ଓଡିଶା

odisha

ETV Bharat / bharat

ମୁଖ୍ୟମନ୍ତ୍ରୀଙ୍କୁ ଥଣ୍ଡା ଖାଦ୍ୟ ପରଷି ଜଣେ ଅଧିକାରୀଙ୍କୁ ହେବାକୁ ପଡିଥିଲା ସସପେଣ୍ଡ

କୌଣସି କାର୍ଯ୍ୟକ୍ରମରେ ଯଦି ମୁଖ୍ୟମନ୍ତ୍ରୀ ତଥା ତାଙ୍କ କର୍ମଚାରୀଙ୍କ ପାଇଁ ଭୋଜନର ବ୍ୟବସ୍ଥା କରାଯାଇଥାଏ , ତେବେ ଏଥିପାଇଁ ଏକ ସ୍ବତନ୍ତ୍ର ପ୍ରୋଟୋକଲ ରହିଛି । ଏଥିରେ ବ୍ୟତିକ୍ରମ ଦେଖାଦେବାରୁ ଜଣେ ସରକାରୀ କର୍ମଚାରୀଙ୍କୁ ନିଜ ଚାକିରିରୁ ହାତ ଧୋଇବାକୁ ପଡିଥିଲା । ଅଧିକ ପଢନ୍ତୁ...

ମୁଖ୍ୟମନ୍ତ୍ରୀଙ୍କୁ ଥଣ୍ଡା ଖାଦ୍ୟ ପରଷି ଜଣେ ଅଧିକାରୀଙ୍କୁ ହେବାକୁ ପଡିଥିଲା ସସପେଣ୍ଟ
ମୁଖ୍ୟମନ୍ତ୍ରୀଙ୍କୁ ଥଣ୍ଡା ଖାଦ୍ୟ ପରଷି ଜଣେ ଅଧିକାରୀଙ୍କୁ ହେବାକୁ ପଡିଥିଲା ସସପେଣ୍ଟ

By

Published : Sep 26, 2020, 2:15 PM IST

ଭୋପାଳ: ମୁଖ୍ୟମନ୍ତ୍ରୀଙ୍କୁ ପରଷା ଯାଇଥିବା ଖାଦ୍ୟରେ ଉଚିତ୍‌ ଗୁଣବତ୍ତା ନ ଥିବାରୁ ଜଣେ ଅଧିକାରୀ ନିଲମ୍ବିତ ହେଉ ହେଉ ବଞ୍ଚି ଯାଇଛନ୍ତି । ମୁଖ୍ୟମନ୍ତ୍ରୀ ଓ ତାଙ୍କ କର୍ମଚାରୀଙ୍କୁ ଏକ ପ୍ରୋଟୋକଲ ଅନ୍ତର୍ଗତ ଭୋଜନର ବ୍ୟବସ୍ଥା କରାଯାଇଥାଏ । ହେଲେ ଏଥିରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେବାରୁ ଅଧିକାରୀଙ୍କୁ ଚାକିରିରୁ ନିଲମ୍ବିତ ହେବାକୁ ପଡିଥିଲା । ପରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଅଧିକାରୀଙ୍କ ନିଲମ୍ବିନକୁ ପ୍ରତ୍ୟାହାର କରି ନିଆଯାଇଛି ।

ଅଧିକାରୀ ଜଣକ ହେଉଛନ୍ତି ମଧ୍ୟପ୍ରଦେଶ ଇନ୍ଦୋରର ଖାଦ୍ୟ ଓ ଔଷଧ ପ୍ରଶାସନ ବିଭାଗର ଖାଦ୍ୟ ନୀରିକ୍ଷକ ଅଧିକାରୀ । ପ୍ରୋଟୋକଲ ଅବହେଳା ଅଭିଯୋଗରେ ଜିଲ୍ଲାପାଳ ନିଲମ୍ବିତ କରିଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ତାଙ୍କର ନିଲମ୍ବିନ ଆଦେଶକୁ ପ୍ରତ୍ୟାହାର କରିନେଇଛନ୍ତି।

ସୂଚନାଯୋଗ୍ୟ, ସେପ୍ଟେମ୍ବର 23ରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ କୌଣସି ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଇନ୍ଦୋର ଗସ୍ତ କରିଥିଲେ । ସେଠାରେ ସିଏମ ଓ ତାଙ୍କର କର୍ମଚାରୀଙ୍କ ପାଇଁ ଭୋଜନର ବ୍ୟବସ୍ଥା ହୋଇଥିଲା । ଖାଦ୍ୟ ବିଳମ୍ବରେ ପହଞ୍ଚିବାରୁ ଏହା ଥଣ୍ଡା ହୋଇଯିବା ସହ ଗୁଣବତ୍ତା ମଧ୍ୟ ଅତ୍ୟନ୍ତ ଖରାପ ରହିଥିଲା । ଖାଦ୍ୟ ପ୍ୟାକ୍ କରିବା ସମୟରେ ସମ୍ପୂର୍ଣ୍ଣ ପ୍ରୋଟୋକଲ୍ ଅନୁସରଣ କରାଯାଇନଥିଲା । ଏହାକୁ ଇନ୍ଦୋରର ଜିଲ୍ଲାପାଳ ଗୁରୁତର ସହ ନେବା ସହ ପ୍ରୋଟୋକଲ୍ ଭାଙ୍ଗିଥିବା ଅଭିଯୋଗରେ ନିଲମ୍ବିତ କରିଥିଲେ ।

ABOUT THE AUTHOR

...view details