ନୂଆଦିଲ୍ଲୀ: ନିକଟରେ ଦିଲ୍ଲୀର ମେଟ୍ରୋରେ ଦମ୍ପତ୍ତିଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ ହୋଇଥିବାର ଖବର ମିଳିଛି । ଘଟଣାଟି ସାମ୍ନାକୁ ଆସିବା ପରେ ଡିଏମଆରସି ଆଜାଦପୁର ପୋଲିସ ଷ୍ଟେସନରେ ଏକ ଅଭିଯୋଗ ଦାୟର କରିଛନ୍ତି । ତେବେ ଭିଡିଓରୁ ଏହା ସ୍ପଷ୍ଟ ହେଉଛି ଯେ, ଭିଡିଓଟି ଡିଏମଆରସିର ସିସିଟିଭି କଣ୍ଟ୍ରୋଲ ରୁମରେ ସ୍ମାର୍ଟ ଫୋରେ ସୁଂଟି କରାଯାଇଛି ।
ଦିଲ୍ଲୀ ମେଟ୍ରୋ ଷ୍ଟେସନରେ ଦମ୍ପତ୍ତିଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ - objectionable
ଦିଲ୍ଲୀର ମେଟ୍ରୋରେ ଦମ୍ପତ୍ତିଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ । ଭିଡିଓରୁ ଏହା ସ୍ପଷ୍ଟ ହେଉଛି ଯେ, ଭିଡିଓଟି ଡିଏମଆରସିର ସିସିଟିଭି କଣ୍ଟ୍ରୋଲ ରୁମରେ ସ୍ମାର୍ଟ ଫୋନରେ ସୁଂଟି କରାଯାଇଛି ।
ଫାଇଲ ଫଟୋ
ଡିଏମଆରସିର କାର୍ଯ୍ୟକାରି ନିର୍ଦ୍ଦେଶକ ଅନୁଜ ଦୟାଲ ଏହା ଜାଣିବାକୁ ପାଇବା ପରେ ଭିଡିଓ ତିଆରି କରିଥିବା ବ୍ୟକ୍ତିକୁ ଚିହ୍ନଟ କରିଥିବା କହିଛନ୍ତି । ଏହାସହ ଉକ୍ତ ବ୍ୟକ୍ତି ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ନେଇ ମଧ୍ୟ ସୂଚନା ଦେଇଛନ୍ତି ।
ଏଠାରେ ସୂଚନାଯୋଗ୍ୟ, ଏହି ଭିଡିଓକୁ ଜୁଲାଇ 18 2.22 ମିନିଟ୍ରେ ରେକର୍ଡ କରାଯାଇଥିଲା । ଏହାପରେ ସେହି ଭିଡିଓକୁ ପର୍ଣ୍ଣ ସାଇଡ୍ରେ ଅପଲୋଡ କରାଯାଇଥିଲା । ଯାାହାକୁ ଏକ ଲକ୍ଷରୁ ଅଧିକ ଲୋକେ ଦେଖି ସାରିଛନ୍ତି।