ଓଡିଶା

odisha

ETV Bharat / bharat

ଅରୁଣାଚଳରେ ଉଗ୍ରବାଦୀ ଆକ୍ରମଣ: 11 ମୃତ

ଅରୁଣାଚଳ ପ୍ରଦେଶର ତିରାପ୍ ଜିଲ୍ଲାରେ ଉଗ୍ରବାଦୀଙ୍କ ପକ୍ଷରୁ କରାଯାଇଥିବା ଆମ୍ବୁସ ବିସ୍ଫୋରଣରେ ଏନପିପିର ଜଣେ ବିଧାୟକଙ୍କ ସମେତ 11 ଜଣଙ୍କ ମୃତ୍ଯୁ ଘଟିଛି।

ଫଟୋ ସୌଜନ୍ୟ:ANI

By

Published : May 21, 2019, 9:13 PM IST

ଇଟାନଗର: ଉଗ୍ରବାଦୀ ଆକ୍ରମଣରେ ରକ୍ତରଞ୍ଜିତ ହୋଇଛି ଉତ୍ତର-ପୂର୍ବ ରାଜ୍ୟ ଅରୁଣାଚଳ ପ୍ରଦେଶ। ସ୍ଥାନୀୟ ତିରାପ୍ ଜିଲ୍ଲାରେ ହୋଇଥିବା ଉଗ୍ରବାଦୀ ଆକ୍ରମଣରେ ନେସନାଲ ପିପୁଲ୍ସ ପାର୍ଟିର (ଏନପିପି) ଜଣେ ବିଧାୟକ ଟିରୋଙ୍ଗ ଆବୋହାଙ୍କ ସମେତ 11 ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ଯରେ ବିଧାୟକଙ୍କ ପୁଅ ମଧ୍ୟ ସାମିଲ ଥିବାର ଜଣାପଡିଛି। ଏହି ଆକ୍ରମଣ ସମ୍ପର୍କରେ ସିଆରପିଏଫ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଏ ସମ୍ପର୍କରେ ମତ ରଖି ସିଆରପିଏଫ ପକ୍ଷରୁ କୁହାଯାଇଛି ଯେ ଖୋନ୍ସୁ ଠାରୁ ନିଜର ଶୋଭାଯାତ୍ରା ଆରମ୍ଭ କରି ଏନପିପି ବିଧାୟକ ବାହାରି ଥିଲେ। ମାତ୍ର ବାଟରେ ଅଜଣା ଉଗ୍ରବାଦୀଙ୍କ ଦ୍ୱାରା ଆମ୍ବୁସ୍ ବିସ୍ଫୋରଣ କରାଯାଇଥିଲା। ଯେଉଁଥିରେ ଏନପିପି ବିଧାୟକଙ୍କ ସମେତ 11 ଜଣ ପ୍ରାଣ ହରାଇଛନ୍ତି।

ଏ ଘଟଣା ସମ୍ପର୍କରେ ମତ ରଖି ଅରୁଣାଚଳ ପ୍ରଦେଶ ଗୃହମନ୍ତ୍ରୀ କହିଛନ୍ତି ଏହା ପଛରେ ରାଜନୈତିକ ବିରୋଧି ସାମିଲ ଥାଇପାରନ୍ତି। ଏହି ବର୍ବରୋଚିତ ଆକ୍ରମଣ ଘଟଣାର ନିନ୍ଦା କରିବ ସହ ଏହା ତଦନ୍ତ କରାଯିବ ବୋଲି ଗୃହମନ୍ତ୍ରୀ ଜଣାଇଛନ୍ତି। ପୂର୍ବରୁ ମେଘାଳୟର ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମା ଘଟଣା ସମ୍ପର୍କରେ ଟ୍ୱିଟ କରି ଜଣାଇଥିଲେ। ଏହା ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି।

ABOUT THE AUTHOR

...view details