ଓଡିଶା

odisha

ETV Bharat / bharat

ଲୋକସଭାର 475 ସାଂସଦ କୋଟିପତି, ବିଜେପିର ସର୍ବାଧିକ - କୋଟିପତି

ନବ ନିର୍ବାଚିତ ସାଂସଦଙ୍କ ମଧ୍ୟରୁ 475 ସାଂସଦ କୋଟିପତି । ଏଡିଆର ଧନୀ ସାଂସଦ ତାଲିକା ପ୍ରକାଶ କରିଛି ।

ଫାଇଲ ଫଟୋ

By

Published : May 26, 2019, 11:50 PM IST

Updated : May 27, 2019, 9:22 AM IST

ନୂଆଦିଲ୍ଲୀ: ନିର୍ବାଚନ ଫଳାଫଳ ପରେ ପ୍ରକାଶ ପାଇଛି ଧନୀ ସାଂସଦଙ୍କ ତାଲିକା । ଲୋକସଭାକୁ ନିର୍ବାଚିତ ହୋଇଥିବା 542 ସାଂସଦଙ୍କ ମଧ୍ୟରୁ 475 ସାଂସଦ କୋଟିପତି । ଏହି ତାଲିକା ପ୍ରକାଶ କରିଛି ଆସୋସିଏସନ ଫର ଡେମୋକ୍ରାଟିକ ରିଫମର୍ସ (ଏଡିଆର)।

ପ୍ରକାଶିତ ଧନୀ ସାଂସଦ ତାଲିକାରେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ପୁଅ ନକୁଲ ନାଥ ଶୀର୍ଷରେ ଅଛନ୍ତି । ତାଙ୍କର ସମ୍ପତ୍ତି 660 କୋଟିରୁ ଊର୍ଦ୍ଧ୍ବ । ତାଙ୍କ ପରେ କନ୍ୟାକୁମାରୀର ସାଂସଦ ବସନ୍ତ କୁମାର ଦ୍ବିତୀୟରେ ରହିଛନ୍ତି । ତାଙ୍କର 417କୋଟିର ସମ୍ପତ୍ତି ରହିଛି । ତେବେ କୋଟିପତି ସାଂସଦଙ୍କ ମଧ୍ୟରେ ସବୁଠୁ ଅଧିକ ବିଜେପି ସାଂସଦ । ବିଜେପିର 301 ସାଂସଦରୁ 265 ଜଣ କୋଟିପତି ।

ତେବେ ଡିଏମକେର 23 ସାଂସଦଙ୍କ ମଧ୍ୟରୁ 22 ଜଣ କୋଟିପତି । ସେହିପରି ତୃଣମୂଳ କଂଗ୍ରେସର 22ରୁ 20, ୱାଏଏସଆର କଂଗ୍ରେସର 22ରୁ 19 ସାଂସଦ କୋଟିପତି ।

Last Updated : May 27, 2019, 9:22 AM IST

ABOUT THE AUTHOR

...view details