ଓଡିଶା

odisha

ETV Bharat / bharat

ମୋଦିଙ୍କ ଯାଦୁ: କେଦାରନାଥ ପରେ କାର୍ବେଟ ପାର୍କରେ ବଢିବେ ପର୍ଯ୍ୟଟକ ! - ମ୍ୟାନ ଭର୍ସେସ ଓ୍ବାଇଲ୍ଡ

କେଦାରନାଥ ପରେ କାର୍ବେଟ ପାର୍କରେ ବଢିବେ ପର୍ଯ୍ୟଟକ । କାର୍ବେଟ ପାର୍କକୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରେ ସେଠାକୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବ ବୋଲି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଆଶା କରିଛନ୍ତି ।

ଡିଜାଇନ ଫଟୋ

By

Published : Aug 1, 2019, 3:10 AM IST

ଡେରାଡୁନ: ବେୟାର ଗ୍ରୀଲ୍ସଙ୍କ ମ୍ୟାନ ଭର୍ସେସ ଓ୍ବାଇଲ୍ବ ସିରିଏଲ ଯେତିକି ଚର୍ଚ୍ଚାରେ ନାହିଁ, ତାହା ଠାରୁ ଢେର ଅଧିକ ଚର୍ଚ୍ଚାରେ ରହିଛି ଏହି ସିରିଏଲରେ ପ୍ରଧାନମନ୍ତ୍ରୀଙ୍କ ଏପିସୋଡ଼ । ଏହି ଏପିସୋଡ଼ଟି ଆସନ୍ତା 12 ତାରିଖରେ ପ୍ରସାରିତ ହେବ । ପ୍ରଧାନମନ୍ତ୍ରୀ ମୋଦି ଏହି ଏପିସୋଡଟିକୁ ଉତ୍ତରାଖଣ୍ଡର କାର୍ବେଟ ଜାତୀୟ ଉଦ୍ୟାନରେ ସୁଟିଂ କରିଥିଲେ । ତେବେ ପ୍ରଧାନମନ୍ତ୍ରୀ ମୋଦି କାର୍ବେଟ ପାର୍କରେ ସୁଟିଂ କରିବା ପରେ ଉକ୍ତ ପାର୍କ ପ୍ରତି ପର୍ଯ୍ୟଟକଙ୍କ ଉତ୍ସାହ ବଢିଯାଇଛି ।

ଭିଡ଼ିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ


ଉକ୍ତ ପାର୍କକୁ ମୋଦିଙ୍କ ଗସ୍ତ ଏବଂ ସୁଟିଂ ଲୋକଙ୍କ ଉତ୍ସାହକୁ ବଢାଇ ଦେଇଛି । ଆସୁଥିବା ଟିଜରରେ ମୋଦିଙ୍କ ଜଙ୍ଗଲପ୍ରେମ ଲୋକଙ୍କ ଉତ୍ସାହକୁ ଦ୍ବିଗୁଣିତ କରିଛି । ଫଳରେ କେଦାରନାଥ ପରେ କାର୍ବେଟ ପାର୍କରେ ବଢିବେ ପର୍ଯ୍ୟଟକ । ସେଠାକୁ ଯିବା ପାଇଁ ପର୍ଯ୍ୟଟକ ସଂଖ୍ୟା ବଢିପାରେ ବୋଲି ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାଓ୍ବତ କହିଛନ୍ତି ।


ପର୍ଯ୍ୟଟକଙ୍କ ଉତ୍ସାହ ଦେଖି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାଓ୍ବତ କହିଛନ୍ତି ଯେ ମୋଦିଙ୍କ ଏହି କାର୍ଯ୍ୟକ୍ରମର ଟ୍ରେଲର ଦେଖିବା ପରେ ଲୋକଙ୍କ ପାର୍କ ପ୍ରତି ଉତ୍ସାହ ବଢିବାରେ ଲାଗିଛି । ଲୋକମାନେ ସେଠାକୁ ବୁଲିବାକୁ ଯିବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି । ସେ ଆହୁରି କହିଛନ୍ତି ମୋଦିଙ୍କ ଜଙ୍ଗଲ ପ୍ରେମ ଦେଖି ସମସ୍ତେ ଉତ୍ସାହିତ ହୋଇ ପଡ଼ିଛନ୍ତି । ଏହି ଉକ୍ତ ପାର୍କକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଛି । ଏହା ଆଗକୁ ଆହୁରି ବଢିପାରେ ବୋଲି ସେ କହିଛନ୍ତି ।


ସେ ଆହୁରି ମଧ୍ୟ କହିଛନ୍ତି କି କେଦାରନାଥର କୌଣସି ସୀମା ନଥିବା ବେଳେ କାର୍ବେଟ ପାର୍କର ନିଜର ସୀମା ରହିଛି । ନିର୍ଦ୍ଧାରିତ ସୀମା ମଧ୍ୟରେ ଉକ୍ତ ପର୍ଯ୍ୟଟନ ସ୍ଥଳୀ ରହିଛି । ନିର୍ଦ୍ଧାରିତ ସୀମା ମଧ୍ୟରେ ବୁଲିବାକୁ ପର୍ଯ୍ୟଟକଙ୍କୁ ଅନୁମତି ରହିଛି । ତେବେ ପର୍ଯ୍ୟଟନ ସହିତ ଏହାର ସଂରକ୍ଷଣ ଓ ସୁରକ୍ଷାକୁ ଅଧିକ ମାତ୍ରାରେ ଧ୍ୟାନ ଦେବାକୁ ହେବ ବୋଲି ସେ କହିଛନ୍ତି ।


ସୂଚନାଯୋଗ୍ୟ, ମୋଦି କେଦାରନାଥ ଯିବା ପରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢିଥିଲା । ମୋଦି ଯେଉଁ ଗୁମ୍ଫାରେ ଧ୍ୟାନ କରିଥିଲେ ସେହି ଗୁମ୍ଫାକୁ ଦେଖିବା ପାଇଁ ଏ ପର୍ଯ୍ୟନ୍ତ ଲକ୍ଷାଧିକ ପର୍ଯ୍ୟଟକ ଆସିଛନ୍ତି । ତେବେ ଏପର୍ଯ୍ୟନ୍ତ ଉକ୍ତ ଗୁମ୍ଫାକୁ ଦେଖିବା ପାଇଁ ବୁକିଂ ବିପୁଳ ପରିିମାଣରେ ଜାରି ରହିଛି ।

ABOUT THE AUTHOR

...view details