତ୍ତମାନର ଗତି ହିସାବରେ ଟ୍ରେନ 18 ନୂଆଦିଲ୍ଲୀରୁ ବାରଣାସୀ ଯିବାକୁ 8 ଘଣ୍ଟା ସମୟ ଲାଗୁଛି । ଯେତେବେଳେ କି ଶତାବ୍ଦୀ ଏକ୍ସପ୍ରେସରେ ଏହି ରାସ୍ତା ଅତିକ୍ରମ କରିବାକୁ 12ରୁ 13 ଘଣ୍ଟା ଲାଗିଥାଏ । ଆସନ୍ତାକାଲି (ଫେବୃଆରି 17)ଠୁ ଏହା କମର୍ସିଆଲ ଭାବେ ଟ୍ରାକରେ ଗଡିବ । ସପ୍ତାହକୁ ଏହା 5 ଦିନ ଗଡିବ ।

ରେଳମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଯେ ଆଗାମୀ ଦିନରେ ଏହାର ସ୍ପିଡକୁ ବଢାଇ 160 କିମି ପ୍ରତି ଘଣ୍ଟା କରିବାକୁ ନିଷ୍ପତ୍ତି ନିଆଯାଇଛି । ଟ୍ରାକର ମଧ୍ୟ ଅନ୍ୟାନ୍ୟ ମରାମତି କାର୍ଯ୍ୟ ବାକି ରହିଥିବା ସେ ପ୍ରକାଶ କରିଛନ୍ତି ।

ABOUT THE AUTHOR

...view details