ଓଡିଶା

odisha

ETV Bharat / bharat

ସିଏଏ ଓ ଏନଆରସି ପରେ କେନ୍ଦ୍ର ଆଣୁଛି ଏନପିଆର !

ନାଗରିକତା ସଂଶୋଧନ ଆଇନ ପରେ ସରକାର ଏନଆରସି ଲାଗୁ କରିବାକୁ ଯୋଜନା ରଖିଥିବା ବେଳେ ଆଗାମୀ ଦିନରେ ପୁଣି ଆସିବାକୁ ଯାଉଛି ନ୍ୟାସନାଲ ପପୁଲେସନ ରେଜିଷ୍ଟର(ଏନପିଆର) । ଏନପିଆରର ମୂଳ ଉଦ୍ଦେଶ୍ୟ ହେଉଛି ଦେଶର ସାମାନ୍ୟତମ ଜନସାଧାରଣଙ୍କ ଠାରୁ ଆରମ୍ଭ କରି ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କର ନାଗରିକତା ପ୍ରମାଣପତ୍ର ପ୍ରସ୍ତୁତ କରିବା । ଏହାର ସର୍ଭେ କାର୍ଯ୍ଯ ଏପ୍ରିଲ ମାସରୁ ଆରମ୍ଭ କରାଯିବ ବୋଲି ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ରହିଛି ।

npr
npr

By

Published : Dec 21, 2019, 11:21 AM IST

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ) ଓ ନ୍ୟାସନାଲ ରେଜିଷ୍ଟର ସିଟିଜେନ (ଏନଆରସି)କୁ ନେଇ ସମଗ୍ର ଦେଶରେ ଉଗ୍ର ହେବାରେ ଲାଗିଛି ପ୍ରତିବାଦ । ଉତ୍ତର-ପୂର୍ବ ରାଜ୍ୟରୁ ଉତ୍ତର ପ୍ରଦେଶ ସବୁଠି ଜଳୁଛି ନିଆଁ । ଏଭଳି ତୀବ୍ର ପ୍ରତିବାଦ ମଧ୍ୟରେ ମୋଦି ସରକାର ଆଉ ଏକ ପଦକ୍ଷେପ ନେବାକୁ ଯାଉଛନ୍ତି । ଯାହା ହେଉଛି ନ୍ୟାସନାଲ ପପୁଲେସନ ରେଜିଷ୍ଟର(ଏନପିଆର) ।

ଏନପିଆର ର ମୂଳ ଉଦ୍ଦେଶ୍ୟ ହେଉଛି ଦେଶର ସାମାନ୍ୟତମ ଜନସାଧାରଣଙ୍କ ଠାରୁ ଆରମ୍ଭ କରି ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କର ନାଗରିକତା ପ୍ରମାଣପତ୍ର ପ୍ରସ୍ତୁତ କରିବା । ଏହି ତଥ୍ୟରେ ଜନସଂଖ୍ୟାର ଗଣତି ସହିତ ବାଓମେଟ୍ରିକ ମଧ୍ୟ ସଂଗ୍ରହ କରାଯିବ । ଯେଉଁଥିପାଇଁ ଗୃହ ମନ୍ତ୍ରାଳୟ କେନ୍ଦ୍ର କ୍ୟାବିନେଟକୁ 3,941 କୋଟି ଅର୍ଥରାଶି ଅଟକଳ ମାଗିଛି ।

କିନ୍ତୁ ଗୋଟେ ପଟେ ସିଏଏ ଓ ଏନଆରସିକୁ ବିରୋଧ କରୁଥିବା ଅଣ-ବିଜେପି ଶାସିତ ରାଜ୍ୟ ଗୁଡ଼ିକ କିପରି ଏନପିଆର ଲାଗୁ କରିବେ ତାହା ବର୍ତ୍ତମାନ ପାଇଁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜାତୀୟ ନାଗରିକତା ସଂଶୋଧନ ଆଇନକୁ ଖୁଲମଖୁଲା ବିରୋଧ କରୁଥିବା ରାଜ୍ୟର ସଂଖ୍ୟା ବର୍ତ୍ତମାନ 10ରେ ପହଞ୍ଚିଲାଣି । ସବୁଠୁ ଆଗରେ ରହିଛି ପଶ୍ଚିମବଙ୍ଗ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଆଇନକୁ ତାଙ୍କ ରାଜ୍ୟରେ ଲାଗୁ କରିବେ ନାହିଁ ବୋଲି ସିଧାସଳଖ ଆହ୍ବାନ ଦେଇଛନ୍ତି । ସେପଟେ ପୂର୍ବରୁ ମଧ୍ୟ ପଶ୍ଚିମବଙ୍ଗରେ ନ୍ୟାସନାଲ ପପୁଲେସନ ରେଜିଷ୍ଟର ଜାରି ହେବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହା ଉପରେ ରୋକ ଲଗାଇଥିଲେ ।

ସେହିପରି କେରଳରେ ଥିବା ବାମଦଳ ସରକାର ମଧ୍ୟ କେନ୍ଦ୍ର ସରକାରଙ୍କର ଏହି ସବୁ ଆଇନ ଉପରେ ପ୍ରତିବନ୍ଧକ ଲଗାଇବେ ବୋଲି ଖୁଲମଖୁଲା କହିଛନ୍ତି । ରାଜ୍ୟ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜରିଆରେ କୁହାଯାଇଛି, ଏନପିଆର ସ୍ଥଗିତ ରଖିବାର ମୁଖ୍ୟ କାରଣ ହେଉଛି ଏହା ଜରିଆରେ କେନ୍ଦ୍ର ଆଗାମୀ ଦିନରେ ଏନଆରସି ଲାଗୁ କରିବାର ଯୋଜନା ରଖିଛନ୍ତି ।

ABOUT THE AUTHOR

...view details