ଓଡିଶା

odisha

ETV Bharat / bharat

କାଶ୍ମୀର ଛାଡି ପିଓକେ ସୁରକ୍ଷା ଚିନ୍ତାରେ ପାକିସ୍ତାନ !

ନିଜ ଦେଶର ବିରୋଧୀ ଦଳଙ୍କ ଟାର୍ଗେଟରେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଇମ୍ରାନଙ୍କ କାଶ୍ମୀର ନୀତି ଫେଲ ମାରିଥିବା ନେଇ ପାକିସ୍ତାନ ପିପୁଲ୍ସ ପାର୍ଟି(ପିପିପି)ର ମୁଖ୍ୟ ବିଲାୱଲ ଭୁଟ୍ଟୋ କହିଛନ୍ତି ।

By

Published : Aug 27, 2019, 5:49 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଇସଲାମାବାଦ: କାଶ୍ମୀରକୁ ନେଇ ଅନ୍ତରାଷ୍ଟ୍ରୀୟ ମଞ୍ଚରେ ବିଫଳ ହେବାପରେ ଏବେ ନିଜ ଦେଶର ବିରୋଧୀ ଦଳଙ୍କ ଟାର୍ଗେଟରେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଇମ୍ରାନଙ୍କ କାଶ୍ମୀର ନୀତି ଫେଲ ମାରିଥିବା ବିରୋଧୀ ଦଳ ପାକିସ୍ତାନ ପିପୁଲ୍ସ ପାର୍ଟି(ପିପିପି)ର ମୁଖ୍ୟ ବିଲାୱଲ ଭୁଟ୍ଟୋ କହିଛନ୍ତି ।

ପାକିସ୍ତାନର ଏକ ଗଣମାଧ୍ୟମ ସାକ୍ଷାତକାରରେ ବିଲାୱଲ କହିଛନ୍ତି, ପୂର୍ବରୁ କାଶ୍ମୀରକୁ ନେଇ ଆମ ପଲିସି ଥିଲା, ଶ୍ରୀନଗରକୁ ଭାରତ ଠାରୁ କିପରି ଛଡ଼ାଇ ଆଣିବା । କିନ୍ତୁ ଇମ୍ରାନ ଖାନ ସରକାରଙ୍କ ଯୋଗୁଁ ବର୍ତ୍ତମାନ ପାକିସ୍ତାନ ମୁଜାଫରବାଦ (ପିଓକେର ରାଜଧାନୀ)କୁ କିପରି ରକ୍ଷା କରିବା ତାହା ଭାବିବାକୁ ପଡୁଛି । ପାକିସ୍ତାନ ସରକାରଙ୍କ ବିଦେଶ ନୀତି ଯୋଗୁଁ ଆଜି ଆମର ଏହି ସ୍ଥିତି । ପିଓକେକୁ ସୁରକ୍ଷା ଯୋଗାଇବାରେ ଇମ୍ରାନ୍‌ ଖାନ ସରକାର ସମ୍ପୁର୍ଣ୍ଣ ଭାବରେ ଫେଲ ମାରିଥିବା ସେ କହିଛନ୍ତି ।

ଇମ୍ରାନ ସରକାରଙ୍କୁ ସମାଲୋଚନା କରି ସେ ଆହୁରି କହିଛନ୍ତି ଯେ, ବିଦେଶ ନୀତି ହେଉ କି ଆର୍ଥିକ ନୀତି ପାକିସ୍ତାନର ଏହି କଣ୍ଢେଇ ସରକାର ସବୁ ସ୍ଥାନରେ ବିଫଳ ହୋଇଛି । ଇମ୍ରାନ ଖାନଙ୍କୁ ଯେତେବେଳେ ବିରୋଧୀ ଦଳଙ୍କ ସହ ଲଢିବାର ଥିବ ସେତେବେଳେ ସେ ବାଘ ପାଲଟି ଯାଆନ୍ତି । କିନ୍ତୁ ମୋଦି ସରକାରଙ୍କ ସାମ୍ନାରେ ସେ ବିଲେଇ ପାଲଟି ଯାଆନ୍ତି ବୋଲି ବିଲାୱଲ କହିଛନ୍ତି ।

ABOUT THE AUTHOR

...view details