ଓଡିଶା

odisha

ETV Bharat / bharat

ଅସଦାଚରଣ ଅଭିଯୋଗରେ ମାଡ଼ ଖାଇଲେ ବୃଦ୍ଧ

ଜଣେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ନିର୍ଦ୍ଧୁମ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣାର ଏବେ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଘଟଣାସ୍ଥଳରେ ପହଞ୍ଚି ପୋଲିସ ଉକ୍ତ ବୃଦ୍ଧଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଇଛି ।

By

Published : Sep 13, 2019, 4:30 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏକ ଭିଡ଼ ହିଂସାରେ ଜଣେ ବୃଦ୍ଧଙ୍କୁ ଅସଦାଚରଣ ଅଭିଯୋଗରେ ମାଡ଼ ମରାଯାଉଥିବାର ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଜଣେ 9 ବର୍ଷର ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ତାଙ୍କୁ ମାଡ଼ ମରାଯାଇଥିବା ଜଣାପଡ଼ିଛି । ତେବେ ଉକ୍ତ ବୃଦ୍ଧ ଜଣକ ଜଣେ ଚତୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ବୋଲି ସୂଚନା ମିଳିଛି ।

ମାଡ଼ ମରାଯାଉଥିବାର ଦୃଶ୍ୟ

ଭାଇରାଲ ଭିଡ଼ିଓରେ ଏହି ବୃଦ୍ଧ ଜଣଙ୍କୁ କିଛି ଯୁବକ ଚପଲରେ ନିର୍ଦ୍ଧୁମ ମାଡ଼ ମାରିଥିବା ଅଭିଯୋଗ ହୋଇଥିବା ଜଣାପଡ଼ିଛି । ତେବେ ଏହି ଘଟଣାଟି ଘଟିଛି ସ୍ଥାନୀୟ କବିନଗର ଥାନା ଅନ୍ତର୍ଗତ ରଇସପୁର ଅଞ୍ଚଳର । ମିଳିଥିବା ସୂଚନା ମୁତାବକ ଏହି ବୃଦ୍ଧ ଜଣକ ଜଣେ 9 ବର୍ଷର ନାବାଳିକାକୁ ଏକ ବାଥ ରୁମରେ ବନ୍ଦ କରିଦେବା ଓ ପରେ ତା ସହିତ ଅସଦାଚରଣ କରିବା ଭଳି ଅଭିଯୋଗ ହୋଇଥିଲା ।

ମାତ୍ର ସଠିକ ସମୟରେ ସେଠାରେ ସ୍ଥାନୀୟ ଲୋକମାନେ ଜମା ହୋଇଯାଇଥିଲେ । ଫଳରେ ଉକ୍ତ ବୃଦ୍ଧ ଜଣଙ୍କୁ ଧରିନେବା ସହିତ ନିର୍ଦ୍ଧୁମ ମାଡ଼ ମାରିଥିଲେ । ଲୋକଙ୍କ ଏହି ନିର୍ଦ୍ଧୁମ ମାଡ଼ରେ ଉକ୍ତ ବୃଦ୍ଧ ଜଣଙ୍କ ଅବସ୍ଥା ପ୍ରାୟ ସଂକଟାପନ୍ନ ହୋଇଯାଇଥିଲା । ତେବେ ସେଠାରେ ଉପସ୍ଥିତ କିଛି ଲୋକମାନେ ମାଡ଼ ମରାଯାଉଥିବାର ଦୃଶ୍ୟର ଭିଡ଼ିଓ କରି ଭାଇରାଲ କରିଦେଇଥିଲେ । ଯାହାକୁ ନେଇ ଏବେ ବେଶ ଚର୍ଚ୍ଚା ଚାଲିଛି ।

ଏହି ସମ୍ପର୍କରେ ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉକ୍ତ ବୃଦ୍ଧ ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି । ସୂଚନାଯୋଗ୍ୟ ଦୁଇ ଦିନ ତଳେ ମୋଦି ନଗର ଅଞ୍ଚଳରେ ସମାନ ଘଟଣା ଦେଖିବାକୁ ମିଳିଥିଲା । ଉକ୍ତ ଭାଇରାଲ ଭିଡ଼ିଓରେ ଜଣେ ଯୁବକଙ୍କୁ କିଛି ଯୁବକ ନିର୍ଦ୍ଧୁମ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ଉକ୍ତ ଯୁବକ ଜଣକ ଚୋରି କରିଥିବା ଅଭିଯୋଗ ହୋଇଥିଲା ।

ABOUT THE AUTHOR

...view details