ଶ୍ରୀନଗର: କାଶ୍ମୀରରେ ଜାରି ରହିଛି ଜଟିଳ ସ୍ଥିତି । ଆଉ ଏହି ସମୟରେ ଅନେକ ଖବର ସାମ୍ନାକୁ ଆସୁଛି । ମିଳିଥିବା ସୂଚନା ଅନୁସାରେ, ପୂର୍ବ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ମେହେବୁବା ମୁଫତିଙ୍କୁ ନଜରବନ୍ଦୀ କରାଯାଇଛି । ଯାହାକୁ ନେଇ ଟ୍ବିଟ କରିଛନ୍ତି ଓମାର ଅବଦୁଲ୍ଲା ।
ଏନେଇ ସେ ନିଜର ଟ୍ବିଟର ହ୍ୟାଣ୍ଡେଲରେ ଲେଖିଥିଲେ, ''ମୋତେ ଲାଗୁଛି ମୋତେ ରବିବାର ମଧ୍ୟରାତ୍ରୀରୁ ନଜରବନ୍ଦୀ କରାଯାଇଛି । ଏହାସହ ଅନ୍ୟ କାଶ୍ମୀରର ଅନ୍ୟ ରାଜନେତାଙ୍କୁ ମଧ୍ୟ ଗୃହବନ୍ଦୀ କରାଯାଉଛି । ଏହାର ସତ୍ୟତା ଜାଣିବାର କୌଣସି ଉପାୟ ନାହିଁ । ଯାହା ହେବ ଦେଖାଯିବ । ''
ଫଟୋ ସୌଜନ୍ୟ: ଟ୍ବିଟର@OmarAbdullah ଏହାପରେ ସେ ଆଉ ଏକ ଟ୍ବିଟ କରି ଲେଖିଥିଲେ, ''କାଶ୍ମୀର ଲୋକଙ୍କ ପାଇଁ କଣ କରାଯାଉଛି ସେ ନେଇ କୌଣସି ସୂଚନା ନାହିଁ । ମାତ୍ର ମୋତେ ବିଶ୍ବାସ ରହିଛି ଆଲ୍ଲା ଯାହା ମଧ୍ୟ ଭାବିଛନ୍ତି ତାହା ସର୍ବଦା ଉତ୍ତମ ହୋଇଥାଏ । ଏହା ହୁଏତ ଏବେ ନଜର ନଆସି ପାରେ ମାତ୍ର ଆଗକୁ ଏହାର ଫଳାଫଳ ନିଶ୍ଚୟ ଲାଭଦାୟକ ହେବ । ସମସ୍ତଙ୍କୁ ଶୁଭକାମନା । ସୁରକ୍ଷିତ ରୁହନ୍ତୁ ଏବଂ ଶାନ୍ତି ବଜାୟ ରଖନ୍ତୁ ।''
ଫଟୋ ସୌଜନ୍ୟ: ଟ୍ବିଟର@OmarAbdullah ଏଠାରେ ଆପଣଙ୍କୁ କହିରଖୁଛୁ ଯେ, କାଶ୍ମୀର ଘାଟିରେ ମୋବାଇଲ ଇଣ୍ଟେରନେଟ୍ ସେବାକୁ ବନ୍ଦ କରିଦିଆଯାଇଛି । ଏହାସହ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।