ଓଡିଶା

odisha

ETV Bharat / bharat

ସୁଧୁରିବ ସ୍କୁଲ କଲେଜ କ୍ୟାଣ୍ଟିନର ଅବସ୍ଥା: ପିଲାଙ୍କୁ ମିଳିବ ଫଳ, କ୍ଷୀର

ମହାରାଷ୍ଟ୍ର ଫୁଡ ଆଣ୍ଡ ଡ୍ରଗ ଏଡମିନଷ୍ଟ୍ରେସନ(FDA)  ପକ୍ଷରୁ ଆରମ୍ଭ ହୋଇଛି "ଦି ଇଟ ରାଇଟ ମୁଭମେଣ୍ଟର'' । ଏହାଦ୍ବାରା ପିଲାଙ୍କ ଖାଦ୍ୟ ଉପରେ ରଖାଯିବ ନଜର । ରୋଗରୁ କିପରି ଦୂରରେ ରହିବେ ପିଲା, ସେ ନେଇ ଚିନ୍ତା କରିଛି ବିଭାଗ । ସ୍କୁଲ କଲେଜ ମେନ୍ୟୁରେ ହେବ ପରିବର୍ତ୍ତନ । ସାମିଲ ହେବେ କ୍ଷୀର ଫଳ ଆଦି ଖାଦ୍ୟ ।

ପ୍ରତିକାତ୍ମକ ଫଟୋ

By

Published : Jun 1, 2019, 12:47 PM IST

ମୁମ୍ବାଇ: ପିଲାଙ୍କ ଭିତରେ ବଢୁଥିବା ମୋଟାପଣ ଏବେ ଡାଇବେଟିସ ଏବଂ ଅନ୍ୟ ସ୍ବାସ୍ଥ୍ୟ ସମସ୍ୟା ନେଇ ଚିନ୍ତାରେ ଥିଲେ ଅଭିଭାବକ । ତେବେ ଏହି ଚିନ୍ତାକୁ ଦୂର କରିବା ଉଦ୍ଦେଶ୍ୟରେ ମହାରାଷ୍ଟ୍ର ଫୁଡ ଆଣ୍ଡ ଡ୍ରଗ ଏଡମିନଷ୍ଟ୍ରେସନ(FDA) ପକ୍ଷରୁ "ଦି ଇଟ ରାଇଟ ମୁଭମେଣ୍ଟର'' ଆରମ୍ଭ କରାଯାଇଛି ।

ଏହାସହ ରାଜ୍ୟର ଏକ ଲକ୍ଷରୁ ଅଧିକ ସ୍କୁଲ କଲେଜର କ୍ୟାଣ୍ଚିନରେ ମଧ୍ୟ ଭଲ ଖାଦ୍ୟ ପ୍ରସ୍ତୁତ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଫଳ, ଡାଲି ଏବଂ କ୍ଷୀର ପିଲାଙ୍କୁ ଅଧିକ ଦିଆଯିବାର ଯୋଜନା କରାଯାଉଛି ।

ଜୁନ 7 ତାରିଖରେ ଖାଦ୍ୟ ସୁରକ୍ଷା ଦିବସ ପୂର୍ବରୁ ସ୍କୁଲ କଲେଜରେ ଏହି ଯୋଜନା କାର୍ଯ୍ୟକାରୀ ହେବ । ସୁଧିରିବ ସ୍କୁଲର ଖାଦ୍ୟ । ଦିଆଯିବ ହେଲଦି ଫୁଡ । ଅତ୍ୟଧିକ ଫାଷ୍ଟଫୁଡ ଲଗାତର ଖାଇବା ଦ୍ବାରା ମୋଟାପଣ ସହ ବିଭିନ୍ନ ରୋଗ ଖୁବ ଶୀଘ୍ର ମାଡି ବସେ । କେବଳ ସ୍କୁଲ କଲେଜ ନୁହେଁ ପ୍ରତ୍ୟେକ ଅଭିଭାବକଙ୍କୁ ମଧ୍ୟ ଖାଦ୍ୟ ଉପରେ ସଚେତନ କରାଯିବ । ପିଲାଙ୍କୁ ଘରୋଇ ଖାଦ୍ୟ ଦେବା ସହ ଫଳ ଆଦି ସେବନ ପାଇଁ ଦେବା ଉଚିତ ।

For All Latest Updates

ABOUT THE AUTHOR

...view details