ନୂଆଦିଲ୍ଲୀ: ଭାରତ-ଚୀନ ସଂଘର୍ଷକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସର୍ବଦଳୀୟ ବୈଠକ । ଏହି ବୈଠକରେ ପ୍ରାୟ 20 ଟି ଦଳ ସାମିଲ ହେବେ । ଆଜି ସନ୍ଧ୍ୟା 5ଟା ସମୟରେ ଭର୍ଚୁଆଲ ବୈଠକରେ ଆଲୋଚନା କରାଯିବ । ତେବେ ଏହି ବୈଠକରେ ଦିଲ୍ଲୀ ସରକାର ତଥା ଆମ ଆଦମି ପାର୍ଟି ଓ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)କୁ ବାଦ ଦିଆଯାଇଛି ।
ଏହି ସର୍ବଦଳୀୟ ବୈଠକ ପାଇଁ ଆରଜେଡିକୁ ଡକାଯାଇ ନାହିଁ ବୋଲି ଆରଜେଡି ନେତା ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଟ୍ୱିଟ୍ କରି କହିଛନ୍ତି । ତେଜସ୍ବୀ କହିଛନ୍ତି ରାଷ୍ଟ୍ରୀୟ ଜନତା ଦଳ ବିହାରର ସବୁଠାରୁ ବଡ ଦଳ ଏବଂ ସଂସଦରେ ମଧ୍ୟ ଏହାର 5ଜଣ ସାଂସଦ ଅଛନ୍ତି । କିନ୍ତୁ ଆଜିର ଏହି ବୈଠକରେ ତାଙ୍କୁ ନିମନ୍ତ୍ରଣ ମିଳିନାହିଁ । କାହିଁକି ଆରଜେଡିକୁ ସର୍ବଦଳୀୟ ବୈଠକ ପାଇଁ ଡକା ଗଲା ସେନେଇ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ସ୍ପଷ୍ଟ କରନ୍ତୁ ।