ଓଡିଶା

odisha

ETV Bharat / bharat

କୋରୋନା କେୟାର, ମାଇକ୍ରୋ- RNA ହ୍ରାସ ବୟସ୍କଙ୍କ ପାଇଁ ଟାଣିଆଣୁଛି ବିପଦ

ଶରୀରରେ ଥିବା ମାଇକ୍ରୋ ଆରଏନ୍ଏସ୍ ଜିନ୍ସ୍ର କାର୍ଯ୍ୟକାରିତାକୁ ନିୟନ୍ତ୍ରଣ କରିଥାଏ। ଜୀବାଣୁ ଶରୀରରେ ପ୍ରବେଶ କଲାବେଳେ ଏଗୁଡ଼ିକ ସକ୍ରିୟ ହୋଇଯାଏ । କିନ୍ତୁ ବୟସ୍କଙ୍କ ଶରୀରରେ ଏହା ହ୍ରାସ ପାଇବା ଦ୍ବାରା କୋରୋନା ସହ ଲଢିବା ମୁସକିଲ ହେଉଛି।

By

Published : May 15, 2020, 8:14 AM IST

micro-rna-in-the-body
କୋରୋନା କେୟାର, ମାଇକ୍ରୋ- RNA ହ୍ରାସ ବୟସ୍କଙ୍କ ପାଇଁ ଟାଣିଆଣୁଛି ବିପଦ

ସାରା ବିଶ୍ବରେ ରାଜ୍ କରୁଛି କୋରୋନା ମହାମାରୀ। ଏଥିରେ ବେଶି ସଂଖ୍ୟାରେ ବୟସ୍କ ଲୋକମାନେ ଆକ୍ରାନ୍ତ ହେବା ସହ ପ୍ରାଣ ହରାଉଛନ୍ତି। ବୈଜ୍ଞାନିକ ଏବଂ ଚିକିତ୍ସକମାନେ ବିଶ୍ବାସ କରନ୍ତି ଯେ ଏମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ହେତୁ ଏହା ଘଟୁଛି।

ଆମେରିକାର ଫ୍ଲୋରିଡା ୟୁନିଭରସିଟିର ଏକ ଅଧ୍ୟୟନରୁ ଜଣାପଡିଛି ଯେ ଶରୀରରେ ଥିବା ମାଇକ୍ରୋ ଆରଏନ୍ଏସ୍ ଜିନ୍ସ୍ର କାର୍ଯ୍ୟକାରିତାକୁ ନିୟନ୍ତ୍ରଣ କରିଥାଏ। ଜୀବାଣୁ ଶରୀରରେ ପ୍ରବେଶ କଲାବେଳେ ଏଗୁଡ଼ିକ ସକ୍ରିୟ ହୋଇଯାଏ । କିନ୍ତୁ ମାଇକ୍ରୋ- RNA ଗୁଡ଼ିକ ବୟସ ବଢିବା ସହ ହ୍ରାସ ପାଇବାରେ ଲାଗିଥାଏ, ଯାହା ସଂକ୍ରମଣର ଆଶଙ୍କାକୁ ବଢାଇଥାଏ।

ଆମେରିକାର ପ୍ରଫେସର ଅଗସ୍ତା ୟୁନିଭରସିଟି କାର୍ଲୋସ୍ ଏମ୍ ଆଇଲେସ୍ କହିଛନ୍ତି ଯେ ମେନ ସେଲ ଗୁଡିକ ଦଖଲ କରି କରୋନା ସହଜରେ ଏହାର ସଂଖ୍ୟା ବଢାଇଥାଏ। ତେବେ ମଧୁମେହ ଏବଂ ହୃଦରୋଗରେ ପୀଡିତ ରୋଗୀଙ୍କ କ୍ଷେତ୍ରରେ ଏହି ଆରଏନଏ ହ୍ରାସ ହେବାର ସମ୍ଭାବନା ଅଧିକ।

ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ବୟସ ବୃଦ୍ଧି ଏବଂ ଅନେକ ସ୍ୱାସ୍ଥ୍ୟ ସମସ୍ୟା ହେତୁ ମାଇକ୍ରୋ ଆରଏନଏ ସଂଖ୍ୟା କମିବା ଆରମ୍ଭ କରେ। ଏହି କାରଣରୁ, ଜୀବାଣୁ ସହିତ ଲଢିବାର କ୍ଷମତା ମଧ୍ୟ କମିଯାଏ। ଯାହାଫଳରେ ଏହି ମହାମାରୀର କବ୍ଜାରେ ପଡି ପ୍ରାଣ ହରାଉଛନ୍ତି ବୟସ୍କ।

ବୌଜ୍ଞାନିକ ମାନେ SARS ଜୀବାଣୁର ଚାରୋଟି ନମୁନା ଏବଂ କରୋନା ଜୀବାଣୁର 29 ଟି ନମୁନା ପରୀକ୍ଷା କରିଥିଲେ। ତେବେ ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, 848 ମାଇକ୍ରୋ ଆରଏନଏ SARS ବିରୋଧରେ ଯୁଦ୍ଧ କରିପାରିବ ଓ 873 ମାଇକ୍ରୋ ଆରଏନଏ କୋରୋନା ସହ ଲଢେଇ କରିପାରିବ।

ABOUT THE AUTHOR

...view details