ପାଟନା: ଆଜିଠୁ ଆରମ୍ଭ ହେଉଛି ସୂର୍ଯ୍ୟ ଭଗବାନଙ୍କୁ ଉତ୍ସର୍ଗୀକୃତ 4 ଦିନ ବ୍ୟାପି ଛଟ୍ ପୂଜା । ଏହି ପର୍ବକୁ 36 ଘଣ୍ଟା ନିର୍ଜଳା ଉପବାସ କରି ପାଳନ କରାଯାଏ । ଏହି ପର୍ବକୁ ମୁଖ୍ୟତଃ ବିହାର,ଝାଡଖଣ୍ଡ ଓ ଉତ୍ତରପ୍ରଦେଶରେ ପାଳନ କରାଯାଏ । ଏହି ପୂଜାକୁ ନେଇ ବିହାର ଲୋକଙ୍କ ମଧ୍ୟରେ ଏକ ଅଲଗା ପ୍ରକାର ଖୁସି ଓ ଉତ୍ସାହ ରହିଥାଏ ।
ପ୍ରତିବର୍ଷ ଛଟ୍ ପୂଜା କାର୍ତ୍ତିକ ମାସର ଶୁକ୍ଲପକ୍ଷ ଷଷ୍ଠୀରେ ପାଳନ କରାଯାଏ । ଯାହା ଆଲୋକର ପର୍ବ ଦୀପାବଳି ପରେ ଆସିଥାଏ । କହିବାକୁ ଗଲେ ଛଟ୍ ଅର୍ଥ ଛଅ, ତେଣୁ ଦୀପାବଳିର 6 ଦିନ ପରେ ଏହି ପୂଜା କରାଯାଏ । ହିନ୍ଦୁମାନଙ୍କର ଏହା ବଡ ଗଣପର୍ବ । ଏହାକୁ ଛଟ୍ ପୂଜା, ସୂର୍ଯ୍ୟ ଷଷ୍ଠୀ ପୂଜା ଓ ଡାଲା ଛଟ୍ କୁହାଯାଏ । ଏହି ପୂଜାକୁ ସାଧାରଣତଃ ପୋଖରୀ କୂଳ, ନଦୀ କୂଳ କୃତ୍ରିମ ଜଳାଶୟରେ ମଧ୍ୟ କରାଯାଏ । ବ୍ରତଧାରୀ ମାନେ ଜଳାଶୟ ନିକଟକୁ ଯାଇ ଅର୍ଘ୍ୟ ପ୍ରଦାନ କରିଥାନ୍ତି ।
ଏପରି ମାନ୍ୟତା ରହିଛି ଯେ ୧୪ବର୍ଷ ବନବାସରୁ ଫେରିବା ପରେ ଭଗବାନ ରାମ ଓ ସୀତା ଛଟ୍ ପାଇଁ ଉପବାସ ରହିଥିଲେ ଓ ସୂର୍ଯ୍ୟଙ୍କୁ ପୂଜା କରିଥିଲେ । ଏହା ପରଠୁ ହିନ୍ଦୁ ମାନେ ଏହି ଉତ୍ସବକୁ ପାଳନ କରି ଆସୁଛନ୍ତି । ଅନ୍ୟ ଏକ ମାନ୍ୟତା ରହିଛି ଯେ ପାଣ୍ଡବମାନେ ନିଜ ରାଜ୍ୟ ଫେରିପାଇବାରେ ମଧ୍ୟ ଛଟ୍ ପୂଜା କରିଥିଲେ । ଏପରି କୁହାଯାଇଥାଏ ଯେ ଦ୍ରୌପଦୀ ଛଟ୍ ପୂଜା କରିଥିଲେ ।
ଏହି ପର୍ବ 18 ପରଦିନ 19 ନଭେମ୍ବରରେ ଶେଷ ହେବ ଏବଂ ନଭେମ୍ବର 20 ସନ୍ଧ୍ୟାରେ ପ୍ରଭୁ ସୂର୍ଯ୍ୟଙ୍କୁ ପ୍ରଥମ ପ୍ରାର୍ଥନା କରାଯିବା ସହ 21 ରେ ଶେଷ ହେବ । 21 ନଭେମ୍ବର ସକାଳେ, ପବିତ୍ର ପର୍ବର ସମାପ୍ତି ପାଇଁ ଉଦୟ ସୂର୍ଯ୍ୟଙ୍କୁ ପ୍ରାର୍ଥନା ଏବଂ ଅନ୍ୟାନ୍ୟ ନୈବେଦ୍ୟ ଦିଆଯିବ । ଏହା ହେଉଛି ବିରଳ ହିନ୍ଦୁ ପର୍ବ ଯେଉଁଥିରେ କୌଣସି ପୁରୋହିତ ଜଡିତ ନୁହଁନ୍ତି ।
ଛଟ ପୂଜା
ଦେବୀ ଛଟ୍ ମା'ଙ୍କୁ ସନ୍ତୁଷ୍ଟ କରିବା ପାଇଁ ଅନେକ ମିଠା ପ୍ରସାଦ ଯେପରିକି ‘ଠେକୁଆ’ ଏବଂ ‘ପୁଆ’ ଅତ୍ୟନ୍ତ ପରିଷ୍କାର ପରିଚ୍ଛନ୍ନତା ସହିତ ପ୍ରସ୍ତୁତ ହୁଏ । ବିହାରରେ ଏହାର ପ୍ରସ୍ତୁତି ଦୀପାବଳି ପର୍ବ ସହିତ କରାଯାଏ । ‘ଡାଲା କୁ ‘ଘାଟ’କୁ ନିଆଯାଏ ଯାହାକୁ ଫଳଗୁଡ଼ିକରେ ସଜାଯାଇଥାଏ ଏବଂ‘ ଦେବୀ ଛଟ୍ ମା’ଙ୍କୁ ଅର୍ପଣ କରାଯାଏ । ଏହି ଫଳଗୁଡ଼ିକ ସମସ୍ତଙ୍କୁ ନୈବେଦ୍ୟ ଆକାରରେ ବଣ୍ଟନ କରାଯାଏ ।
ନଡ଼ିଆ
ନଡ଼ିଆକୁ ମାତା ଲକ୍ଷ୍ମୀ ଏବଂ ଏକ ଅତି ପବିତ୍ର ଫଳ ଭାବରେ ବିବେଚନା କରାଯାଏ | ଏହା ପଛର କାରଣ ହେଉଛି ଯେ କୌଣସି ଜୀବ ଏହି ଫଳକୁ ଅପରିଷ୍କାର କରିପାରିବ ନାହିଁ । ଏଥି ସହିତ, ସୂର୍ଯ୍ୟ ଦେବତାଙ୍କୁ ଛଟ୍ ପୂଜା ନୈବେଦ୍ୟ ସମୟରେ ନଡ଼ିଆକୁ ବିଶ୍ୱାସର ଚିହ୍ନ ଭାବରେ ଅର୍ପଣ କରିବାର ଏକ ପରମ୍ପରା ରହିଆସିଛି ।