ଓଡିଶା

odisha

ETV Bharat / bharat

ବ୍ରିକ୍ସ ସମ୍ମିଳନୀ: ଆଜି ରାଷ୍ଟ୍ର ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ଭର୍ଚ୍ଚୁଆଲ ବୈଠକ - ବ୍ରିକ୍ସ

ଆଜି ଆରମ୍ଭ ହେବ ବ୍ରିକ୍ସ ସମ୍ମିଳନୀ । ଏନେଇ ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତାମାନଙ୍କ ମଧ୍ୟରେ ଭର୍ଚ୍ଚୁଆଲ ବୈଠକ ଅନୁଷ୍ଠିତ ହେବାର ଯୋଜନା ରହିଛି । ବର୍ତ୍ତମାନ ବ୍ରିକ୍ସ ରାଷ୍ଟ୍ରଙ୍କ ନେତୃତ୍ବ ନେଉଥିବା ଋଷିଆ ଏହି ଭର୍ଚ୍ଚୁଆଲ ବୈଠକ ଆୟୋଜିତ କରିବା ନେଇ ସ୍ପଷ୍ଟ ହୋଇଛି ।

BRICS, brics meeting, brics virtual meeting, brics nsa's meeting, nsa ajit doval, ବ୍ରିକ୍ସ ସମ୍ମିଳନୀ, ବ୍ରିକ୍ସ ଭର୍ଚ୍ଚୁଆଲ ବୈଠକ, ବ୍ରିକ୍ସ ରାଷ୍ଟୀୟ ସୁରକ୍ଷା ପରାମର୍ଶଦାତାଙ୍କ ବୈଠକ, ବ୍ରିକ୍ସ, ଏନଏସଏ ଅଜିତ ଡୋଭାଲ
ବ୍ରିକ୍ସ ସମ୍ମିଳନୀ: ଆଜି ରାଷ୍ଟ୍ର ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ଭର୍ଚ୍ଚୁଆଲ ବୈଠକ

By

Published : Sep 17, 2020, 9:31 AM IST

ନୂଆଦିଲ୍ଲୀ: ଆଜି ଆରମ୍ଭ ହେବ ବ୍ରିକ୍ସ ସମ୍ମିଳନୀ । ଏନେଇ ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତାମାନଙ୍କ ମଧ୍ୟରେ ଭର୍ଚ୍ଚୁଆଲ ବୈଠକ ଅନୁଷ୍ଠିତ ହେବାର ଯୋଜନା ରହିଛି । ବର୍ତ୍ତମାନ ବ୍ରିକ୍ସ ରାଷ୍ଟ୍ରଙ୍କ ନେତୃତ୍ବ ନେଉଥିବା ଋଷିଆ ଏହି ଭର୍ଚ୍ଚୁଆଲ ବୈଠକ ଆୟୋଜିତ କରିବା ନେଇ ସ୍ପଷ୍ଟ ହୋଇଛି । ଏହି ବୈଠକଟି ମୂଳତଃ ସମସ୍ତ ରାଷ୍ଟ୍ର ପରାମର୍ଶଦାତାଙ୍କ ଉପସ୍ଥିତିରେ ସାମ୍ନା ସାମ୍ନି ଆୟୋଜିତ ହେବାର ଯୋଜନା ରହିଥିଲା । ହେଲେ କୋରୋନା ମହାମାରୀକୁ ନଜରରେ ରଖି ଏହାକୁ ସ୍ଥଗିତ କରିବା ଅପେକ୍ଷା ଭର୍ଚ୍ଚୁଆଲ ମାଧ୍ୟମରେ ଆୟୋଜିତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।

ଏହି ବୈଠକରେ ଭାରତର ପ୍ରତିନିଧିତ୍ବ କରିବେ ରାଷ୍ଟ୍ରୀୟ ପରାମର୍ଶଦାତା ଅଜିତ ଡୋଭାଲ । ତେବେ ମଙ୍ଗଳବାର ଶାଙ୍ଘାଇ କର୍ପୋରେସନ ଅର୍ଗାନାଇଜେସନ(ଏସସିଓ) ବୈଠକରୁ ଅଜିତ ଡୋଭାଲ ବିରୋଧ ପ୍ରଦର୍ଶନ କରି ବାହାରିଆସିଥିଲେ । ଏହା ପଛରେ କାରଣ ହେଉଛି ପାକିସ୍ତାନୀ ପ୍ରତିନିଧିଙ୍କ ଦ୍ବାରା ଭୁଲ ମାନଚିତ୍ର ପ୍ରଦର୍ଶନୀ । ଏହି ମ୍ୟାପ୍‌ରେ ଉଭୟ ଦେଶର ସୀମା ଭୁଲ ଭାବେ ପ୍ରଦର୍ଶନ ହୋଇଥିବା ଦେଖାଯାଇଥିଲା । ଯାହାକୁ ବିରୋଧ କରି ବୈଠକ ଅଧାରୁ ଅଜିତ ବାହାରି ଆସିଥିଲେ । ତେବେ ଚଳିତବର୍ଷର ବ୍ରିକ୍ସ ସମ୍ମିଳନୀକୁ ଋଷିଆ ଆୟୋଜନ କରିବା ନିଷ୍ପତ୍ତିକୁ ବିରୋଧ ପ୍ରଦର୍ଶନ କରିବା ପାଇଁ ପାକିସ୍ତାନ ଏପରି ହରକତ କରିଥିବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଛି ।

ସୂଚନା ଅନୁଯାୟୀ ଚଳିତବର୍ଷର ବ୍ରିକ୍ସ ସମ୍ମିଳନୀ ଆୟୋଜନ ପାଇଁ ପୂର୍ବରୁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସମର୍ଥନ ଜଣାଇଥିଲେ । ସେ କହିଥିଲେ କି ଏହି ବୈଠକ ଦ୍ବାରା ଜାତିସଙ୍ଘ ସୁରକ୍ଷା ପରିଷଦକୁ ସୁଦୃଢୀକରଣ କରାଯିବା ସହ ବିଭିନ୍ନ ସଦସ୍ୟ ଦେଶଙ୍କ ମଧ୍ୟରେ ବହୁପକ୍ଷୀୟ ସମ୍ପର୍କ ମଧ୍ୟ ସ୍ଥାପନ ହୋଇ ପାରିବ । ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଆୟୋଜିତ ବୈଠକରେ ଏହି ମନ୍ତବ୍ୟ ଦେଇଥିଲେ ଜୟଶଙ୍କର । ଏହି ବୈଠକର ଅଧ୍ୟକ୍ଷତା କରିଥିଲେ ଋଷିଆ ବୈଦେଶିକ ମନ୍ତ୍ରୀ ସର୍ଗୀ ଲାଭରୋଭ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details