ଓଡିଶା

odisha

ETV Bharat / bharat

ପ୍ରଥମ ପର୍ଯ୍ୟାୟ ନିର୍ବାଚନ: ମତଦାନ ଆରମ୍ଭ, ଜାଣନ୍ତୁ ଓଡିଶା ସମ୍ପର୍କିତ ତଥ୍ୟ

ଆଜି ରାଜ୍ୟର 4ଟି ଲୋକସଭା ଏବଂ 28ଟି ବିଧାନସଭା ଆସନ ପାଇଁ ଆଉ କିଛି ମୁହୂର୍ତ୍ତ ପରେ ଆରମ୍ଭ ହେବ ମତଦାନ। ସକାଳ 7ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା 6 ପର୍ଯ୍ୟନ୍ତ ଚାଲିବ।

By

Published : Apr 11, 2019, 7:21 AM IST

Updated : Apr 11, 2019, 6:16 PM IST

ପ୍ରତିକାତ୍ମକ ଫଟୋ

ଭୁବନେଶ୍ବର: ଆଜିଠୁ ଗଣତନ୍ତ୍ରର ମହାପର୍ବ । ପାଳିବାକୁ ତୟାର ରାଜ୍ୟବାସୀ । ଆଜି ରାଜ୍ୟର 4ଟି ଲୋକସଭା ଏବଂ 28ଟି ବିଧାନସଭା ଆସନ ପାଇଁ ଆଉ କିଛି ମୁହୂର୍ତ୍ତ ପରେ ଆରମ୍ଭ ହେବ ମତଦାନ। ସକାଳ 7ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା 6 ପର୍ଯ୍ୟନ୍ତ ଚାଲିବ। ଏ ନେଇ ସମସ୍ତ ବନ୍ଦୋବସ୍ତ କରାଯାଇଛି । ଅଧିକରୁ ଅଧିକ ଭୋଟର ଯେପରି ସେମାନଙ୍କ ଗଣତାନ୍ତ୍ରିକ ଅଧିକର ସାବ୍ୟସ୍ତ କରିପାରିବେ ସେ ନେଇ ସୁରକ୍ଷା ବ୍ୟବସ୍ଥା ଠାରୁ ଆରମ୍ଭ କରି ଭୋଟରଙ୍କୁ ସଚେତନ କରିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଶେଷ ହୋଇଛି।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ପ୍ରଥମ ପର୍ଯ୍ୟାୟରେ 4ଟି ଲୋକସଭା ଆସନ- କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ବ୍ରହ୍ମପୁର ଏବଂ ଏହା ଅନ୍ତର୍ଗତ 28ଟି ବିଧାନସଭା ଆସନରେ ହେବ ମତଦାନ।

ବିଧାନସଭା ଆସନ-

  1. ନବରଙ୍ଗପୁର- ଉମରକୋଟ, ଝରିଗାଁ, ନବରଙ୍ଗପୁର, ଡାବୁଗାଁ, କୋଟପାଡ, ମଲକାନାଗିରି, ଚିତ୍ରକୋଣ୍ଡ
  2. କୋରାପୁଟ- ଗୁଣୁପୁର, ବିଷମକଟକ, ରାୟଗଡା, ଲକ୍ଷ୍ମୀପୁର, ଜୟପୁର, କୋରାପୁଟ, ପଟ୍ଟଙ୍ଗୀ
  3. କଳାହାଣ୍ଡି- ନୂଆପଡା, ଖରିଆର, ଲାଞ୍ଜିଗଡ, ଜୁନାଗଡ, ଧର୍ମଗଡ, ଭବାନୀପାଟଣା, ନର୍ଲା
  4. ବ୍ରହ୍ମପୁର- ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା, ପରଳାଖେମୁଣ୍ଡି


ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ-

  • ୭୨୩୩ଟି ପୋଲିଂ ଷ୍ଟେସନ କରାଯାଇଛି ।
  • ୬୦,୦୩,୭୦୭, ଭୋଟର ରହିଛନ୍ତି।
  • ସେମାନଙ୍କ ମଧ୍ୟରେ ୩୦,୩୦୨୨୨ ଜଣ ମହିଳା ଭୋଟର ।
  • ୨୯ଲକ୍ଷ ୭୨ହଜାର ୯୨୫ଜଣ ପୁରୁଷ ଭୋଟର ।
  • ୫୬୦ଜଣ କିନ୍ନର ରହିଛନ୍ତି ।
  • ୯୧୫ ଜଣ ଜୋନାଲ ସେକ୍ଟର ଅଫିସର ନିୟୋଜିତ ହୋଇଛନ୍ତି ।
  • ମହିଳା ପୋଲଂ ସେଣ୍ଟରପ୍ରତି ବିଧାନସଭା କ୍ଷେତ୍ରରେ କରାଯିବ।
  • ୨୩୭୫,ସମ୍ବେଦନଶୀଳ ବୁଥ୍ ରହିଛି ।
  • ଏଥର ସବୁ ବୁଥରେ ରାମ୍ପସ୍ ,ପାଣି ,ବିଜୁଳି,ଟଏଲେଟ୍ ବ୍ୟବସ୍ଥା କରାଯାଇଛି
  • ୮୧୬ କମୁନିକେସନ ସାଡୋ ଏରିଆ ରହିଛି।
  • ପ୍ରଥମ ପ୍ରଯ୍ୟାୟରେ ରହିଛନ୍ତି ୧,୩୩୦୭ ଦିବ୍ୟାଙ୍ଗ ଭୋଟର
  • 6988 ବୁଥରେ ହ୍ଵିଲଚେୟାର ବ୍ୟବହାର କରାଯିବ।
  • ପ୍ରତି ପୋଲିଂ ସେଣ୍ଟର ରେ ୨ଜଣ ଯୁବକ ରହିବେ, ସେମାନେ ଦିବ୍ୟାଙ୍ଗ ମାନଙ୍କୁ ସହଯୋଗ କରିବ ।

ଗାଡିରୁ ପୋଲିଂ ଷ୍ଟେସନ ପର୍ଯ୍ୟନ୍ତ ଦିବ୍ୟାଙ୍ଗ ମାନଙ୍କୁ ବୁଥକୁ ଆଣିବା ପାଇଁ ବ୍ୟବସ୍ଥା କରାଯାଇଛି। ସ୍ଵତନ୍ତ୍ର ପାସ୍ ଦିଆଯାଇଛି। ଯାହାଦ୍ଵାରା ସେମାନେ ଆଗୁଆ ଭୋଟ ଦେଇପାରିବେ। ବିଛିନ୍ନାଞ୍ଚଳରେ ପୋଲିଂ ଅଫିସର ପହଞ୍ଚିବା ପାଇଁ ଦୁଇଟି ହେଲିକପ୍ଟର ବ୍ୟବସ୍ଥା କରାଯାଇଛି ।

ମାଓ ଇଲାକାରେ ସକାଳ ୭ଟାରୁ ରୁ ଦିନ ୪ ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ। ଅନ୍ୟ ସମସ୍ତ ସ୍ଥାନରେ ସକାଳ ୭ରୁ ୬ଟା ଯାଏ ମତଦାନ କରାଯିବ। ସିଆରପିଏଫ ଯବାନ ସୁରକ୍ଷା ପାଇଁ ନିୟୋଜିତ ହୋଇଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 11, 2019, 6:16 PM IST

ABOUT THE AUTHOR

...view details