ଓଡିଶା

odisha

ETV Bharat / bharat

ଓମ୍ ବିର୍ଲା ଲୋକସଭା ବାଚସ୍ପତି ନିର୍ବାଚିତ

ସପ୍ତଦଶ ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ରାଜସ୍ଥାନର କୋଟା ସଂସଦୀୟ କ୍ଷେତ୍ରର ସାଂସଦ ଓମ୍ ବିର୍ଲା । ଏହି ଅବସରରେ ତାଙ୍କୁ ପ୍ରଧାନମନ୍ତ୍ରୀ ଗୃହ ପକ୍ଷରୁ ସ୍ୱାଗତ ଜଣାଇଛନ୍ତି ।

By

Published : Jun 19, 2019, 2:09 PM IST

ଫଟୋ ସୌଜନ୍ୟ: ଟ୍ୱିଟର @ombirlakota

ନୂଆଦିଲ୍ଲୀ: ରାଜସ୍ଥାନ କୋଟା ସଂସଦୀକ୍ଷ କ୍ଷେତ୍ରର ସାଂସଦ ଓମ୍ ବିର୍ଲା ସପ୍ତଦଶ ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି । ତାଙ୍କୁ ବାଚସ୍ପତି ପ୍ରାର୍ଥୀ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । ଯାହାକୁ ମୁଖ୍ୟ ବିରୋଧି କଂଗ୍ରେସ ସମେତ ଟିଏମସି, ଡିଏମକେ ଏବଂ ବିଜେଡି ଆଦି ଦଳ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ । ଶାସକ ଏନଡିଏ ପକ୍ଷରୁ ସେ ବାଚସ୍ପତି ପ୍ରାର୍ଥୀ ହୋଇପାରନ୍ତି ବୋଲି ଗତକାଲି ଠାରୁ ଚର୍ଚ୍ଚା ହେଉଥିଲା ।

ଚଳିତ ଲୋକସଭାର ନୂତନ ବାଚସ୍ପତି ନିର୍ବାଚିତ ହେବା ପରେ ପ୍ରତିକ୍ରିୟା ରଖି ପ୍ରଧାନମନ୍ତ୍ରୀ କହିଛନ୍ତି, " ମୁଁ ତାଙ୍କ ସହ ବେଶ୍ ଦୀର୍ଘ ସମୟ ଧରି କାମ କରିଛି । ଜଣେ ଛାତ୍ର ନେତା ଭାବେ ସେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ଲୋକସଭାର ବାଚସ୍ପତି ଭାବେ ସେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିବାରୁ ମୁଁ ତାଙ୍କୁ ଗୃହ ପକ୍ଷରୁ ସ୍ବାଗତ ଜଣାଉଛି । "

କୋଟା ସାଂସଦ ଓମ୍ ବିର୍ଲାଙ୍କୁ ବାଚସ୍ପତି ପ୍ରାର୍ଥୀ କରିବା ନେଇ ଗତକାଲି ଶାସକ ଏନଡିଏ ପକ୍ଷରୁ ପ୍ରସ୍ତାବ ରଖାଯାଇଥିଲା । ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଏବଂ କେନ୍ଦ୍ର ବାଣିଜ୍ୟ ପରିବହନ ମନ୍ତ୍ରୀ ପ୍ରମୁଖ ତାଙ୍କର ପ୍ରସ୍ତାବକ ଥିଲେ । ଏହି ପ୍ରସ୍ତାବକୁ ଶିବସେନା, ବିଜେଡି, ନେସନାଲ୍ ପିପୁଲ୍ସ ପାର୍ଟି, ମିଜୋରାମ୍ ନେସନାଲ ଫ୍ରଣ୍ଟ୍, ଅକାଳୀ ଦଳ, ୱାଏସଆର କଂଗ୍ରେସ, ଲୋକ ଜନଶକ୍ତି ପାର୍ଟି, ଜେଡିୟୁ , ଏଆଇଏଡିଏମକେ, ଅପନା ଦଳ ପ୍ରମୁଖ ସମର୍ଥନ କରିଥିଲେ ।

ABOUT THE AUTHOR

...view details